ETV Bharat / bharat

ରାସ୍ତା ଉପରେ ବିଜେପି କର୍ମୀଙ୍କୁ ପିଟିଲେ TMC ବିଧାୟକ

author img

By

Published : Aug 6, 2022, 4:40 PM IST

ରାସ୍ତା ଉପରେ BJP କର୍ମୀଙ୍କୁ ଲାଠିରେ ପିଟିଲେ TMC ବିଧାୟକ । ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ

ରାସ୍ତା ଉପରେ ବିଜେପି କର୍ମୀଙ୍କୁ ପିଟିଲେ TMC ବିଧାୟକ
ରାସ୍ତା ଉପରେ ବିଜେପି କର୍ମୀଙ୍କୁ ପିଟିଲେ TMC ବିଧାୟକ

କୋଲକାତା(ପଶ୍ଚିମବଙ୍ଗ): ରାସ୍ତା ଉପରେ ବିଜେପି କର୍ମୀଙ୍କୁ ପିଟିଲେ ତୃଣମୂଳ କଂଗ୍ରେସ(TMC) ବିଧାୟକ । ଚାପୁଡା ଓ ବିଧା ମାରିବା ସହ ଲାଠିରେ ବିଜେପି କର୍ମୀଙ୍କୁ ଛେଚିଲେ । ଶୁକ୍ରବାର ସନ୍ଧ୍ୟା ସମୟରେ ପଶ୍ଚିମବଙ୍ଗର ଚିନସୁରାହ ଅଞ୍ଚଳରେ TMC ବିଧାୟକଙ୍କ ଏପରି ଦବଙ୍ଗଗିରି ଦେଖିବାକୁ ମିଳିଛି । ବିଜେପି କର୍ମକର୍ତ୍ତାଙ୍କ ରାଲି ଚାଲୁଥିବାବେଳେ, ବିଧାୟକ ଅସିତ୍ ମଜୁମଦାରଙ୍କ ସମେତ କିଛି ଟିଏମସି କର୍ମୀମାନେ ସେଠାରେ ପହଞ୍ଚି ସେମାନଙ୍କୁ ନିର୍ଦ୍ଧୁମ ମାଡ ମାରିଛନ୍ତି । ଏହି ସମୟର ଏକ ଭିଡିଓ ମଧ୍ୟ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ବିଜେପି ଜିଲ୍ଲା ସଭାପତି ତୁଷାର ମଜୁମଦାର ଅଭିଯୋଗ କରିଛନ୍ତି, ''ସେମାନେ ଏକ ଶାନ୍ତିପୂର୍ଣ୍ଣ ରାଲି କରୁଥିଲେ । ହେଲେ ଏହି ସମୟରେ ଟିଏମସି କର୍ମୀମାନେ ପାର୍ଟି ଅଫିସରୁ ବାହାରି ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ । ଏପରିକି ନିଜେ ଚିନସୁରାହ ବିଧାୟକ ହାତରେ ବାଡି ଧରି ସେମାନଙ୍କୁ ମାଡ ମାରିଥିଲେ ।'' ଅନ୍ୟପଟେ ଟିଏମସ ବିଧାୟକ ମଜୁମଦାର ଅଭିଯୋଗ କରିଛନ୍ତି, ''ଏକ ବୈଠକ ସାରି ଫେରୁଥିବା ସମୟରେ ବିଜେପି କର୍ମୀମାନେ ବାଟରେ ତାଙ୍କ କାର୍ ଅଟକାଇଥିଲେ ଏବଂ ହତ୍ୟା ଉଦ୍ୟମ କରିଥିଲେ ।

ଏହାସହିତ ବିଜେପି ରାଲିରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି 'ତପନ ଚୋର' ଓ ପିସି-ଭାଇପୋ ଚୋର(ପିଉସୀ-ପୁତୁରା ଚୋର) ଭଳି ସ୍ଲୋଗାନ ଦେଇଥିଲେ ।'' ଏହିସବୁ ଘଟଣାକୁ କେନ୍ଦ୍ର କରି ଟିଏମସି କର୍ମୀମାନେ ବିଜେପି କର୍ମୀଙ୍କୁ ମାଡ ମାରିଥିବା କହିଛନ୍ତି । ଏନେଇ ଖବର ପାଇବା ପରେ ପୋଲିସ ଉତ୍ତେଜନାସ୍ଥଳରେ ପହଞ୍ଚି କିଛି ବିଜେପି କର୍ମୀଙ୍କୁ ଗିରଫ କରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.