ETV Bharat / bharat

ଦିଲ୍ଲୀପ ଘୋଷଙ୍କ ନିର୍ବାଚନୀ ପ୍ରଚାର ବନ୍ଦ ପାଇଁ ଟିଏମସିର ଦାବି

author img

By

Published : Apr 12, 2021, 8:10 AM IST

ବିଜେପି ନେତା ଦିଲ୍ଲୀପ ଘୋଷଙ୍କ ନିର୍ବାଚନୀ ପ୍ରଚାରକୁ ବନ୍ଦ କରିବା ପାଇଁ ଟିଏମସି ଦାବି କରିଛି । ଅଧିକ ପଢନ୍ତୁ...

ଦିଲ୍ଲୀପ ଘୋଷଙ୍କ ନିର୍ବାଚନୀ ପ୍ରଚାର ବନ୍ଦ ପାଇଁ ଟିଏମସିର ଦାବି
ଦିଲ୍ଲୀପ ଘୋଷଙ୍କ ନିର୍ବାଚନୀ ପ୍ରଚାର ବନ୍ଦ ପାଇଁ ଟିଏମସିର ଦାବି

କୋଲକାତା: ବିଜେପି ନେତା ଦିଲ୍ଲୀପ ଘୋଷଙ୍କ ନିର୍ବାଚନୀ ପ୍ରଚାରକୁ ବନ୍ଦ କରିବା ପାଇଁ ଟିଏମସି ଦାବି କରିଛି । ପଶ୍ଚିମବଙ୍ଗର କୁଚ୍ଛବିହାର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା 4 ଜଣ ଟିଏମସି କର୍ମୀଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀପ ମନ୍ତବ୍ୟ ଦେଇଥିଲେ । ତେବେ ତାଙ୍କର ଏହି ମନ୍ତବ୍ୟକୁ ବିରୋଧ କରି ପ୍ରଚାରକୁ ବନ୍ଦ କରିବା ପାଇଁ ଟିଏମସି ଦାବି କରିଛି ।

ଦିଲ୍ଲୀପ ପ୍ରଚାର ସମୟରେ ପଶ୍ଚିମବଙ୍ଗର ଲୋକମାନଙ୍କୁ ଭୟଭୀତ କରାଇଥିବା ଅଭିଯୋଗ ଆଣିଛି ଟିଏମସି । ଦିଲ୍ଲୀପ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ନିଜର ସୀମା ଲଘଂନ କରିବ ତେବେ ସିତଲକୁଚି ଭଳି ଘଟଣା ବାରମ୍ବାର ଘଟିବ ବୋଲି ସେ କହିଥିବା ଟିଏମସି ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିଛି । ଦିଲ୍ଲୀପଙ୍କ ଏହି ମନ୍ତବ୍ୟକୁ ଟିଏମସି ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଟିଏମସି କହିଛି ଯେ 4 ନିରୀହ ଟିଏମସି କର୍ମୀଙ୍କୁ ଗୁଳି କରିବା ଅପରାଧରେ ସିଆରପିଏଫ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଦିଲ୍ଲୀପ ଏହି ହତ୍ୟାକାଣ୍ଡକୁ ପ୍ରୋତ୍ସାହିତ କରିବା ସହିତ ଏଭଳି ଘଟଣା ଆଗକୁ ଘଟିପାରେ ବୋଲି କହୁଛନ୍ତି ।

ତେବେ ଦିଲ୍ଲୀପଙ୍କ ଏହି ବିବାଦୀୟ ମନ୍ତବ୍ୟ ଓ ହତ୍ୟାକାଣ୍ଡକୁ ପ୍ରୋତ୍ସାହିତ କରିବା ଅପରାଧ ପାଇଁ ତାଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ସହିତ ତାଙ୍କର ଆଗାମୀ ନିର୍ବାଚନୀ ପ୍ରଚାରକୁ ବନ୍ଦ କରାଯାଉ ବୋଲି ଟିଏମସି ନିର୍ବାଚନ ଆୟୋଗ ନିକଟରେ ଦାବି କରିଛି । ସୂଚନା ଥାଉ କି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ 4ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ କୁଚ୍ଛବିହାରରେ ହିଂସାକାଣ୍ଡ ଘଟିଥିଲା । ବୁଥରେ ଭୋଟ ଗ୍ରହଣ ସମୟରେ ସିଆରପିଏଫ ଯବାନ 2ଥର ଗୁଳିଚାଳନ କରିବା ଦ୍ବାରା 4 ଟିଏମସି କର୍ମୀଙ୍କ ହତ୍ୟା କରିଛନ୍ତି ବୋଲି ଟିଏମସି ଅଭିଯୋଗ ଆଣିଛି ।

କୁଚ୍ଛବିହାରରେ 4 ଜଣ ଟିଏମସି କର୍ମୀଙ୍କ ହତ୍ୟା ହୋଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ଏହି ଘଟଣା ପାଇଁ କୁଚ୍ଛିବିହାର ଜିଲ୍ଲାର ସିତଲକୁଚି ଅଞ୍ଚଳର 126 ପୋଲରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଏହାସହିତ କୁଚ୍ଛବିହାର ଜିଲ୍ଲାକୁ କୌଣସି ରାଜନୈତିକ ଦଳର ନେତା ବା କର୍ମୀଙ୍କୁ ଜିଲ୍ଲା ମଧ୍ୟକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ଇତିମଧ୍ୟରେ ରାଜ୍ୟରେ 4ଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆସନ୍ତା ଏପ୍ରିଲ ଓ ଏପ୍ରିଲ 22 ତାରିଖରେ ଯଥାକ୍ରମେ 5ମ ଓ 6ଷ୍ଠ ପର୍ଯାୟ ଭୋଟ ଗ୍ରହଣ କରାଯିବ । ମେ 2 ତାରିଖରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.