ନୂଆଦିଲ୍ଲୀ: ନୂଆବର୍ଷରେ ପ୍ରଥମ ଦିନରେ ପ୍ରସିଦ୍ଧ ତିରୁପତି ବାଲାଜୀ ଓ ଶ୍ରୀଶୈଳମ ମନ୍ଦିରର ପୁରୋହିତଙ୍କୁ ଭେଟି ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ ମୋଦି। ପିଏମ ମୋଦିଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ମନ୍ଦିରରୁ ନେଇଥିବା ପ୍ରସାଦ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଏହା ସହ ଏକ ଧାର୍ମିକ ଗ୍ରନ୍ଥ ମଧ୍ୟ ପ୍ରଦାନ କିରଥିଲେ।
-
#WATCH | Priests from Tirupati and Srisailam temples met Prime Minister Narendra Modi and gave him 'prasad' from the temples, in New Delhi today pic.twitter.com/H4ghFCmOS8
— ANI (@ANI) January 1, 2022 " class="align-text-top noRightClick twitterSection" data="
">#WATCH | Priests from Tirupati and Srisailam temples met Prime Minister Narendra Modi and gave him 'prasad' from the temples, in New Delhi today pic.twitter.com/H4ghFCmOS8
— ANI (@ANI) January 1, 2022#WATCH | Priests from Tirupati and Srisailam temples met Prime Minister Narendra Modi and gave him 'prasad' from the temples, in New Delhi today pic.twitter.com/H4ghFCmOS8
— ANI (@ANI) January 1, 2022
ଆନ୍ଧ୍ରପ୍ରଦେଶର ଦୁଇ ପ୍ରସିଦ୍ଧ ମନ୍ଦିରର ତିରୁମାଲା ତିରୁପତି ଏବଂ ଶ୍ରୀଶୈଳମ ମନ୍ଦିରର ପୁରୋହିତ ପିଏମ ମୋଦିଙ୍କୁ ଭେଟିଛନ୍ତି । ପୁରୋହିତମାନେ ପ୍ରଧାନମନ୍ତ୍ରୀଙ୍କ ହାତରେ ଏକ ପବିତ୍ର ସୂତା ବାନ୍ଧି ଏକ ଧାର୍ମିକ ପୁସ୍ତକ ଉପହାର ଦେଇଥିଲେ। ଆନ୍ଧ୍ରପ୍ରଦେଶର ତିରୁମାଲା ପର୍ବତ ପାଦଦେଶରେ ଅବସ୍ଥିତ ତିରୁପତି ଦୁନିଆର ଅନ୍ୟତମ ଲୋକପ୍ରିୟ ତୀର୍ଥସ୍ଥାନ ଅଟେ। ତିରୁମାଲା ବାଲାଜୀ ମନ୍ଦିର ପ୍ରଭୁ ଭେଙ୍କଟେଶ୍ୱର ମନ୍ଦିର ଭାବେ ପ୍ରସିଦ୍ଧ।
ସୂଚନାଥାଉକି ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିର ଓ ଶ୍ରୀଶୈଳମ ମନ୍ଦିର ହିନ୍ଦୁ ମାନଙ୍କ ପବିତ୍ର ତୀର୍ଥକ୍ଷେତ୍ର ଭାବରେ ଗଣାଯାଏ। ଏହାପୂର୍ବରୁ ଆଜି ପିଏମ ମୋଦି ଦେଶବାସୀଙ୍କୁ ନୂତନ ବର୍ଷ ୨୦୨୨ର ଶୁଭେଚ୍ଛା ଜଣାଇଥିଲେ ଏବଂ ସମସ୍ତ ଦେଶବାସୀଙ୍କ ସୁଖ, ସମୃଦ୍ଧ ଏବଂ ସ୍ୱାସ୍ଥ୍ୟ କାମନା କରିଛନ୍ତି।
@ANI