ETV Bharat / bharat

ନେପାଳରେ ଓଲିଙ୍କ ପାଇଁ ପୁଣି ଫେରିବ କି ଭଲ ସମୟ?

author img

By

Published : Mar 10, 2021, 10:17 PM IST

ଏକଦା ଘୋର ରାଜନୈତିକ ସଂକଟରେ ପଡ଼ିଥିବା ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଓଲିଙ୍କ ପାଇଁ ଏବେ ପୁଣି ଥରେ ଭଲ ସମୟ ଆସିଛି। ନେପାଳ ସୁପ୍ରିମକୋର୍ଟ ଗତ ରବିବାର ଦିନ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)କୁ ରଦ୍ଦ କରିଦେବା ସହ 2018ରେ ହାତ ମିଳାଇ ଶାସକ ଦଳ ଗଠନ କରିଥିବା ଦୁଇ ମୂଳ ପାର୍ଟିକୁ ପୁନର୍ଜୀବିତ କରିଛନ୍ତି। ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ କେ.ପି.ଓଲି
ପ୍ରଧାନମନ୍ତ୍ରୀ କେ.ପି.ଓଲି

ଏକଦା ଘୋର ରାଜନୈତିକ ସଂକଟରେ ପଡ଼ିଥିବା ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଓଲିଙ୍କ ପାଇଁ ଏବେ ପୁଣି ଥରେ ଭଲ ସମୟ ଆସିଛି। ନେପାଳ ସୁପ୍ରିମକୋର୍ଟ ଗତ ରବିବାର ଦିନ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)କୁ ରଦ୍ଦ କରିଦେବା ସହ 2018ରେ ହାତ ମିଳାଇ ଶାସକ ଦଳ ଗଠନ କରିଥିବା ଦୁଇ ମୂଳ ପାର୍ଟିକୁ ପୁନର୍ଜୀବିତ କରିଛନ୍ତି। ଏହି ନିଷ୍ପତ୍ତି ପରେ ଓଲିଙ୍କ ନେତୃତ୍ବାଧୀନ କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ (ୟୁଏମଏଲ) ଏବଂ ପ୍ରଚଣ୍ଡଙ୍କ ନେତୃତ୍ବାଧୀନ କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ (ମାଓଇଷ୍ଟ ସେଣ୍ଟର) ପୁଣି ଥରେ ସେମାନଙ୍କର ପୂର୍ବାବସ୍ଥାକୁ ଫେରି ଆସିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଓଲିଙ୍କ ଗୋଷ୍ଠୀ ବେଶ୍ ଖୁସି ଥିବା ଦେଖାଯାଉଛି। ଏହାପରେ ଓଲି ନିଜକୁ ଏବେ ବିପଦମୁକ୍ତ ମନେ କରୁଛନ୍ତି। କାରଣ ହେଉଛି ତାଙ୍କ ମତରେ ସେ ୟୁଏମଏଲର ଆଇନସମ୍ମତ ଗୋଷ୍ଠୀର ନେତୃତ୍ବ ନେଉଛନ୍ତି। ଏପଟେ ଅସନ୍ତୁଷ୍ଟ ଗୋଷ୍ଠୀର ନେତୃତ୍ବ ନେଉଥିବା ମାଧବ ନେପାଳ ବି ୟୁଏମଏଲକୁ ଫେରି ଆସିଛନ୍ତି।

ୟୁଏମଏଲ ଏବଂ ମାଓଇଷ୍ଟ ସେଣ୍ଟରକୁ ନେଇ ଗଠିତ ନେପାଳର ଶାସକ ଦଳ ଏନସିପି ଏବେ ତାର ଅସ୍ତିତ୍ବ ହରାଇ ବସିଛି । ସୁପ୍ରିମ କୋର୍ଟ ୟୁଏମଏଲ ଏବଂ ମାଓଇଷ୍ଟ ସେଣ୍ଟରକୁ ପୁନର୍ଜୀବିତ କରିବା ପରେ ପ୍ରଚଣ୍ଡ ତାଙ୍କର ପୁରୁଣା ଦଳ ମାଓଇଷ୍ଟ ସେଣ୍ଟରକୁ ଫେରି ଆସିଛନ୍ତି। ମାଧବ ନେପାଳ ତାଙ୍କର ସହଯୋଗୀ ପ୍ରଚଣ୍ଡଙ୍କୁ ଗୁଡ୍ ବାଏ କରି ଦେଇଛନ୍ତି। 2017 ସାଧାରଣ ନିର୍ବାଚନର କିଛିଦିନ ପୂର୍ବରୁ ଓଲିଙ୍କ ପ୍ରସ୍ତାବ ଓ ନେତୃତ୍ବରେ ଏନସିପି ଏକୀକରଣ ହୋଇଥିଲା। ଏବଂ ଏହି ପ୍ରୟାସ ଆଶ୍ଚର୍ଯ୍ୟଜନକ ଭାବେ ସଫଳ ହେବା ସହ ଦଳ ନିର୍ବାଚନରେ ସର୍ବବୃହତ ଓ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥିଲା। ଏପରିକି ଏହି ଘଟଣାକ୍ରମରେ ଭାରତକୁ ବିଚଳିତ ହେବାକୁ ପଡ଼ିଥିଲା, ଅନ୍ୟପକ୍ଷରେ ଚୀନ୍ ଉତ୍ସାହିତ ହେବା ସହ ଏକ ୟୁନିଫାଇଡ୍ କମ୍ୟୁନିଷ୍ଟ ପାର୍ଟି ଗଠନର ଆଶା ରଖିଥିଲା ଚିନି ମାସ ପୂର୍ବେ ପ୍ରଧାନମନ୍ତ୍ରୀ ଓଲି ପ୍ରତିନିଧି ସଭା(ସଂସଦ) ଭଙ୍ଗ କରିବା ପରେ ପରେ ନିକଟରେ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳରେ ଓଲିବିରୋଧୀ ସ୍ବର ବଢିବାକୁ ଲାଗିଲା।

ଓଲିଙ୍କ ବିରୋଧରେ ଆନ୍ଦୋଳନ ଏତେ ଜୋରଦାର ହେଲା ଯେ, ପ୍ରଚଣ୍ଡ ଓ ନେପାଳଙ୍କ ପରି ନିଜ ଦଳର ନେତାମାନେ ମଧ୍ୟ ତାଙ୍କୁ ବିରୋଧ କରିବାକୁ ଲାଗିଲେ। ଫେବ୍ରୁଆରି 23ରେ ସୁପ୍ରିମ କୋର୍ଟ ଭଙ୍ଗ ସଂସଦକୁ ପୁଣି ଥର ଗଠନ ପାଇଁ ଆଦେଶ ଦେବାରୁ ସଂକଟ ଅଧିକ ଘନୀଭୁତ ହୋଇଥିଲା। ଏହା ଦେଶରେ ଏକ ନୂଆ ପରମ୍ପରା ସୃଷ୍ଟି କରିବା ସହ ଦେଶର ଭବିଷ୍ୟତ ପ୍ରଧାନମନ୍ତ୍ରୀମାନଙ୍କ ପାଇଁ ସତର୍କଘଣ୍ଟି ଥିଲା। ଓଲିଙ୍କ ପରି ସାମାନ୍ୟ ରାଜନୈତିକ ସଂକଟରେ ସଂସଦ ଭଙ୍ଗ ନକରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଚେତାବନୀ ଦେଇଥିଲେ।

ପୁଣି ଥରେ ଏ ସପ୍ତାହରେ ସ୍ଥିତିରେ ପରିବର୍ତ୍ତନ ଆସିଛି। ଏନସିପି ଏକୀକରଣକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମ କୋର୍ଟ ରବିବାର ଦେଇଥିବା ଆଦେଶ ନେପାଳ ରାଜନୀତିକୁ ପୁଣି ଥରେ 2017 ନିର୍ବଚନ ବେଳର ସ୍ଥିତିକୁ ଫେରାଇ ନେଇଛି। ୟୁଏମଏଲ ଏବଂ ମାଓଇଷ୍ଟ ସେଣ୍ଟର ପୁଣି ଥରେ ଦୁଇଟି ପୃଥକ୍ ରାଜନୈତିକ ଦଳ ଭାବେ ଉଭା ହୋଇଛନ୍ତି। କୋର୍ଟ ଯେଉଁ ରାୟ ଦେଇଛନ୍ତି ତଦନୁଯାୟୀ ଓଲି,ନେପାଳ,ପ୍ରଚଣ୍ଡ ଏବଂ ଅନ୍ୟମାନଙ୍କ ସମେତ ପ୍ରତ୍ୟେକ ନେତା ନିକଟରେ ଦେଖାଦେଇଥିବା ସଂକଟ ଭୂଲି ଯାଇ ସେମାନଙ୍କର ନିଜ ନିଜର ନୀତି ସ୍ଥିର କରିବା ଉଚିତ୍। ଓଲିଙ୍କ ବିରୋଧରେ ଅନାସ୍ଥା ଭୋଟ ସମ୍ଭାବନା ବଢୁଥିବାରୁ କମ୍ୟୁନିଷ୍ଟମାନେ କିପରି ଏକାଠି ରହିବେ ତାହା ବି ଏବେ ମୁଖ୍ୟ ପ୍ରଶ୍ନ ହୋଇଛି।

ସୁପ୍ରିମ କୋର୍ଟଙ୍କ ଆଦେଶ ପରେ ଏନସିପି ଏବେ ଇତିହାସର ଏକ ପୃଷ୍ଠାକୁ ଚାଲିଯାଇଛି। ଏବେ ସଂସଦର ଲୋୟର ହାଉସ ବା ପ୍ରତିନିଧି ସଭାରେ ୟୁଏମଏଲ୍ 121 ଆସନ ସହ ସର୍ବବୃହତ ଦଳ ହୋଇ ରହିଛି। ଏହା ପଛକୁ ନେପାଳୀ କଂଗ୍ରେସ 63 ଆସନ ସହ ଦ୍ବିତୀୟ, ମାଓଇଷ୍ଟ ସେଣ୍ଟର 53 ଆସନ ସହ ତୃତୀୟ ବୃହତ ଦଳ ରହିଛି। ବାବୁରାମ ଭଟ୍ଟରାୟ ନେତୃତ୍ବାଧିନ ଜନତା ସମାଜବାଦୀ ପାର୍ଟି (ଜେଏସପି) 34ଟି ଆସନ ସହ ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟ ତିନିଟି ଛୋଟ ଦଳର ଗୋଟିଏ ଲେଖାଏଁ ଆସନ ଥିବା ବେଳେ ଜଣେ ସ୍ବାଧୀନ ସାଂସଦ ରହିଛନ୍ତି। ଗୃହରେ ମୋଟ ସଦସ୍ୟ ସଂଖ୍ୟା ହେଉଛି 275। ଅନାସ୍ଥା ଭୋଟର ସମ୍ଭାବନାକୁ ଦେଖି ଓଲି, ନେପାଳ ଏବଂ ପ୍ରଚଣ୍ଡ ସେମାନଙ୍କର ଅନ୍ତ ଦଳୀୟ ଶକ୍ତି ବୃଦ୍ଧି କରିବା ପାଇଁ ଉଦ୍ୟମ ଜୋରଦାର କରିବା ସହ ଏକ ସହଯୋଗୀ ଅନ୍ବେଷଣରେ ଅଛନ୍ତି। ଏବେ ନେପାଳ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଆସ୍ଥା ଭୋଟରେ କାହାର ବିଜୟ ହେବ ତାହା କେହି ବି କହିବା ଅବସ୍ଥାରେ ନାହାଁନ୍ତି।

ସାମ୍ପ୍ରତିକ ସ୍ଥିତିରେ ବଡ଼ ପ୍ରଶ୍ନ ହେଉଛି: ଓଲିଙ୍କ ପାଇଁ କଠିନ ସମୟ ଏବେ ଅତିକ୍ରାନ୍ତ ହୋଇଗଲା କି ? ନିଜ ସହଯୋଗୀ ନେତାଙ୍କ ଠାରୁ ଆଗତ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ଥିବା ଓଲି ସରକାର ଏବେ ନିରାପଦ କି ? ହେଲେ ଏଠାରେ ଗୋଟିଏ କଥା ନିଶ୍ଚିତ ଭାବେ କୁହାଯାଇପାରେ – କିଛି ସପ୍ତାହ ତଳେ ନିଜକୁ ଅସହାୟ ମନେ କରୁଥିବା ପ୍ରଧାନମନ୍ତ୍ରୀ ଓଲି ଏବେ ଅଧିକ ଶକ୍ତିଶାଳୀ ମନେ କରୁଛନ୍ତି। ପ୍ରଚଣ୍ଡ ଏବଂ ମାଧବ ନେପାଳଙ୍କ ପରି ପୂର୍ବ ସହଯୋଗୀ କମ୍ରେଡ ଯେତେବେଳେ ତାଙ୍କୁ ବିରୋଧ କରୁଥିଲେ ସେ ସମୟ ତୁଳନାରେ ଓଲି ଏବେ ନିଜକୁ ଶକ୍ତିଶାଳୀ ଭାବୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.