ETV Bharat / bharat

ସତ୍ୟେନ୍ଦ୍ର ଜୈନ୍‌ଙ୍କ ସେଲକୁ କଏଦୀ ସ୍ଥାନାନ୍ତର: ଜେଲ୍‌ ଅଧିକ୍ଷକଙ୍କୁ ନୋଟିସ ଜାରି - ସତ୍ୟେନ୍ଦ୍ର ଜୈନ୍ୟଙ୍କ ସେଲକୁ ୨କଏଦୀଙ୍କୁ ସ୍ଥାନାନ୍ତର

ତିହାର ଜେଲ୍‌ରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ସେଲ୍‌କୁ ଦୁଇ ଜଣ କଏଦୀଙ୍କ ସ୍ଥାନାନ୍ତର ଘଟଣାରେ ଜେଲ୍‌ ପ୍ରଶାସନ ଏବେ ନୋଟିସ୍‌ କରିଛି । ଜେଲ୍‌ ପ୍ରଶାସନ ପକ୍ଷରୁ ୭ ନମ୍ବର ଜେଲ୍‌ର ଅଧିକ୍ଷକଙ୍କୁ ନୋଟିସ ଜାରି କରାଯାଇଛି । ଅଧିକ ପଢନ୍ତୁ

tihar jail sp gets notice
tihar jail sp gets notice
author img

By

Published : May 15, 2023, 11:58 AM IST

Updated : May 15, 2023, 12:23 PM IST

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାରେ ଆପ୍‌ ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଏଥର କୌଣସି ଭିଡିଓ ଭାଇରାଲ ନୁହେଁ ବରଂ ତାଙ୍କ ସେଲ୍‌ରେ କଏଦୀଙ୍କ ସଂଖ୍ୟା ବୃଦ୍ଧି କରାଯିବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ସରକାରୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ତିହାର ଜେଲ୍‌ରେ ରଖାଯାଇଛି । ଏହାରି ଭିତରେ ଜେଲ୍‌ ଅଧିକ୍ଷକ ସତ୍ୟେନ୍ଦ୍ରଙ୍କ ସେଲ୍‌କୁ ଦୁଇଜଣ କଏଦୀକୁ ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ପୂର୍ବଚନ ମନ୍ତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ଜେଲ୍‌ ପ୍ରଶାସନ ଆକ୍ସନ ମୋଡ୍‌କୁ ଆସିଛି । ଏହି ଘଟଣାକୁ ନେଇ ଜେଲ୍‌ ଅଧିକ୍ଷକଙ୍କୁ ତିହାର ଜେଲ୍‌ ପ୍ରାଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

tihar jail sp gets notice
ଜେଲ୍‌ ଅଧିକ୍ଷକଙ୍କୁ ନୋଟିସ ଜାରି

ସୂଚନା ଅନୁସାରେ, ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗତ ୧୧ ତାରିଖରେ ଜେଲ୍‌ ଅଧିକ୍ଷକଙ୍କୁ ନିକଟରେ ଏକ ଆବେଦନ କରିଥିଲେ । ସେ ଆବେଦନ ପତ୍ରରେ କହିଥିଲେ, "ମୁଁ ଜେଲ୍‌ରେ ଏକୁଟିଆ ଅନୁଭବ କରୁଛନ୍ତି । ମୋର ମାକସିକ ସ୍ଥିତି ଠିକ ରହୁ ନାହିଁ । ତେଣୁ ମୋର ସେଲ୍‌ରେ ୨ରୁ ୩ଜଣ କଏଦୀଙ୍କୁ ରଖାଯାଉ । ମନୋଚିକିତ୍ସକ ମୋତେ ଏକାକୀ ସମୟ ଅତିବାହିତ ନକରିବା ପାଇଁ ପରାମର୍ଶ ଦେଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ପାଓ୍ବାରଙ୍କ ବାସଭବନରେ ବସିଲା ମହା ବିକାଶ ଅଗାଡି ମେଣ୍ଟ ବୈଠକ, ଆଗକୁ ଏକାଠି ନିର୍ବାଚନ ଲଢିବା ନିଷ୍ପତ୍ତି

ସତ୍ୟେନ୍ଦ୍ର ଜୈନ୍‌ଙ୍କ ଅନୁରୋଧ କ୍ରମେ ତିହାର ଜେଲ ପ୍ରଶାସନ ସେ ରହୁଥିବା ୭ ନମ୍ବର ସେଲ୍‌ରେ ୨ଜଣ କଏଦୀଙ୍କୁ ସ୍ଥାନାନ୍ତର କରିଥିଲା । ଏହି ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ତିହାର ଜେଲ୍‌ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସତ୍ୟେନ୍ଦ୍ରଙ୍କ ୭ ନମ୍ବର ସେଲ୍‌ରେ ଥିବା ଦୁଇ କଏଦୀଙ୍କୁ ସ୍ଥାନାନ୍ତର କରାଯିବା ସହ ଜେଲ୍‌ ଅଧିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ତିହାର ଜେଲ୍‌ ପ୍ରଶାସନ ଏହାକୁ ନେଇ ଏକ ସ୍ପଷ୍ଟୀକରଣ ରଖିଛି । ପ୍ରଶାସନ ମୁତାବକ ସ୍ପଷ୍ଟୀକରଣ କରି କହିଛି, '୭ନମ୍ବର ସେଲକୁ ଦୁଇ ଜଣ କଏଦୀକୁ ସ୍ଥାନାନ୍ତର କରିବା ଘଟଣା ନେଇ ପ୍ରଶାସନ ଅବଗତ ନଥିଲା । ଜେଲ୍‌ ଅଧିକ୍ଷକ ପ୍ରଶାସନକୁ ନଜଣାଇ ଏହି ପଦକ୍ଷେପ ନେଇଛନ୍ତି । ନିୟମ ଅନୁସାରେ, ଜେଲ୍‌ ପ୍ରାଶାସନର ବିନା ଅନୁମତିରେ ଜେଲ୍‌ ଅଧିକ୍ଷକ କୌଣସି କଏଦୀଙ୍କୁ ସ୍ଥାନାନ୍ତର କରିପାରିବେ ନାହିଁ । ତେଣୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।'

ତିହାର ଜେଲ୍‌ରେ ଥିବା କଏଦୀମାନଙ୍କ ମଧ୍ୟରେ ଗ୍ୟାଙ୍ଗ୍‌ ଓ୍ବାର୍‌ ଏବଂ ଗତ କିଛି ଦିନ ପୂର୍ବରୁ ଦୁଇ ଜଣ କଏଦୀଙ୍କ ହତ୍ୟା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ସତ୍ୟେନ୍ଦ୍ର ଜୈନ୍‌ଙ୍କ ପ୍ରକୋଷ୍ଠକୁ ଦୁଇ କଏଦୀଙ୍କୁ ସ୍ଥାନାନ୍ତର କରାଯିବା ପରେ ତାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦର ଜୈନ୍‌ଙ୍କ ବିରୁଦ୍ଧରେ ୨୦୧୮ ମସିହା ଡିସେମ୍ବର ୩ ତାରିଖରେ ଚାର୍ଜସିଟ୍‌ ଦାଖଲ କରିଥିଲା ସିବିଆଇ । ୨୦୧୫ରୁ ୨୦୧୭ ମସିହା ମଧ୍ୟରେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ବ ଥିବା ବେଳେ ସେ ବେଆଇନ ଭାବରେ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଥିଲା । ଏହି ମାମଲାରେ ଏବେ ଜେଲ୍‌ରେ ଅଛନ୍ତି ସତ୍ୟେନ୍ଦର ଜୈନ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 15, 2023, 12:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.