ETV Bharat / bharat

ଭାରତକୁ ଡ୍ରାଗନର କାଉଣ୍ଟର; LACରେ ପଇଁତରା ମାରୁଛି ଚୀନ ସେନାର ତିବ୍ବତୀୟ ଟ୍ରୁପ

ଲଦାଖ ଓ ଅରୁଣାଚଳ ସୀମା ନିକଟବର୍ତ୍ତୀ LAC ରେ ଦୃଶ୍ୟମାନ ହେଉଛି ଚୀନ ସେନାର ତିବ୍ବତୀୟ ଟ୍ରୁପ । କଡା ନଜର ରଖିଛି ଭାରତୀୟ ସୁରକ୍ଷା ବଳ । 2020 ଗଲଓ୍ବାନ ସଂଘର୍ଷ ପରେ ତିବ୍ବତୀୟଙ୍କୁ ସେନାରେ ନିଯୁକ୍ତି ଦେବା ଆରମ୍ଭ କରିଥିଲା ଡ୍ରାଗନ । ଅଧିକ ପଢନ୍ତୁ

ଲଦାଖ ଓ ଅରୁଣାଚଳ ସୀମା ନିକଟବର୍ତ୍ତୀ  LAC ରେ ପଇଁତରା ମାରୁଛି ଚୀନ ସେନାର ତିବ୍ବତୀୟ ଟ୍ରୁପ

author img

By

Published : Jun 27, 2023, 9:36 PM IST

ନୂଆଦିଲ୍ଲୀ: ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (LAC)ର ନିକଟବର୍ତ୍ତୀ ହେଉଛନ୍ତି ଚୀନ ସେନା ଦ୍ବାରା ନିଯୁକ୍ତ ହୋଇଥିବା ତୀବ୍ବତୀୟ ଟ୍ରୁପ । ଡ୍ରାଗନ ସେନାର ସୀମା ପାଟ୍ରୋଲିଂ ୟୁନିଟ ଭାବେ ଏମାନେ ଅରୁଣାଚଳ ପ୍ରଦେଶ ଓ ଲଦାଖ ନିକଟରେ ଏଲଏସି ନିକଟବର୍ତ୍ତୀ ଏରିଆରେ ଦୃଶ୍ୟମାନ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ଗତିବିଧି ନେଇ ଉପରେ ଭାରତୀୟ ସୁରକ୍ଷା ବଳ କଡା ନଜର ରଖିଛି । ଉଚ୍ଚତମ କ୍ଷେତ୍ରରେ ନିୟନ୍ତ୍ରଣ ରେଖା ନିକଟରେ ପାଟ୍ରୋଲିଂ ପାଇଁ ଏମାନେ ଡ୍ରାଗନ ସେନାକୁ ସହଯୋଗ କରିବା ପାଇଁ ଚୀନ ଦ୍ବାରା ନିଯୁକ୍ତ ହୋଇଥିଲେ ।

2020 ରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ର ଗଲଓ୍ବାନ ଘାଟିରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଚୀନ ଏହି ପଦକ୍ଷେପ ଗ୍ରହଣ କରିଥିଲା । ଚୀନ ସେନାକୁ ଉଚ୍ଚତମ ତଥା ପ୍ରତିକୂଳ ସ୍ଥିତିରେ ସହଯୋଗ କରିବା ପାଇଁ ଚୀନ ଏହି ତିବ୍ବତୀୟ ସନୈଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଥିଲା । କାରଣ ଭୌଗଳିକ ଦୃଷ୍ଟିରୁ ଏମାନେ ପାର୍ବତ୍ୟାଞ୍ଚଳରେ ସକ୍ରିୟ ଭାବେ କାର୍ଯ୍ୟ କରିପାରନ୍ତି ।

ଉଚ୍ଚତମ ତଥା ଅହ୍ବାନପୂର୍ଣ୍ଣ ଏରିଆରେ କାର୍ଯ୍ୟ କରିବାରେ ଚୀନ ସୈନ୍ୟମାନଙ୍କ ଅଭିଜ୍ଞତା ପ୍ରାୟତଃ ନାହିଁ । ଭାରତୀୟ ସେନାର ପାହାଡି କ୍ଷେତ୍ରରେ କାର୍ଯ୍ୟ କରିବାରେ ବେଶ ଅଭିଜ୍ଞତା ରହିଛି । ଭାରତୀୟ ସୀମାନ୍ତ ଫୋର୍ସରେ ତିବ୍ବତୀୟ ଟ୍ରୁପ ମଧ୍ୟ ସାମିଲ ରହିଛି । ସେନା ସହ ଏମାନେ କୈଳାଶ ପାର୍ବତ୍ୟାଞ୍ଚଳ ରେଞ୍ଜରେ ସଫଳତାର ସହ କାର୍ଯ୍ୟରତ ଅଛନ୍ତି । ତେଣୁ ଚୀନ ମଧ୍ୟ ଏହି ରଣନୀତି ନିଜ ସେନା ପାଇଁ ମଧ୍ୟ ଆପଣାଇଛି । ଭାରତୀୟ ସେନା ପରି ଭୌଗଳିିକ ଦୃଷ୍ଟିରୁ ପାର୍ବତ୍ୟାଞ୍ଚଳ ସହ ଖାପଖୁଆଇ ପାରୁଥିବା ତିବ୍ବତୀୟ ସୈନ୍ୟଙ୍କୁ ସେନାରେ ନିଯୁକ୍ତି ଦେଇ ଲଦାଖ ଓ ଅରୁଣାଚଳ ପ୍ରଦେଶ ସଲଗ୍ନ ପ୍ରତିକୂଳ ପାର୍ବ୍ୟତାଞ୍ଚଳରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ନିୟୋଜିତ କରିଛି ।

ଏହା ମଧ୍ୟ ପଢନ୍ତୁ:-Encounter: କୁଲଗାମରେ ଏନକାଉଣ୍ଟର, ସେନା ଗୁଳିରେ ଜଣେ ଆତଙ୍କୀ ସଫା

2020 ଗଲଓ୍ବାନ ସଂଘର୍ଷ ପରେ ଉଭୟ ଦେଶର ସେନା ମଧ୍ୟରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା । ଉଭୟ ସେନା ପକ୍ଷରୁ ନିୟନ୍ତ୍ରଣ ରେଖାରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଥିଲ । ଉଭୟ ସେନା ମଧ୍ୟରେ ଏକାଧିକ ରାଉଣ୍ଡରେ କମାଣ୍ଡରସ୍ତରୀୟ ଆଲୋଚନା ପରେ କିଛି ଉତ୍ତେଜନାପୂର୍ଣ୍ଣ ପୋଷ୍ଟରୁ ଉଭୟ ଦେଶ ସେନା ମଧ୍ୟ ପ୍ରତ୍ୟାହାର କରିଛନ୍ତି । ହେଲେ ଏବେ ମଧ୍ୟ ଉଭୟ ଦେଶର ସେନା ମଧ୍ୟରେ ଉତ୍ତେଜନା ସମ୍ପୂର୍ଣ୍ଣ ପ୍ରଶମିତ ହୋଇନି । 2020 ରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଭାରତୀୟ ସେନାର 20 ଯବାନ ଶହୀଦ ହୋଇଥିଲେ । ଚୀନ ସେନାର ମଧ୍ୟ ବହୁ ଯବାନ ନିହତ ହୋଇଥିଲେ ସୁଦ୍ଧା ଏହାକୁ ଅସ୍ବୀକାର କରିବା ସହ ତଥ୍ୟ ଲୁଚାଇ ଆସିଛି ଡ୍ରାଗନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.