ପାଟନା: ବିହାର ପାଟନାର ପିରବହୋର ପୋଲିସ ଷ୍ଟେସନ ଅଞ୍ଚଳରୁ ତିନି ବର୍ଷର ବାଳିକାକୁ ଅପହରଣ ଓ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ସମ୍ପର୍କୀୟଙ୍କ ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଏହି ମାମଲାର ତଦନ୍ତ ପରେ 3 ବର୍ଷର ନାବାଳିକାକୁ ଅପହରଣ ଓ ବିକ୍ରି ନେଇ ଜଣେ ବୃଦ୍ଧ ମହିଳା, ଜଣେ ପୁରୁଷଙ୍କ ସହିତ ଜଣେ ନାବାଳିକାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ନାବାଳିକା ହାତ ଧରି ନାବାଳକ ଜଣଙ୍କ ଯାଉଥିବା ଭିଡିଓରେ ଦେଖିବାକୁ ମିଳିିଛି ।
ମହିଳା ଏବଂ ପୁରୁଷ ଜଣଙ୍କୁ ପଚରାଉଚରା କରୁଛି ପୋଲିସ । ଗିରଫ ହୋଇଥିବା ମହିଳା ପୋଲିସକୁ କହିଛନ୍ତି ଯେ 3 ବର୍ଷର ଝିଅକୁ ତାଙ୍କ ପୁଅ ପାଟନା ଜଙ୍କସନକୁ ଆଣିଛି । ଜଙ୍କସନ ପ୍ଲାଟଫର୍ମ ନମ୍ବର 10 ନିକଟରେ ଉପସ୍ଥିତ ଜଣେ ଯୁବକ ବିସ୍କୁଟ ଖାଇବାକୁ ବାହାନା କରି ଝିଅଟିକୁ ଅନ୍ୟତ୍ର ନେଇ ଯାଇଥିଲେ । 22ଜୁନରୁ ଝିଅ ଅପହରଣ ହୋଇଥିବା କହିଛନ୍ତି ଝିଅର ବାପା । ତାଙ୍କ ଘରେ ଭଡାରେ ରହୁଥିବା ପରିବାର 7ବର୍ଷୀୟ ବାଳକ 500 ଟଙ୍କାରେ ତାଙ୍କ ଝିଅକୁ ବିକ୍ରି କରିଥିବା କହିଛନ୍ତି ।
ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ନାବାଳିକା ହାତ ଧରି ଜଣେ 7ରୁ9 ବର୍ଷୀୟ ବାଳକଟି ଯାଉଥିବା ଦେଖିବାକୁ ମିଳିଥିଲା । ପୋଲିସ ଘଟଣାର ପଚରାଉଚରା କରିବାରୁ ମହିଳା ଓ ଜଣେ ପୁରୁଷଙ୍କ ନାମ ବାହାରକୁ ଆସିଛି । ବର୍ତ୍ତମାନ ସୁଦ୍ଧା ନାବାଳିକାକୁ ଉଦ୍ଧାର କରାଯାଇନାହିଁ ।