ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଲୱାମାରୁ ଗିରଫ ହୋଇଛନ୍ତି 3 ଜଣ ଆତଙ୍କୀ ସହଯୋଗୀ । ଗିରଫ 3 ଆତଙ୍କୀ ସହଯୋଗୀ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ସହ ସମ୍ପର୍କରେ ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ପୋଲିସର ସୂଚନା ଅନୁଯାୟୀ, ଆତଙ୍କବାଦୀ ଗତିବିଧି ନେଇ ଖବର ମିଳିଥିଲା । ଏହା ପରେ ଭାରତୀୟ ସେନାର 42 ଆରଆର ଓ ସିଆରପିଏଫର 180 ବାଟାଲିଅନ ସହ ମିଶି ଅବନ୍ତିପୁରା ପୋଲିସ ତ୍ରାଳ ଓ ବାଟଗୁଣ୍ଡରେ ସର୍ଚ ଅପରେସନ କରିଥିଲେ ।
ସର୍ଚ୍ଚ ଅପରେସନ ସମୟରେ ହିଜବୁଲ ମୁଜାହିଦ୍ଦିନର 3 ଜଣ ଆତଙ୍କବାଦୀ ସହଯୋଗୀ ଗିରଫ ହୋଇଛନ୍ତି । ତେବେ ଏହି ଗିରଫ ଆତଙ୍କୀ ସହଯୋଗୀ ଆତଙ୍କବାଦୀଙ୍କୁ ଘର ଓ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଜଣାପଡିଛି ।
ଗିରଫ ଆତଙ୍କବାଦୀ ସହଯୋଗୀମାନେ ବାଟଗୁଣ୍ଡର ସଫତ ଅହମଦ ସୋଫି, ଦାଦସରାର ମଜିଦ ମହମ୍ମଦ ଭଟ୍ଟ ଓ ଉମର ରସିଦ ୱାନି ବୋଲି ଜଣାପଡିଛି । ତେବେ ଏହି ଅପରେସନ ସମୟରେ ଜଣେ ଆତଙ୍କୀ ସହଯୋଗୀ ଘରୁ ଆଇଡି ମିଳିଥିବା ପୋଲିସ କହିଛି ।