ETV Bharat / bharat

କୋଲକାତାରୁ 3 JMB ଆତଙ୍କବାଦୀ ଗିରଫ - MB ଆତଙ୍କବାଦୀ ଗିରଫ

ଦକ୍ଷିଣ କୋଲକାତାର ହରିଦେବପୁର ଅଞ୍ଚଳରୁ 3 ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି କୋଲକାତା ପୋଲିସର ସ୍ବତନ୍ତ୍ର ଟାକ୍ସ ଫୋର୍ସ(ଏସଟିଏଫ) । ଅଧିକ ପଢନ୍ତୁ...

କୋଲକାତାରୁ 3 JMB ଆତଙ୍କବାଦୀ ଗିରଫ
କୋଲକାତାରୁ 3 JMB ଆତଙ୍କବାଦୀ ଗିରଫ
author img

By

Published : Jul 11, 2021, 9:43 PM IST

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରୁ ଗିରଫ ହୋଇଛନ୍ତି 3 ଜଣ ଆତଙ୍କବାଦୀ । ଦକ୍ଷିଣ କୋଲକାତାର ହରିଦେବପୁର ଅଞ୍ଚଳରୁ 3 ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି କୋଲକାତା ପୋଲିସର ସ୍ବତନ୍ତ୍ର ଟାକ୍ସ ଫୋର୍ସ(ଏସଟିଏଫ) ।

ଗିରଫ 3 ଜଣ ଆତଙ୍କବାଦୀ ଜମାତ ଉଲ ମୁଜାହିଦ୍ଦିନ ବାଂଲାଦେଶର ହୋଇଥିବା ଜଣାପଡିଛି । ଆତଙ୍କବାଦୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ କରିଛି ଏସଟିଏଫ । ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ 3 ଜଣଙ୍କ ନାଁ ନଜୀଉର ରହମାନ ଓ ଶବୀର ଓ ରେଜୋଲ ବୋଲି ଜଣାପଡିଛି ।

ଜେଏମବିର ଏହି ତିନି ଜଣ ଆତଙ୍କବାଦୀ କିଛି ମାସ ଧରି ଏକ ଭଡା ଘରେ ରହୁଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଗୁଇନ୍ଦା ଇନପୁଟ ପରେ ତିନିଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ।

କୋଲକାତା ପୋଲିସ ଏସଟିଏଫର ମିଳିତ ସିପି ଭି ସୋଲୋମନ ନେସାକୁମାର କହିଛନ୍ତି, ସନ୍ଦିଗ୍ଧଙ୍କ ଫେସବୁକ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଉଛି। ଏକ ହାତ ଲେଖା ଡାଏରୀ ମିଳିଛି, ଯେଉଁଥିରେ ଜେଏମବି ସଦସ୍ୟଙ୍କ ନାଁ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.