ETV Bharat / bharat

ପୁଣି ସୀମାରେ ଗୁଳିବିନିମୟ: ୨ ପୋଲିସ, ଜଣେ ସୁରକ୍ଷାକର୍ମୀ ଆହତ

author img

By

Published : Oct 24, 2021, 11:05 AM IST

Updated : Oct 24, 2021, 12:28 PM IST

ପୁଣି ସୀମାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । ୨ ପୋଲିସ, ଜଣେ ସୁରକ୍ଷାକର୍ମୀ ଆହତ । ଅଧିକ ପଢନ୍ତୁ...

Three security personnel injured in firing by terrorists in J-K's Poonch
ପୁଣି ସୀମାରେ ଗୁଳିବିନିମୟ: ୨ ପୋଲିସ, ଜଣେ ସୁରକ୍ଷାକର୍ମୀ ଆହତ

ଶ୍ରୀନଗର: ପୁଣି ସୀମାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । ଏଥିରେ ୨ ଜଣ ପୋଲିସ ଓ ଜଣେ ଆର୍ମି ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଆଜି(ରବିବାର) ସକାଳେ ଜାମ୍ମୁ କାଶ୍ମୀର ପୁଞ୍ଜର ଭଟା ଦୁରିଆନ ଅଞ୍ଚଳରେ ଆତଙ୍କବାଦୀ ଗୁଳିଚାଳନା କରିଥିଲେ । ଜାମ୍ମୁ କାଶ୍ମୀରର ଜଣେ ପୋଲିସ କର୍ମଚାରୀଙ୍କ ସୂଚନା ଅନୁସାରେ ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ପ୍ରଥମେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀ ଏବଂ ପୋଲିସଙ୍କ ଉପରକୁ ଗୁଳିଚାଳନା କରିଥିଲେ ।

ଏଥିରେ ୨ ପୋଲିସ କର୍ମଚାରୀଙ୍କ ସମେତ ଜଣେ ଯବାନ ଆହତ ହୋଇ ଥିବାବେଳେ କୁଖ୍ୟାତ ଆତଙ୍କୀ ଜିଆ ମୁସ୍ତାଫା ମଧ୍ୟ ଆହତ ହୋଇଛି । ଖବର ଲେଖା ହେବା ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି, ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ଅନ୍ୟପଟେ ଜାମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପରିଚୟ ମିଳିପାରିନାହିଁ । ଆଜି ସକାଳ ପ୍ରାୟ ୧୦.୩୦ ସମୟରେ ସୋପିଆନରେ ଥିବା CRPF କ୍ୟାମ୍ପ ଉପରେ ହମଲା କରିଥିଲେ ଆତଙ୍କବାଦୀ ।

@ANI

Last Updated : Oct 24, 2021, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.