ETV Bharat / bharat

ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଉତ୍ତରାଖଣ୍ଡ ପ୍ରଫେସର - ଆରକେ ମୈଖୁରୀ

ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଉତ୍ତରାଖଣ୍ଡର ୩ ପ୍ରଫେସର । ଅଧିକ ପଢନ୍ତୁ

ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଉତ୍ତରାଖଣ୍ଡ ପ୍ରଫେସର

author img

By

Published : Oct 13, 2022, 8:59 AM IST

ଡେରାଡୁନ: ଆମେରିକାର ପ୍ରତିଷ୍ଠିତ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ(Stanford University) ପକ୍ଷରୁ ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ଉତ୍ତରାଖଣ୍ଡ ହେମବତୀ ନନ୍ଦନ ବହୁଗୁଣା ଗଡୱାଲ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ(Hemvati Nandan Bahuguna Garhwal University)ର ତିନି ଜଣ ପ୍ରଫେସରଙ୍କ ନାମ ରହିଛି । ସେମାନେ ହେଲେ ପ୍ରଫେସର ଆରକେ ମୈଖୁରୀ(R. K. Maikhuri), ଡକ୍ଟର ଅଜୟ ସେମଲ୍ଟି(Ajay Semalty) ଏବଂ ପ୍ରଫେସର ଆରସି ରମୋଲା(Professor R.C Ramola) । ସେମାନେ ବିଶ୍ବର ଟପ୍ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ପୁନର୍ବାର ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି । ଯାହାକି ଗଡୱାଲ ବିଶ୍ବବିଦ୍ୟାଳୟ ପାଇଁ ଏକ ବଡ ଉପଲବ୍ଧି ।

ଏହାମଧ୍ୟ ପଢନ୍ତୁ: ୭୫ବର୍ଷ ପରେ ଭଉଣୀକୁ ଭେଟିବ ଭାଇ, ପାକିସ୍ତାନ ଯିବେ ଗୁରମେଲ ସିଂହ

ଆରକେ ମୈଖୁରୀ ବିଶ୍ବବିଦ୍ୟାଳୟର ପରିବେଶ ବିଭାଗର ପ୍ରଫେସର । ସେହିପରି ଡକ୍ଟର ଅଜୟ ସେମଲ୍ଟି ଫାର୍ମାସୀ ବିଭାଗ ଏବଂ ଆରସି ରମୋଲା ଭୌତିକ ବିଜ୍ଞାନ ବିଭାଗର ସିନିୟର ପ୍ରଫେସର ଅଟନ୍ତି । ଗତ ୧୦ ତାରିଖରେ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ(Stanford University) ଦ୍ବାରା ଟପ୍ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ଜାରି କରାଯାଇଛି । ପ୍ରଫେସର ଆରକେ ମୈଖୁରୀ ଓ ରମୋଲାଙ୍କ ନାମ ଦ୍ବିତୀୟ ଥର ପାଇଁ ତାଲିକାରେ ରହିଛି । ଡକ୍ଟର ଅଜୟ ସେମଲ୍ଟି ତୃତୀୟ ଥର ଟପ୍ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ରହିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.