ETV Bharat / bharat

କାଗଜ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୩ ଜୀବନ୍ତ ଦଗ୍ଧ - ଆନ୍ଧ୍ରପ୍ରଦେଶର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଚିତ୍ତୋର ସହରର ରାଙ୍ଗାଚାରି ନିକଟରେ ଥିବା ଏକ କାଗଜ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ । କମ୍ପାନୀ ମାଲିକଙ୍କ ସହ ୨ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

ପେପର କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ
ପେପର କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ
author img

By

Published : Sep 21, 2022, 10:58 AM IST

Updated : Sep 21, 2022, 11:04 AM IST

ଅମରାବତୀ: ଆନ୍ଧ୍ରପ୍ରଦେଶର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ(Fire Breaks Out In paper plates manufacturing industry)। ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତୋର ସହରର ରାଙ୍ଗାଚାରି(Rangachari Street in Chittoor) ନିକଟରେ ଥିବା ଏକ କାଗଜ ତିଆରି କାରଖାନାରେ ନିଆଁ ଲାଗିଯାଇଥିଲା । ଏଥିରେ ୩ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: ଆନ୍ଧ୍ରପ୍ରଦେଶ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ଫ୍ୟାକ୍ଟ୍ରି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ପେପର କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ

ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଚିତ୍ତୋର ସହରର ରାଙ୍ଗାଚାରି ନିକଟରେ ଥିବା ଏକ କାଗଜ ତିଆରି କାରଖାନାରେ ହଠାତ୍‌ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ସମୟରେ କାରଖାନାର ମ୍ୟାନେଜରଙ୍କ ସମେତ ତାଙ୍କ ପୁଅ ଏବଂ ଜଣେ କର୍ମଚାରୀ ଉପସ୍ଥିତ ରହିଥିଲେ । ଫଳରେ ୩ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ରହିଛି । ମୃତକମାନେ ହେଲେ କମ୍ପାନୀ ମାଲିକ ଭାସ୍କର(୬୫), ତାଙ୍କ ପୁଅ ଡେଲ୍ଲିବାବୁ, ଏବଂ ବାଲାଜୀ(୨୫) ବୋଲି ଜଣାପଡିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି ।

ତେବେ କାରଖାନା ମାଲିକ ଭାସ୍କରଙ୍କ ପୁଅ ଡେଲ୍ଲିବାବୁ ଏକ ସଫ୍ଟଓ୍ବେୟାର କମ୍ପାନୀରେ କାର୍ଯ୍ୟ କରୁଥିଲେ । ଜନ୍ମଦିନରେ ପୁଅର ମୃତ୍ୟୁ ହେବା ଯୋଗୁଁ ପରିବାର ଲୋକେ ଭାଙ୍ଗିପଡିବା ସହ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଅନୁସାରେ, କାରଖାନାରେ ନିଆଁ ଲାଗିବା ପରେ ହଠାତ୍‌ ଚାରିଆଡେ ବ୍ୟାପି ଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ଅଗ୍ନିଶମ ବାହିନୀ ସହ ପୋଲିସକୁ ଖବର ଦେଇଥିଲେ । ତେବେ ଅଗ୍ନିଶମ କର୍ମଚାରୀଙ୍କ ପହଞ୍ଚିବାରେ ବିଳମ୍ବ ହେବାରୁ ସ୍ଥାନୀୟଲୋକେ କାରଖାନାର କାନ୍ଥ ଭାଙ୍ଗି ମାଲିକଙ୍କ ସହ କର୍ମଚାରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଚିତ୍ତୋର ଟାଉନଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 21, 2022, 11:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.