ETV Bharat / bharat

ବିହାରରେ ବିଷାକ୍ତ ମଦ ପିଇ ୩ ମୃତ, ଅନେକ ଗୁରୁତର

author img

By

Published : Apr 24, 2022, 10:35 PM IST

ବିହାରରେ ବିଷାକ୍ତ ମଦ ପିଇ ତିନି ମୃତ । ବିହାରର ଛପରାରେ ବିଷାକ୍ତ ମଦ ପିଇ ତିନି ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଅନେକ ଗୁରୁତର, ଅବସ୍ଥା ସଙ୍କାଟାପନ୍ନ । ଅଧିକ ପଢନ୍ତୁ

ବିହାରରେ ବିଷାକ୍ତ ମଦ ପାନ, ୩ ମୃତ
ବିହାରରେ ବିଷାକ୍ତ ମଦ ପାନ, ୩ ମୃତ

ପାଟନା: ବିହାରରେ ବିଷାକ୍ତ ମଦ ପିଇ ତିନି ମୃତ । ବିହାରର ଛପରାରେ ବିଷାକ୍ତ ମଦ ପିଇ ତିନି ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଏବେ ମଧ୍ୟ ସଙ୍କାଟାପନ୍ନ ରହିଛି । ମୃତକଙ୍କ ଘର ବିହାରର ସାରଣ ଜିଲ୍ଲାର ତରୈୟା ପୋଲିସ ଷ୍ଟେସନ ଅଞ୍ଚଳରେ ବୋଲି ଜଣାପଡିଛି । ଏପଟେ ଏହି ବିଷାକ୍ତ ମଦ ପିଇ କିଛି ଲୋକ ଦୃଷ୍ଟି ଶକ୍ତି ହରାଇଥିବା ମଧ୍ଯ ଅଭିଯୋଗ ହୋଇଛି ।

ଗୁରୁତର ଥିବା ଲୋକଙ୍କ ଚିକିତ୍ସା ପାଟନାର ବିଭିନ୍ନ ହସ୍ପିଟାଲରେ ଚାଲିଛି । ବିଷାକ୍ତ ମଦ ପିଇବା କାରଣରୁ ଲୋକଙ୍କର ମୃତ୍ୟ ହୋଇଥିବା ପୀଡିତଙ୍କ ପରିବାର ଅଭିଯୋଗ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଏହି ଘଟଣା ନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ଶୁକ୍ରବାର ଲୋକେ ବିଷାକ୍ତ ମଦ ପିଇଥିବା ନବରତ୍ନପୁର ଗାଁର ପୀଡିତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତିନି ଦିନ ତଳେ ହୋଇଥିବା ଘଟଣା ଆଜି ସାମ୍ନାକୁ ଆସିଥିବା ବେଳେ ଏହା ଉପରେ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଅନ୍ୟପଟେ ଲୋକମାନେ ମଦ ପିଇବା ପରେ ପ୍ରଥମେ ସେମାନଙ୍କ ଆଖି ସମସ୍ୟା ଦେଖାଯାଇଥିଲା ଓ ପରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏଥିସହ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ମଧ୍ୟ ଲୋକଙ୍କର ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଛି । ପ୍ରଥମେ ଦୃଷ୍ଟି ଶକ୍ତି ହରାଇଥାନ୍ତି, ଏହାପରେ ସେମାନଙ୍କର ମୃତ୍ଯୁ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.