ETV Bharat / bharat

Monsoon Session: ବିଶୃଙ୍ଖଳ ଆଚରଣ ପାଇଁ ଆଉ ୩ ରାଜ୍ୟସଭା ସାଂସଦ ନିଲମ୍ବିତ

ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ଆଉ ୩ ବିରୋଧି ଦଳ ସାଂସଦ ନିଲମ୍ବିତ । ଦୁଇ ଜଣ ଆମ ଆଦମୀ ପାର୍ଟିର ଓ ଜଣେ ସ୍ବାଧୀନ ସାଂସଦ ନିଲମ୍ବିତ । ଅଧିକ ପଢନ୍ତୁ

Monsoon Session: ବିଶୃଙ୍ଖଳ ଆଚରଣ ପାଇଁ ଆଉ ୩ ରାଜ୍ୟସଭା ସାଂସଦ ନିଲମ୍ବିତ
Monsoon Session: ବିଶୃଙ୍ଖଳ ଆଚରଣ ପାଇଁ ଆଉ ୩ ରାଜ୍ୟସଭା ସାଂସଦ ନିଲମ୍ବିତ
author img

By

Published : Jul 28, 2022, 2:13 PM IST

ନୂଆଦିଲ୍ଲୀ: ଆଉ ୩ ରାଜ୍ୟସଭା ସାଂସଦ ନିଲମ୍ବିତ । ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ଆଜି ଆଉ ୩ ବିରୋଧି ଦଳ ସାଂସଦ ନିଲମ୍ବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଆମ ଆଦମୀ ପାର୍ଟିର(AAP) ଓ ଜଣେ ସ୍ବାଧୀନ ସାଂସଦ ହୋଇଥିବା ଜଣାପଡିଛି । ମୌସୁମୀ ଅଧିବେଶନ ଚାଲୁଥିବାବେଳେ ପ୍ରବଳ ହଟ୍ଟଗୋଳ ଜାରି ରହିଛି । ମଙ୍ଗଳବାର ଗୃହରେ ବିଶୃଙ୍ଖଳ ଆଚରଣ ପାଇଁ ଗତକାଲି ସୁଦ୍ଧା ୨୪ ଜଣ ବିରୋଧି ଦଳ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା । ଆଜି ଆଉ ୩ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ମୋଟ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି । ଏହାସହିତ ରାଜ୍ୟସଭାକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ ରଖାଯାଇଛି ।

ଏହାମଧ୍ୟ ପଢନ୍ତୁ:Monsoon Session: 50 ଘଣ୍ଟାରୁ ଅଧିକ ସମୟ ଧରି ନିଲମ୍ବିତ ସାଂସଦଙ୍କ ଧାରଣା

ଆଜି ନିଲମ୍ବିତ ହୋଇଥିବା ଆପ୍ ସାଂସଦଙ୍କ ମଧ୍ୟରେ ସୁଶିଲ ଗୁପ୍ତା, ସନ୍ଦୀପ ପାଠକ ଏବଂ ସ୍ବାଧୀନ ସାଂସଦ ଅଜିତ ଭୂଆଁ ରହିଛନ୍ତି । ଅନ୍ୟପଟେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ(Adhir Ranjan Chowdhury) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧିତ କରିବାକୁ ନେଇ ଝଡ ସୃଷ୍ଟି ହେବା ପରେ ଲୋକସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.