ETV Bharat / bharat

ପର୍ଣ୍ଣ ଦେଖିବାକୁ ମନାକଲା ନାବାଳିକା, ପଥରରେ ଛେଚି ମାରିଦେଲେ 3 ନାବାଳକ

ଆସାମରେ ଜଣେ ନାବାଳିକାକୁ ମିଳିମିଶି ହତ୍ୟା କରିଛନ୍ତି 3 ନାବାଳକ । ଅଶ୍ଳୀଳ ଭିଡିଓ ଦେଖିବାକୁ ନେଇ ହୋଇଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ...

author img

By

Published : Oct 21, 2021, 4:18 PM IST

ପର୍ଣ୍ଣ ଦେଖିବାକୁ ମନାକଲା ନାବାଳିକା, ପଥରେ ଛେଚି ମାରିଦେଲେ 3 ନାବାଳକ

ଗୌହାଟୀ: ଆସାମରୁ ସାମ୍ନାକୁ ଆସିଛି ଛାତି ଥରାଇଦେବା ଭଳି ଏକ ଘଟଣା, ଯେଉଁଠି ଜଣେ ନାବାଳିକାକୁ ମିଳିମିଶି ହତ୍ୟା କରିଛନ୍ତି 3 ନାବାଳକ । ଅଭିଯୁକ୍ତ ନାବାଳକଙ୍କ ବୟସ ମାତ୍ର 8ରୁ 11 ବର୍ଷ । ହତ୍ୟାକାଣ୍ଡର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏତେ କମ ବୟସର 3 ନାବାଳକ 6 ବର୍ଷର ନାବାଳିକାର ଏଥିପାଇଁ ହତ୍ୟା କଲେ, କାରଣ ନାବାଳିକା ଜଣକ ଅଶ୍ଳୀଳ ତଥା ପର୍ଣ୍ଣ ଭିଡିଓ ଦେଖିବାକୁ ମନା କରିଥିଲା ।

6 ବର୍ଷର ନାବାଳିକାର ହତ୍ୟା ମାମଲାରେ ପୋଲିସ 3 ନାବାଳକ ଓ ଜଣେ ଅଭିଯୁକ୍ତର ବାପାଙ୍କୁ ଗିରଫ କରିଛି । ଆସାମର ନଗାଁ ଜିଲ୍ଲା ବାଲୀବତ ନିକଟ ପଥର ମିଲ୍‌ରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ପଥର ମିଲ୍‌ ଶୌଚାଳୟରୁ ନାବାଳିକାର ରକ୍ତ ଜୁଡୁବୁଡୁ ମୃତଦେହ ମିଳିବା ପରେ ଘଟଣା ସାମ୍ନାକୁ ଆସିଥିଲ, ଯାହାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ତଦନ୍ତରେ ପୋଲିସ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି । ପୋଲିସର କହିବାନୁଯାୟୀ, ମାତ୍ର 24 ଘଣ୍ଟାରେ ପର୍ଦ୍ଦାଫାଶ ହୋଇଛି ହତ୍ୟାକାଣ୍ଡର ରହସ୍ୟ । ଯାଞ୍ଚ ସମୟରେ ନାବାଳିକା ସହ ଯୌନ ଶୋଷଣର ପ୍ରୟାସ କରାଯାଇଥିବା କୁହାଯାଉଛି । ହେଲେ ଯୌନ ଶୋଷଣ ନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

8ରୁ 11 ବର୍ଷର ଏହି ନାବାଳକମାନେ 6 ବର୍ଷର ନାବାଳିକାକୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ପ୍ରଥମେ ଏହି ନାବାଳକମାନେ ମୋବାଇଲ ଫୋନରେ ନାବାଳିକା ଜଣଙ୍କୁ ଅଶ୍ଳୀଳ ଭିଡିଓ କ୍ଲିପ୍‌ ଦେଖାଇଥିଲେ । ହେଲେ ନାବାଳିକା ଜଣଙ୍କ ଏହା ଦେଖିବାକୁ ମନା କରିଦେବାରୁ ଅଭିଯୁକ୍ତମାନେ ତାକୁ ପଥରରେ ଛେଚି ମାରିଦେଇଥିବା ଜଣାପଡିଛି ।

ଘଟଣା ସମ୍ପର୍କରେ ପୋଲିସ ମାମଲା ରୁଜୁ କରିସାରିଛି । ଜଣେ ଅଭିଯୁକ୍ତଙ୍କ ବାପା ଏହି ଘଟଣାକୁ ଲୁଚାଇବାକୁ ପ୍ରୟାସ କରୁଥିବା ଅଭିଯୋଗରେ ତାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ପର୍ଣ୍ଣ ନିଶାଗ୍ରସ୍ତ ଥିଲେ । ଯାହାକୁ ନେଇ ସେମାନେ ଏଭଳି ନୃଶଂସ ଅପରାଧ କରିଛନ୍ତି । 3 ଜଣ ନାବାଳକ ପର୍ଣ୍ଣ ଦେଖିବା ପାଇଁ ନିଜ ନିଜ ବାପାଙ୍କ ଫୋନ ବ୍ୟବହାର କରୁଥିବା ମଧ୍ୟ କହିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.