ETV Bharat / bharat

ଜଙ୍ଗଲୀ ମଇଁଷି ଆକ୍ରମଣ ୩ ମୃତ, ସୁଟ ଆଟ୍‌ ସାଇଟ୍‌ ଅର୍ଡର ଦେଲା ପ୍ରଶାସନ - କୋଟ୍ଟାୟମ ସ୍ଥିତ ଏରୁମେଲି ଅଞ୍ଚଳ

କୋଟ୍ଟାୟମ ସ୍ଥିତ ଏରୁମେଲି ଅଞ୍ଚଳରେ ଜଙ୍ଗଲୀ ମଇଁଷି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ । ଏହାପରେ ପ୍ରଶାସନ ପକ୍ଷରୁ ଜଙ୍ଗଲୀ ମଇଁଷିକୁ ସୁଟ୍‌ ଆଟ୍‌ ସାଇଟ୍‌ ଅର୍ଡର ଦିଆଯାଇଛି । ଅଧିକ ପଢ଼ନ୍ତୁ

ଜଙ୍ଗଲୀ ମଇଁଷି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ
ଜଙ୍ଗଲୀ ମଇଁଷି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ
author img

By

Published : May 19, 2023, 6:38 PM IST

ଥିରୁଅନନ୍ତପୁରମ୍: କେରଳ କୋଟ୍ଟାୟମରୁ ସାମ୍ନାକୁ ଆସିଛି ଭୟଙ୍କର ଚିତ୍ର । କୋଟ୍ଟାୟମ ସ୍ଥିତ ଏରୁମେଲି ଅଞ୍ଚଳରେ ଜଙ୍ଗଲୀ ମଇଁଷି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳ ପ୍ରାୟ ୮ଟା ସମୟରେ ନିଜ ଘରେ ବସି ଖବରକାଗଜ ପଢୁଥିବା ସମୟରେ ଜଣେ ବ୍ୟକ୍ତି ଅଚାନକ ଜଙ୍ଗଲୀ ମଇଁଷି ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ ଥିଲେ । ମୃତ ବ୍ୟକ୍ତିଙ୍କର ପଡୋଶୀ ଥୋମାସଙ୍କୁ ମଧ୍ୟ ଆକ୍ରମଣ କରି ରକ୍ତାକ୍ତ କରିଥିଲା ଜଙ୍ଗଲୀ ମଇଁଷି । ପରେ ଚିକିତ୍ସା ପାଇଁ ତାଙ୍କୁ କୋଟ୍ଟାୟମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ଥୋମାସଙ୍କର ବି ମୃତ୍ୟୁ ଘଟିଛି । ସେହିପରି କୋଲ୍ଲାୟମ ଜିଲ୍ଲାରୁ ମଧ୍ୟ ସମାନ ଘଟଣା ସାମନାକୁ ଆସିଛି । କୋଲ୍ଲାୟମ ଜିଲ୍ଲା ସ୍ଥିତ ଏଡାମୁଲେକାଲ ଜିଲ୍ଲାରେ ମଧ୍ୟ ଜଙ୍ଗଲୀ ମଇଁଷି ଉପଦ୍ରବ ଦେଖିବାକୁ ମିଳିଛି । ଫଳରେ ସେଠାରେ ମଧ୍ୟ ଜଣେ ବ୍ୟକ୍ତି ଆକ୍ରମଣର ଶିକାର ହୋଇ ଜୀବନ ଯାଇଛି । ଏହାପରେ ପ୍ରଶାସନ ପକ୍ଷରୁ ସୁଟ୍‌ ଆଟ୍‌ ସାଇଟ୍‌ ନିର୍ଦ୍ଦେଶ ଦିଆଯାଇଛି ।

ଗୋଟିଏ ପଟେ ଜଙ୍ଗଲୀ ମଇଁଷି ଉପଦ୍ରବ, ଅନ୍ୟପଟେ ଭାଲୁ ଆକ୍ରମଣ ଯୋଗୁ ଅତିଷ୍ଠ ହୋଇପଡିଛନ୍ତି ସ୍ଥାନୀୟ ଲୋକେ । ପୂର୍ବରୁ ସେଠାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକେ ଭାଲୁ ଆକ୍ରମଣ ନେଇ ଅଭିଯୋଗ କରିଥିଲେ । ଜଙ୍ଗଲୀ ଇଲାକା ହୋଇଥିବା କାରଣରୁ ଅନେକ ସମୟରେ ବନ୍ୟଜନ୍ତୁଙ୍କ ଆକ୍ରମଣର ଶିକାର ହେଉଛନ୍ତି ଲୋକେ । ଗତ ବୁଧବାର ଏରୁମାଲି ଅଞ୍ଚଳର ତୁମରମ୍ପରାଠାରେ ଆକ୍ରମଣର ଶିକାର ହୋଇ ଏକ ଗୃହପାଳିତ ଛେଳି ସମେତ କୁକୁରର ଜୀବନ ଯାଇଥିଲା । ବାଘ ଆକ୍ରମଣ ଯୋଗୁଁ ଏପରି ହୋଇଥିବା ଅଞ୍ଚଳବାସୀ ସନ୍ଦେହ କରୁଥିବାବେଳେ ଏହାକୁ ଖଣ୍ଡନ କରିଛି ବନବିଭାଗ ।

ବାରମ୍ୱାର ଏପରି ଘଟଣା ଘଟୁଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇ ରହିଛନ୍ତି । ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ ବଢୁଥିବାବେଳେ ବନବିଭାଗ ଠୋସ୍ ପଦକ୍ଷେପ ନେଉନଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟଲୋକେ । ପୁଣି ଥରେ ଜଙ୍ଗଲୀ ମଇଁଷି ୩ଜଣଙ୍କ ମୁଣ୍ଡ ନେବା ପରେ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ବନବିଭାଗର ଏଭଳି ଅବହେଳାକୁ ପ୍ରତିବାଦ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ଅଞ୍ଚଳବାସୀ । ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ତୀବ୍ର ହେବା ନେଇ ଚେତାବନୀ ମଧ୍ୟ ଦିଆଯାଇଛି । ତେବେ ଲୋକମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଥିବାବେଳେ ବନବିଭାଗ ଅଧିକାରୀ ସେଠାରେ ପହଞ୍ଚିଥିଲେ । ତେବେ ଖୁବଶୀଘ୍ର ସେଠାରେ ସିସିଟିଭି ଲଗାଇ ଜୀବଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.