ETV Bharat / bharat

ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ତ, ନିଆଁରେ ଜଳିଗଲେ ଡାକ୍ତରଙ୍କ ପରିବାର

ଉତ୍ତରପ୍ରଦେଶର ମଧୁରାଜ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡରେ 3 ମୃତ । ମୃତକ ମାନେ ହେଲେ ଡାକ୍ତର ଓ ତାଙ୍କ ପରିବାରର 2 ସଦସ୍ୟ । ଅଧିକ ପଢନ୍ତୁ

author img

By

Published : Oct 5, 2022, 12:07 PM IST

ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ତ , ୩ମୃତ
ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ତ , ୩ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଧୁରାଜ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଆଜି ଭୋର ୫ଟା ସମୟରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ଏଥିରେ ମୋଟ ୩ ଜଣଙ୍କ ମୃତ୍ୟୁ ଘଟିଛି । ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଇଥିବା ନେଇ ସୂଚନା ମିଳିଛି । ତେବେ ମୃତକ ମାନେ ହେଲେ ସେହି ହସ୍ପିଟାଲର ପରିଚାଳକ ଡାକ୍ତର ରାଜନ,ତାଙ୍କ ଝିଅ ସାଲୁ ଏବଂ ପୁଅ ଋଷି ।

ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ତ , ୩ମୃତ

ସୂଚନା ଅନୁଯାୟୀ, ଆଜି ଭୋର ୫ଟା ସମୟରେ ମେଡିକାଲରେ ଅଚାନକ ନିଆଁ ଲାଗିଯାଇଥିଲା । ଏନେଇ ମେଡିକାଲରେ ଆତଙ୍କ ସୃଷ୍ଟି ହୋଇଥିଲା । ସେଠାକାର ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ନିଆଁ ଲିଭେଇବାକୁ ଚେଷ୍ଟା କରିଥିଲେ । ଅନ୍ୟପଟେ ନିଆଁ ଲାଗିବା ଯୋଗୁଁ ସେହି ମେଡିକାଲର ଦ୍ବିତୀୟ ମହଲାରେ ଶୋଇଥିବା ଡାକ୍ତର ରାଜନ ଓ ତାଙ୍କ ପରିବାର ଧୂଆଁରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ନେଇ ଜଣାପଡିଛି ।

ଏନେଇ ଇନିସପେକ୍ଟର ଶାହଗଞ୍ଜ ଜସଭୀର ସିଂ ସିରୋହି କହିଛନ୍ତି ଯେ, ଅଗ୍ନିକାଣ୍ଡରେ ଫସି ରହିଥିବା ଚାରି ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର କରାଯାଇ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିସହ ସେ କହିଛନ୍ତି ହସ୍ପିଟାଲରେ ନିଆଁ ଲାଗିବାର କାରଣ ତଳ ମହଲାର ଏକ କୋଠରୀରେ ରଖାଯାଇଥିବା ସୋଫା ହୋଇପାରେ । କିନ୍ତୁ ସୋଫାର ଫୋମରେ କିପରି ନିଆଁ ଲାଗିଲା ଏହାର ଅନୁସନ୍ଧାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.