ETV Bharat / bharat

Assam Rape & Murder Case: 3 ଦୋଷୀଙ୍କୁ ଫାଶୀଦଣ୍ଡ ଶୁଣାଇଲେ କୋର୍ଟ

ଆସାମର କୋକ୍ରାଝର ସ୍ବତନ୍ତ୍ର କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତିନି ଅଭିଯୁକ୍ତଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କଲେ କୋର୍ଟ । ଅଧିକ ପଢନ୍ତୁ

ତିନି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଶୁଣାଇଲେ ଆସାମର କୋକ୍ରାଝର ସ୍ବତନ୍ତ୍ର କୋର୍ଟ

author img

By

Published : Apr 9, 2022, 9:51 AM IST

ଗୌହାଟୀ: ଆସାମର କୋକ୍ରାଝର ସ୍ବତନ୍ତ୍ର କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତିନି ଅଭିଯୁକ୍ତଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କଲେ କୋର୍ଟ । ତେବେ ଗତବର୍ଷ ଆସାମରେ ଦୁଇ ଜଣା ନାବାଳିକଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣାରେ ତିନି ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଶୁଣାଇଛନ୍ତି କୋର୍ଟ ।

  • Hon. Sessions Court, Kokrajhar awarded death sentence to accused Muzamil, Najibul & Farizul in the gruesome case of rape & murder of two tribal minor girls.
    I visited the family on 13.6.21 and directed @lrbishnoiassam to form SIT and take the case to it’s logical conclusion. pic.twitter.com/sYHPYYJ7nM

    — Himanta Biswa Sarma (@himantabiswa) April 8, 2022 " class="align-text-top noRightClick twitterSection" data=" ">

ଏହି ତିନି ଅଭିଯୁକ୍ତ କୋର୍ଟଙ୍କ ଦ୍ବାରା ଗୁରୁବାର ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ଶୁକ୍ରବାର ଫରିଜୁଲ ରହମାନ, ନଜିବୁଲ ଅଲି ଶେଖ୍‌ ଏବଂ ମୁଜାମିଲ ଶେଖକୁ ଫାଶୀଦଣ୍ଡ ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ତିନି ଅଭିଯୁକ୍ତଙ୍କୁ ଗତବର୍ଷ ହତ୍ୟାର ଗୋଟିଏ ଦିନ ପରେ ଅର୍ଥାତ୍‌ ଜୁନ ୧୪ରେ ଗିରଫ କରାଯାଇଥିଲା ।

ଅନ୍ୟପଟେ ଦୁଇ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ମୁଜାମିଲ, ନଜିବୁଲ ଏବଂ ଫରିଜୁଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଏଭଳି କଠୋର ଦଣ୍ଡ ଦେଇଥିବାରୁ ମୁଁ ଧନ୍ୟବାଦ ଜଣାଉଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ବ ଶର୍ମା କହିଛନ୍ତି । ଏଥିସହ ଗତବର୍ଷ ୧୩ ଜୁନରେ ମୁଁ ପରିବାରକୁ ଭେଟିବା ସହ SIT ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲି । ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବା ପାଇଁ କହିଥିଲି ବୋଲି ଏନେଇ ଟୁଇଟ୍‌ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.