ETV Bharat / bharat

Gyanvapi Masjid Case: ସର୍ଭେ ରାୟ ଦେଇଥିବା ବିଚାରପତିଙ୍କୁ ହତ୍ୟା ଧମକ

author img

By

Published : Jun 9, 2022, 7:23 AM IST

ଉତ୍ତରପ୍ରଦେଶ ବାରଣାସୀ ସ୍ଥିତ ବହୁ ଚର୍ଚ୍ଚିତ ଜ୍ଞାନବାପି ମସଜିଦ ମାମଲାକୁ ନେଇ ବିବାଦ ଥମିବାରେ ନା ଧରୁନି । ମସଜିଦ ମାମଲାରେ ଭିଡିଓ ଗ୍ରାଫି ସର୍ଭେ ପାଇଁ ରାୟ ଦେଇଥିବା ବାରଣାସୀ କୋର୍ଟ ବିଚାରପତି ରବି କୁମାର ଦିବାକରଙ୍କୁ ହତ୍ୟା ଧମକ ମିଳିଛି । ଅଧିକ ପଢନ୍ତୁ

ସର୍ଭେ ରାୟ ଦେଇଥିବା ବିଚାରପତିଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାରଣାସୀ ସ୍ଥିତ ବହୁ ଚର୍ଚ୍ଚିତ ଜ୍ଞାନବାପି ମସଜିଦ ମାମଲାକୁ ନେଇ ବିବାଦ ଥମିବାର ନା ଧରୁନି । ମସଜିଦ ମାମଲାରେ ଭିଡିଓ ଗ୍ରାଫି ସର୍ଭେ ପାଇଁ ରାୟ ଦେଇଥିବା ବାରଣାସୀ କୋର୍ଟ ବିଚାରପତି ରବି କୁମାର ଦିବାକରଙ୍କୁ ହତ୍ୟା ଧମକ ମିଳିଛି । ଏନେଇ ତାଙ୍କ ପାଖକୁ ଆସିଥିବା ଧମକପୂର୍ଣ୍ଣ ଚିଠି ବିଷୟରେ ସେ ପୋଲିସ ମହାନିର୍ଦ୍ଦେଶକ ଓ ବାରଣାସୀ ପୋଲିସ କମିଶନରଙ୍କୁ ଜଣାଇଛନ୍ତି ।

ବିଚାରପତିଙ୍କୁ ମିଳିଥିବା ଚିଠିଟି ଇସଲାମିକ ଆଗାଜ ମୁଭମେଣ୍ଟ ତରଫରୁ କେହି କାଶିଫ ଅହମ୍ମଦ ସିଦ୍ଦିକି ପଠାଇଥିବା ସେଥିରେ ଲେଖାଯାଇଛି । ‘ଜ୍ଞାନବ୍ୟାପି ମସଜିଦ କମ୍ପ୍ଲେକ୍ସରେ ସର୍ଭେ ଏକ ସାଧାରଣ ପ୍ରକ୍ରିୟା ବୋଲି ତୁମେ କହିଛ । ତୁମେ ଜଣେ ମୂର୍ତ୍ତି ପୂଜକ ତେଣୁ ଏକ ମସଜିଦକୁ ତୁମେ ମନ୍ଦିର ବେଲି ଘୋଷଣା କରି ଦେବ । ଜଣେ ହିନ୍ଦୁ ବିଚାରପତିଙ୍କ ଠାରୁ କୌଣସି ମୁସଲମାନ ଉଚିତ ନ୍ୟାୟ ପାଇବେ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି ।’

ଏହା ବି ପଢନ୍ତୁ...Gyanvapi Masjid Case: ସୁରକ୍ଷା ଚିନ୍ତାରେ ବିଚାରପତିଙ୍କ ପରିବାର

ଏହି ପରେ ବିଚାରପତି ଓ ତାଙ୍କ ପରିବାରକୁ ଦିଆଯାଉଥିବା ସୁରକ୍ଷା ବଢାଇ ଦିଆଯାଇଛି । ୯ଜଣ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି । ଏହା ପୂର୍ବରୁ ମାମଲାରେ ଜ୍ଞାନବାପି ଶୃଙ୍ଗାର ଗୌରୀ ସର୍ଭେ ଜାରି ରିଖିବାକୁ ନିର୍ଦ୍ଦେଶ ଦେବାପରେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ନେଇ ସେ ଚିନ୍ତାପ୍ରକଟ କରିଥିଲେ ।

ସୂଚନାଯୋଗ୍ୟ, ଜ୍ଞାନବାପୀ ମସଜିଦ୍ ପରିସରରେ ଭିଡିଓଗ୍ରାଫି ସର୍ଭେ କରିବା ପାଇଁ ଏପ୍ରିଲ୍‌ ୨୬ ତାରିଖ ଦିନ ସିନିୟର୍‌ ଡିଭିଜନ୍‌ର ‘ସିଭିଲ୍‌ ଜଜ୍‌’ ଦିବାକର ନିର୍ଦ୍ଦେଶ ଦେଇଥିଲେ। ମେ ୧୯ରେ ଉକ୍ତ ସର୍ଭେର ରିପୋର୍ଟ ଅଦାଲତରେ ଦାଖଲ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.