ETV Bharat / bharat

ଅତିରିକ୍ତ ସିଭିଲ ଜଜଙ୍କୁ ଧମକପୂର୍ଣ୍ଣ ଚିଠି, ପ୍ରେରକକୁ ଖୋଜୁଛି ପୋଲିସ

author img

By

Published : Jan 31, 2023, 7:25 AM IST

ଜଜଙ୍କ ନିକଟକୁ ଧମକପୂର୍ଣ୍ଣ ଚିଠି । ଚିଠିରେ ଲେଖାଯାଇଛି ଅଶାଳୀନ ଓ ଆପତ୍ତିଜନକ ଶବ୍ଦ । ଅଧିକ ପଢ଼ନ୍ତୁ

Threatening letter
ଧମକପୂର୍ଣ୍ଣ ଚିଠି

ଲକ୍ଷ୍ନୌ: ରାଜଧାନୀର ଜଣେ ବିଚାରପତି (ଅତିରିକ୍ତ ସିଭିଲ୍ ଜଜ୍)ଙ୍କ ନିକଟକୁ ଏକ ଧମକପୂର୍ଣ୍ଣ ଚିଠି ପଠାଯାଇଛି । ଚିଠିର ପ୍ରେରକ ଏକ ମାମଲା ଦର୍ଶାଇ ବିଚାରପତିଙ୍କ ପାଇଁ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି । ବିଚାରପତିଙ୍କ ପକ୍ଷରୁ ୱାଜିରଗଞ୍ଜ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇଛି । ଏହାସହ ପୋଲିସ ଚିଠିର ପ୍ରେରକକୁ ଖୋଜୁଛି । ଇନ୍ସପେକ୍ଟର ୱାଜିରଗଞ୍ଜ ମନୋଜ ମିଶ୍ରାଙ୍କ ଅନୁଯାୟୀ ଅତିରିକ୍ତ ସିଭିଲ ଜଜ୍‌ ସ୍ବତନ୍ତ୍ର ସିଂ ରାୱତଙ୍କ କୋର୍ଟ ଚ୍ୟାମ୍ବର ନମ୍ବର 44ରେ ଅବସ୍ଥିତ ।

ଜାନୁଆରୀ 25 ତାରିଖରେ ଲକ୍ଷ୍ନୌସ୍ଥିତ ମଲ ଆଭେନ୍ୟୁ ନିବାସୀ ପ୍ରେରକ ସୁମିତଙ୍କ ନାମରେ ଏକ ସ୍ପିଡ୍ ପୋଷ୍ଟ ପଠାଯାଇଥିଲା । ଏଥିରେ ପ୍ରେରକଙ୍କ ନାମ ହିମାଂଶୁ କୁମାର ଓ ଛଦ୍ମନାମ ସୁମିତ ବୋଲି ଲେଖାଯାଇଥିଲା । ଠିକଣା ହଜରତଗଞ୍ଜର 76 ମଲ୍ ଆଭେନ୍ୟୁ ବୋଲି ଲେଖାଥିଲା । ଚିଠିରେ ଏକ ମାମଲା ଉଲ୍ଲେଖ କରି ବିଚାରପତିଙ୍କୁ ଧମକ ଦିଆଯାଇଛି । ବିଚାରପତିଙ୍କ ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା। ଇନ୍ସପେକ୍ଟର କହିଛନ୍ତି ଯେ ଚିଠିରେ ଅନେକ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯାଇଛି ।

ଏହାମଧ୍ୟ ପଢ଼ନ୍ତୁ. ଦୁଷ୍କର୍ମ ମାମଲାରେ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ

ଏହି ଚିଠିଟି ମୂଳ କେସ୍ ନମ୍ବର 3400541 / 2011 ବିନା ସିହ୍ନା ବନାମ ଶାହିଦା ପରଭିନଙ୍କ ସମ୍ବନ୍ଧରେ ରହିଛି । ଏହାର ନିଷ୍ପତ୍ତି 28 ନଭେମ୍ବର 2022ରେ ବିଚାରପତିଙ୍କ ଦ୍ବାରା କରା ଯାଇଥିଲା। ଏହି ଚିଠି ପଠାଇଥିବା ହିମାଂଶୁ ଏହି ମାମଲାରେ ମକୋଦ୍ଦମା ଦାଖଲ କରିଛନ୍ତି । ତେବେ ଏହି ଅଭିଯୋଗକୁ ନେଇ ପୋଲିସ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି । ଡାକଘରର ସିସିଟିଭି ଫୁଟେଜ ଯେଉଁଠାରୁ ଚିଠି ପୋଷ୍ଟ କରାଯାଇଛି ତାହା ସ୍କାନ୍‌ କରାଯାଉଛି । ଖୁବ୍ଶୀଘ୍ର ଧମକପୂର୍ଣ୍ଣ ଚିଠି ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରକାଶ ପାଇଛି ।

ଅନ୍ୟପକ୍ଷରେ ବିବିସି ଡକ୍ୟୁମେଣ୍ଟାରୀ ରୋକ୍‌ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପର୍ଯ୍ୟାବେଶିତ ବିବିସି ପକ୍ଷରୁ ପ୍ରସ୍ତୁତ ବିବାଦୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସାରଣ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରୋକ୍‌ ଲଗାଯାଇଛି । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା । ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି । ଆସନ୍ତା ମାସ ଅର୍ଥାତ ଫେବୃଆରୀ 6 ତାରିଖରେ ଫିଲ୍ମ ପ୍ରସାରଣ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରୋକ୍‌ ଲଗାଯାଇଥିବା ନିଷ୍ପତ୍ତି ଚ୍ୟାଲେଞ୍ଜ ଉପରେ ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟଳୟ ।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.