ETV Bharat / bharat

ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବମରେ ଉଡାଇ ଦେବାକୁ ଧମକ - ଯୋଗୀଙ୍କୁ ହତ୍ୟା ଧମକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବମରେ ଉଡାଇ ଦେବାକୁ ଟ୍ବିଟରରେ ଧମକ। ତଦନ୍ତ କରୁଛି ଉତ୍ତରପ୍ରଦେଶ କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବମରେ ଉଡାଇ ଦେବାକୁ ଧମକ

author img

By

Published : Nov 7, 2021, 10:50 PM IST

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବମରେ ଉଡାଇ ଦେବାକୁ ଧମକ । ଦୁଇ ଦିନ ପୂର୍ବେ ଏକ ଟ୍ୱିଟର ଆକାଉଣ୍ଟରୁ ଏପରି ହତ୍ୟା ଧମକ ଆସିଛି । ଦୀପକ ଶର୍ମା ନାମକ ଏକ ଆକାଉଣ୍ଟରୁ ଉତ୍ତର ପ୍ରଦେଶ ପୋଲିସର ‘Dail-112’ ଟ୍ୱିଟର ଆକାଉଣ୍ଟକୁ ଟ୍ୟାଗ୍ କରି ଏପରି ହତ୍ୟା ଧମକ ଆସିଥିବା ପୋଲିସ କହିଛି । ସୂଚନା ପାଇବା ମାତ୍ରେ ଉତ୍ତର ପ୍ରଦେଶ ପୋଲିସ ବିଭାଗ ହାଇଆଲର୍ଟକୁ ଆସିଥିବାବେଳେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଉତ୍ତରପ୍ରଦେଶ କ୍ରାଇମବ୍ରାଞ୍ଚ ଡିସିପି ପି.କେ ତିୱାରୀ ନିଜେ ଏହି ଘଟଣାର ତଦନ୍ତ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା 2 ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଠାବ କିମ୍ବା ଚିହ୍ନଟ କରିବାରେ ସଫଳ ହୋଇ ପାରିନାହିଁ ।

ଧମକ ସମ୍ପର୍କରେ ଜଣାପଡିବା ମାତ୍ରେ ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ ଲକ୍ଷ୍ନୌ ପୋଲିସ କମିଶନର । ଏହି ନାମର ଆକାଉଣ୍ଟଧାରୀଙ୍କୁ ଧରିବାକୁ ଚେଷ୍ଟା ଜାରି ରହିଛି ଓ ଖୁବ ଶୀଘ୍ର ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହେବା ନେଇ କହିଛନ୍ତି ଘଟଣାର ତଦନ୍ତକାରୀ ଅଧିକାରୀ କ୍ରାଇମବ୍ରାଞ୍ଚ ଡିସିପି ପି.କେ ତିୱାରୀ ।

ଡିସିପି ପି.କେ ତିୱାରୀଙ୍କ ଅନୁଯାୟୀ, ଧନତେରାଶ ଦିନ ଦୀପକ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ଟ୍ୱିଟର ଆକାଉଣ୍ଟରୁ ଏହି ଧମକ ଆସିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ଉକ୍ତ ଟ୍ବିଟର ଆକାଉଣ୍ଟଟି ଫେକ ବା ନକଲି ବୋଲି ଜାଣିବାକୁ ପାଇଛି ପୋଲିସ । ଉକ୍ତ ପୋଷ୍ଟରେ ହତ୍ୟା ଧମକ ସହ ଏଥିରେ ଉଭୟ ନେତାଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ଲେଖାଯାଇଛି । ତେବେ ସୋସିଆଲ ମିଡିଆରେ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ହତ୍ୟା ଧମକ ପୂର୍ବରୁ ମଧ୍ୟ ଏକାଧିକ ଥର ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.