ETV Bharat / bharat

ହ୍ବାଟ୍ସଆପରେ ଅଜଣା ବ୍ୟକ୍ତିଙ୍କ ଧମକ, 50 ଲକ୍ଷ ପଠାଅ ନହେଲେ ହାଇକୋର୍ଟ ବିଚାରପତିଙ୍କୁ ହତ୍ୟା କରିବି

author img

By

Published : Jul 25, 2023, 8:36 AM IST

କର୍ଣ୍ଣାଟକ ହାଇକୋର୍ଟର ବିଚାରପତିଙ୍କୁ ହତ୍ୟା କରିବାକୁ ହ୍ବାଟ୍ସଆପରେ ହତ୍ୟା ଧମକ । ଅଧିକ ପଢନ୍ତୁ

threat to kill karnataka high court judges

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟର ବିଚାରପତିଙ୍କୁ ହତ୍ୟା ଧମକ । ତିନୋଟି ଭାଷାରେ ହ୍ବାଟ୍ସଆପକୁ ହତ୍ୟା ଧମକ ଆସିଛି। ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। କେହି ଅଜଣା ବ୍ୟକ୍ତି ହ୍ବାଟ୍ସଆପ ମାଧ୍ୟମରେ ହାଇକୋର୍ଟର ଜନସମ୍ପର୍କ ଅଧିକାରୀଙ୍କୁ ଧମକ ଦେଇଛି ଯେ, ଯଦି ମୋତେ 50 ଲକ୍ଷ ଟଙ୍କା ନ ପଠାନ୍ତି ତେବେ ସେ ହାଇକୋର୍ଟର ବିଚାରପତିମାନଙ୍କୁ ହତ୍ୟା କରିବେ ।

ଜୁଲାଇ 12 ତାରିଖରେ ହାଇକୋର୍ଟର ଜନସମ୍ପର୍କ ଅଧିକାରୀଙ୍କୁ ଏହି ଧମକପୂର୍ଣ୍ଣ ମେସେଜ ଆସିଥିଲା । କିନ୍ତୁ ସୋମବାର ଏହି ଘଟଣା ସାମ୍ନାକୁ ଆସିଛି । ସେଣ୍ଟ୍ରାଲ୍ ସିଏନ୍ (ସାଇବର ଇକୋନୋମିକ୍ସ ଏବଂ ନାର୍କୋଟିକ୍ କ୍ରାଇମ୍) ପୋଲିସ୍ ଷ୍ଟେସନରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରିଥିବା ପୋଲିସ କହିଛି।

ଏହା ମଧ୍ୟ ପଢନ୍ତୁ-ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ

ପୋଲିସର ସୂଚନା ଅନୁସାରେ, ଜଣେ ଅଜଣା ବ୍ୟକ୍ତି ହାଇକୋର୍ଟରେ କାର୍ଯ୍ୟ କରୁଥିବା ଜନସମ୍ପର୍କ ଅଧିକାରୀ ମୁରୁଲିଙ୍କୁ ହ୍ବାଟ୍ସଆପରେ ଧମକ ପୂର୍ଣ୍ଣ ମେସେଜ ପଠାଇଥିଲେ । ଜନସମ୍ପର୍କ ଅଧିକାରୀଙ୍କ ଅଭିଯୋଗ ଆଧାରରେ ମେସେଜ ପଠାଇଥିବା ଅଜଣା ବ୍ୟକ୍ତି ବିରୋଧରେ ଆଇପିସିର ବିଭିନ୍ନ ଧାରା, ଆଇଟି ଆକ୍ଟ ଏବଂ ଅପରାଧିକ ଷଡ଼ଯନ୍ତ୍ରରେ ମାମଲା ରୁଜୁ କରିଛି ପୋଲିସ।

ଏହା ମଧ୍ୟ ପଢନ୍ତୁ-ବିବାହର ପ୍ରତିଶ୍ରୁତି ଭଙ୍ଗ କରିବା ଅପରାଧ ନୁହେଁ : କର୍ଣ୍ଣାଟକ ହାଇକୋର୍ଟ

ଚଳିତ ମାସ 12 ତାରିଖରେ ସନ୍ଧ୍ୟା ପ୍ରାୟ 7ଟା ସମୟରେ ଜଣେ ଅଜଣା ବ୍ୟକ୍ତି ଏକ ନମ୍ବରରୁ ଜନସମ୍ପର୍କ ଅଧିକାରୀ ମୁରୁଲିଙ୍କ ହ୍ବାଟ୍ସଆପକୁ ଏକ ମେସେଜ ପଠାଇଥିଲେ । ଯେଉଁଥିରେ ଲେଖାଥିଲା ଯେ 'ପାକିସ୍ତାନର ଆଲିଡ୍ ବ୍ୟାଙ୍କ ଲିମିଟେଡର ବ୍ୟାଙ୍କର ଏକ ଆକାଉଣ୍ଟ ନମ୍ବରକୁ 50 ଲକ୍ଷ ଟଙ୍କା ପଠାଓ । ଯଦି ଟଙ୍କା ନ ପଠାଇବ ତେବେ ହାଇକୋର୍ଟର ବିଚାରପତି ମହମ୍ମଦ ନୱାଜ, ଏଚଟି ନରେନ୍ଦ୍ର ପ୍ରସାଦ, ଅଶୋକ ଜି ନିଜାଗାନ୍ନାଭର୍, ଏଚପି ସନ୍ଦେଶ, କେ ନଟରାଜନ୍ ଏବଂ ଭେରପ୍ପାଙ୍କୁ ଦୁବାଇ ଗ୍ୟାଙ୍ଗ ଦ୍ୱାରା ହତ୍ୟା କରାଯିବ । ଏହା ବ୍ୟତୀତ ବ୍ୟକ୍ତି ଜଣକ ହିନ୍ଦୀ, ଇଂରାଜୀ ଏବଂ ଉର୍ଦ୍ଦୁ ଭାଷାରେ ଧମକପୂର୍ଣ୍ଣ ମେସେସ ପଠାଇଥିଲା। ସେଣ୍ଟ୍ରାଲ ସାଇବର ଇକୋନୋମିକ୍ସ ଏବଂ ନାର୍କୋଟିକ୍ କ୍ରାଇମ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି । କିଏ ଏହି ବ୍ୟକ୍ତି ଜଣଙ୍କ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ପୋଲିସର ତଦନ୍ତ ପରେ ଧମକ ପୂର୍ଣ୍ଣ ମେସେଜ ପଠାଇଥିବା ବ୍ୟକ୍ତିଙ୍କୁ ପଚରାଉଚରା ପରେ ଗିରଫ କରିପାରେ ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଶରଦଙ୍କୁ ହତ୍ୟା ଧମକ ପଛରେ ଆଇଟି ଇଞ୍ଜିନିୟର, ପୁଣେରୁ ବାନ୍ଧିଲା ପୋଲିସ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.