ETV Bharat / bharat

ଶପଥ ନେବାକୁ ହେଲିକପ୍ଟରରେ ଆସିଲେ ସରପଞ୍ଚ - ଜଲିନ୍ଦର ନାଗରେ

ନିଆରା ଢଙ୍ଗରେ ସରପଞ୍ଚ ପଦ ଗ୍ରହଣ କଲେ ମହାରାଷ୍ଟ୍ରର ଅହମ୍ମଦନଗର ସଙ୍ଗମେନ ତାଲୁକା ଅଞ୍ଚଳର ନୂତନ ନିର୍ବାଚିତ ସରପଞ୍ଚ । ଶପଥ ନେବାକୁ ସିଧାସଳଖ ହେଲିକପ୍ଟର ଯୋଗେ ପହଞ୍ଚିଲେ ନୂଆ ସରପଞ୍ଚ ଜଲିନ୍ଦର ନାଗରେ । ଅଧିକ ପଢନ୍ତୁ...

ଦାୟିତ୍ବ ନେବାକୁ ହେଲିକପ୍ଟରରେ ଆସିଲେ ସରପଞ୍ଚ
ଦାୟିତ୍ବ ନେବାକୁ ହେଲିକପ୍ଟରରେ ଆସିଲେ ସରପଞ୍ଚ
author img

By

Published : Feb 17, 2021, 2:42 PM IST

ମୁମ୍ବାଇ: ନିଆରା ଢଙ୍ଗରେ ସରପଞ୍ଚ ପଦ ଗ୍ରହଣ କଲେ ମହାରାଷ୍ଟ୍ରର ଅହମ୍ମଦନଗର ସଙ୍ଗମେନ ତାଲୁକା ଅଞ୍ଚଳର ନବନିର୍ବାଚିତ ସରପଞ୍ଚ । ଶପଥ ନେବାକୁ ନୂଆ ସରପଞ୍ଚ ସିଧାସଳଖ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ। ମିଳିଥିବା ସୂଚନା ମୁତାବକ ନବନିର୍ବାଚିତ ସରପଞ୍ଚଙ୍କୁ ସ୍ବାଗତ କରିବାକୁ ଗ୍ରାମବାସୀ ସ୍ବତନ୍ତ୍ର ଆୟୋଜନ କରିଥିଲେ । ତେବେ ନିର୍ବାଚିତ ସରପଞ୍ଚ ହେଉଛନ୍ତି ଆମ୍ବିଡୁମାଲାର ଜଲିନ୍ଦର ନାଗରେ ।

ଦାୟିତ୍ବ ନେବାକୁ ହେଲିକପ୍ଟରରେ ଆସିଲେ ସରପଞ୍ଚ

ଶପଥ ଗ୍ରହଣ ସମାରୋହ ସଙ୍ଗମେନର ଅଂଚଳର ଅମ୍ବି ଦୁମାଲା ଗାଁରେ ଅନୁଷ୍ଠିତ ହୋଇଥିଲା । ଏହି ଗାଁର ଯୁବ ଉଦ୍ୟୋଗୀ ଜଲିନ୍ଦର ଗଗାରେ ପୁନେରେ ରୁହନ୍ତି । ଏକାଧିକ କମ୍ପାନୀ ପ୍ରତିଷ୍ଠା କରିଥିବା ଜଲିନ୍ଦର ବହୁ ସଂଖ୍ୟାରେ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦିଅନ୍ତି । ବ୍ୟବସାୟ ପାଇଁ ପୁନେରେ ରହୁଥିଲେ ହେଁ ନିଜ ଗାଁ ସହ ସବୁବେଳେ ସମ୍ପର୍କରେ ରୁହନ୍ତି । ଆଉ ଗାଁର ବିକାଶ କରିବାକୁ ଜଲିନ୍ଦର ଗାଁର ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ । ସରପଞ୍ଚ ପ୍ରାର୍ଥୀ ଭାବେ ଜଲିନ୍ଦର ଏକୁଟିଆ ହିଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ଆଜି ଜଲିନ୍ଦର ନିର୍ଦ୍ବନ୍ଦରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଆଉ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ହେଲିକପ୍ଟରରେ ଶପଥ ନେବାକୁ ପହଂଚିଥିଲେ । ତାଙ୍କୁ ସ୍ୱାଗତ କରିବାକୁ ଗ୍ରାମବାସୀ ସ୍ୱତନ୍ତ୍ର ଆୟୋଜନ କରିଥିଲେ । ଜଲିନ୍ଦରଙ୍କ କହିବା ମୁତାବକ ଗାଁର ବିକାଶ କରିବାକୁ ଦୀର୍ଘଦିନରୁ ସେ ସ୍ବପ୍ନ ଦେଖୁଥିଲେ, ଯାହାକି ଏବେ ସାକାର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.