ଗାନ୍ଧୀନଗର: ପଶୁପାଳନରେ ଉନ୍ନତି ଆଣିବା ପାଇଁ କୃତ୍ରିମ ପ୍ରଜନନ ପ୍ରକ୍ରିୟା ମାଧ୍ୟମରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଗତ 69 ବର୍ଷ ଠାରୁ ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି ଅମୂଲ । ସମଗ୍ର ଦେଶରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଶ୍ବେତ ବିପ୍ଲବ ଆଣିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହି ସଂସ୍ଥା ।
ଗତ 69 ବର୍ଷ ଧରି ଅମୂଲ ତାର ଶୀତଳୀକରଣ ପ୍ରକ୍ରିୟାକୁ ସଫଳତାର ସହ ପରିଚାଳନା କରିଆସୁଛି । କେବଳ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ନୁହେଁ ବରଂ ପଶୁ ମାନଙ୍କ ପ୍ରଜନନ ଉପରେ ମଧ୍ୟ ନିୟମିତ ଗବେଷଣା କରି ଆସୁଛି ଅମୁଲ । ପଶୁ ମାନଙ୍କ ଉନ୍ନତ ଶୁକ୍ରାଣୁ ସଂଗ୍ରହ ଓ ତାର ପ୍ରକ୍ରିୟା କରଣ ପାଇଁ ଏକ ସ୍ବତନ୍ତ୍ର ଷ୍ଟୋର ମଧ୍ୟ ପ୍ରତିଷ୍ଠା କରି ମଧ୍ୟ କାମ କରିଆସୁଛି ଅମୂଲ । ଏହା ସହ ଗ୍ରାମୀଣ ଅଞ୍ଚଳରେ ସ୍ଥାନୀୟ ଦୁଗ୍ଧ ଚାଷୀଙ୍କୁ ଉନ୍ନତ ମାନର ଶୁକ୍ରାଣୁ ଯୋଗଣ ସହ ଅଧିକ ଦୁଗ୍ଧ ସଂଗ୍ରହ ଲକ୍ଷ ରଖିଥାଏ ଅମୁଲ ।
ଗତ 69 ବର୍ଷ ଧରି ଅମୂଲ ତାର ଶୀତଳୀକରଣ ପ୍ରକ୍ରିୟାକୁ ସଫଳତାର ସହ ପରିଚାଳନା କରିଆସୁଛି । କେବଳ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ନୁହେଁ ବରଂ ପଶୁ ମାନଙ୍କ ପ୍ରଜନନ ଉପରେ ମଧ୍ୟ ନିୟମିତ ଗବେଷଣା କରି ଆସୁଛି । ପଶୁ ମାନଙ୍କ ଉନ୍ନତ ଶୁକ୍ରାଣୁ ସଂଗ୍ରହ ଓ ତାର ପ୍ରକ୍ରିୟା କରଣ ପାଇଁ ଏକ ସ୍ବତନ୍ତ୍ର ଷ୍ଟୋର ମଧ୍ୟ ପ୍ରତିଷ୍ଠା କରି ମଧ୍ୟ କାମ କରିଆସୁଛି ଅମୁଲ । ଏହା ସହ ଗ୍ରାମୀଣ ଅଞ୍ଚଳରେ ସ୍ଥାନୀୟ ଦଗ୍ଧ ଚାଷୀଙ୍କୁ ଉନ୍ନତ ମାନର ଶୁକ୍ରାଣୁ ଯୋଗାଣ ସହ ଅଧିକ ଦୁଗ୍ଧ ସଂଗ୍ରହ ଲକ୍ଷ ରଖିଥାଏ ଅମୂଲ । ଗତ 69 ବର୍ଷରୁ କୋଲ୍ଡ ଷ୍ଟୋରରେ ମହଜୁଦ ଓ ଯୋଗାଣ ଶୃଙ୍ଖଳା ପରିଚାଳନା କରିଆସୁଛି
- ଅମୂଲ ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ପଶୁଙ୍କ ଶୁକ୍ରାଣୁ ସଂଗ୍ରହ ପାଇଁ ଏକ ଷ୍ଟୋରର ବ୍ୟବସ୍ଥା କରାଯାଇଛି
- ପ୍ରତିଦିନ 20,000 ରୁ ଅଧିକ ଡୋଜ ପ୍ରସ୍ତୁତ ହେଉଛି
- ଏହା 1,200 ଦୁଗ୍ଧ ସମବାୟ ସମିତିର ଏକ ନେଟୱାର୍କରେ ବିକଶିତ କରାଯାଇଛି
- 16,000 କିଲୋମିଟର ନେଟୱାର୍କ ସଠିକ ଭାବରେ କାର୍ଯ୍ୟ କରୁଛି
- ପ୍ରତିବର୍ଷ 50 ଲକ୍ଷରୁ ଅଧିକ ଡୋଜ ପ୍ରସ୍ତୁତ ହେଉଛି
- 1951ରୁ ଏହି ବ୍ୟବସ୍ଥାକୁ ବିକଶିତ କରାଯାଇଛି
ଅନ୍ୟପଟେ ଅମୂଲ ଶୀତଳ ଯୋଗାଣ ଶୃଙ୍ଖଳା ପରିଚାଳନା ବ୍ୟବସ୍ଥାରେ ଅମୂଲ ଏହାର 29 ଜଣ ବିଶେଷଜ୍ଞଙ୍କୁ ପ୍ରତିବର୍ଷ କୃତ୍ରିମ ପ୍ରଜନନ ପାଇଁ 50 ଲକ୍ଷ ଡଜନେ ଶୁକ୍ରାଣୁ ସହିତ 1200 ସମବାୟ ସମିତିକୁ ସେବା କରିବା ପାଇଁ ନିୟୋଜିତ କରିଥାଏ । ଦ୍ବିତୀୟ ପର୍ଯ୍ୟାୟରେ କର୍ମଚାରୀମାନେ ଦୂରତମ ଗାଁର ବ୍ୟକ୍ତିଗତ ଦୁଗ୍ଧ ଉତ୍ପାଦନକାରୀ କୃଷକଙ୍କୁ ଉନ୍ନତ କିଶମର ଗୋ ଶୁକ୍ରାଣୁ ବଣ୍ଟନ କରିଥାନ୍ତି | ଶୁକ୍ରାଣୁ ଗୁଡିକୁ ମହଜୁଦ ରଖିବା ପାଇଁ ହାରାହାରି ତାପମାତ୍ରା 37 ଡିଗ୍ରୀ ସେଲସିଅସ ଥିବା ବେଳେ ଏହା ପରିବହନ ସମୟରେ -196 ଡିଗ୍ରୀ ସେଲସିଏସ ତାପମାତ୍ରାରେ ପରିବହନ କରିବାକୁ ପଡିବାକୁ ପଡିଥାଏ । ପୁଣି ଏହାକୁ ବ୍ୟବହାର କ୍ଷମ କରିବା ସମୟରେ ପୁନର୍ବାର 37 ଡିଗ୍ରୀକୁ ଫେରାଇ ନିଆଯାଏ | ଅମୂଲ କମ୍ପାନୀରେ ବର୍ତ୍ତମାନ ସୁଦ୍ଧା 1200 କର୍ମଚାରୀ କୃତ୍ରିମ ପ୍ରଜନନ ବ୍ୟବସ୍ଥାରେ କାମ କରୁଛନ୍ତି ।
ଏସମସ୍ତ ପ୍ରକ୍ରିୟାକୁ ଅମୂଲ ଡିଜିଟାଲ ପ୍ରଣାଳୀରେ କାର୍ଯ୍ୟକ୍ଷମ ଓ ତଦାରଖ କରିଥାଏ । ଉନ୍ନତ ବୈଜ୍ଞାନିକ ପ୍ରଣାଳୀ, ଉତ୍ତମ ଜ୍ଞାନ କୌଷଳ ଓ ସମ୍ମନ୍ବୟ ଅମୂଲକୁ ଏକ ଆଗ ଧାଡିର ସଫଳ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ଭାବେ ପରିଚୟ ଦେଇପାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ