ETV Bharat / bharat

ଜାନୁୟାରୀ ୨୩ରେ ପିକ୍ ନେବ ତୃତୀୟ ଲହର !

ଜାନୁୟାରୀ ୨୩ରେ ପିକ୍ ନେବ ତୃତୀୟ ଲହର । ଏହି ସମୟରେ ଦେଶର ଦୈନିକ ସଂକ୍ରମଣ ପାଖାପାଖି ୪ ଲକ୍ଷ ରହିବ । ପୂର୍ବାନୁମାନ କଲେ ଆଇଆଇଟି କାନପୁର ପ୍ରଫେସର । ଅଧିକ ପଢନ୍ତୁ

ଜାନୁୟାରୀ ୨୩ରେ ପିକ୍ ନେବ ତୃତୀୟ ଲହର !
ଜାନୁୟାରୀ ୨୩ରେ ପିକ୍ ନେବ ତୃତୀୟ ଲହର !
author img

By

Published : Jan 20, 2022, 10:05 AM IST

ନୂଆଦିଲ୍ଲୀ: ଭାରତରେ ସୁନାମି ଭଳି ମାଡି ଚାଲିଛି ମହାମାରୀ । ଜାନୁୟାରୀ ୨୩ ତାରିଖରେ ତୃତୀୟ ଲହର ଶୀର୍ଷ ଛୁଇଁପାରେ । ବର୍ତ୍ତମାନ ଦେଶରେ ତିନି ଲକ୍ଷ ଉପରେ ଦୈନିକ ସଂକ୍ରମଣ ରହିଛି । ଯାହା ଆଗାମୀ ଦିନରେ ଅର୍ଥାତ୍ ପିକ୍ ସମୟରେ ପାଖାପାଖି ୪ ଲକ୍ଷ ହେବ । ଆଇଆଇଟି କାନପୁରର 'ସୂତ୍ର କୋଭିଡ ମଡେଲ' ଉପରେ କାର୍ଯ୍ୟ କରୁଥିବା ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ ଏହି ଆକଳନ କରିଛନ୍ତି । ବିଗତ ସାତ ଦିନ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ସଂକ୍ରମଣ ମାମଲା ଚରମ ସୀମାରେ ପହଞ୍ଚି ଯାଇଛି ।

ମହାମାରୀ ଆରମ୍ଭରୁ ଦେଶରେ କୋଭିଡ ମାମଲା ସମ୍ପର୍କରେ ଜାଣିବା ଏବଂ ଏ ସମ୍ବନ୍ଧରେ ଆକଳନ କରିବା ପାଇଁ 'ସୂତ୍ର କୋଭିଡ ମେଡଲର ଉପଯୋଗ' କରାଯାଇଛି । ଅଗ୍ରୱାଲଙ୍କ କହିବା ଅନୁସାରେ ଏହି ସପ୍ତାହରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ହରିୟାଣାରେ କୋଭିଡ-୧୯ ମାମଲା ଶୀର୍ଷରେ ରହିଛି, ଯେତେବେଳେ କି ଆନ୍ଧ୍ରପ୍ରଦେଶ, ଆସାମ ଏବଂ ତାମିଲନାଡୁ ଭଳି ରାଜ୍ୟରେ ଆସନ୍ତା ସପ୍ତାହରେ ଏହା ଚରମ ସୀମାରେ ପହଞ୍ଚିବାର ସମ୍ଭାବନା ଅଛି । ଜାନୁୟାରୀ ୨୩ରେ ସଂକ୍ରମଣ ପିକ୍‌ରେ ପହଞ୍ଚିବା ନେଇ ଆଶଙ୍କା କରାଯାଇଛି । ଏହି ସମୟରେ ଦୈନିକ ପଜିଟିଭ ମାମଲା ପାଖାପାଖି ୪ ଲକ୍ଷ ରହିପାରେ । କୋଭିଡର ତୃତୀୟ ଲହର ଜାନୁୟାରୀ ଶେଷରେ ଶୀର୍ଷ ଛୁଇଁବ ବୋଲି ଅଗ୍ରୱାଲ ପୂର୍ବରୁ ଅନୁମାନ କରିଥିଲେ ।

ଅଗ୍ରୱାଲ ଆହୁରିମଧ୍ୟ କହିଛନ୍ତି ଯେ, ଗତବର୍ଷ ନଭେମ୍ବରରେ ଯେତେବେଳେ ଓମିକ୍ରନ ବ୍ୟାପିବା ଆରମ୍ଭ କଲା ଏହା ଚିନ୍ତାଜନକ ଥିଲା । ହେଲେ ଏହା ବିଶେଷ ଘାତକ ନୁହେଁ ବା ଏକ ହାଲୁକା ସଂକ୍ରମଣ ବୋଲି କ୍ରମଶଃ ଜଣାପଡିଲା । ତେଣୁ ଯାଞ୍ଚ ବଦଳରେ ଚିକିତ୍ସା ଜରିଆରେ ଏହାକୁ ଭଲ କରାଯାଇପାରିବ । ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ ଫେବୃୟାରୀ ୩ରେ ମହାମାରୀ ଶୀର୍ଷ ଛୁଇଁପାରେ ବୋଲି ସଂସ୍ଥାନର ଅନ୍ୟ ଏକ ବିଶେଷଜ୍ଞ ଦଳ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.