ETV Bharat / bharat

ଏମିତି ବି ହୁଏ ଚୋରି, ମୋବାଇଲ ଟାୱାରକୁ ଚୋରି କରି ନେଲେ ଚୋର - ଉତ୍ତରପ୍ରଦେଶରେ ମୋବାଇଲ ଟାଓ୍ବା ଚୋରି

ଉତ୍ତରପ୍ରଦେଶରେ ମୋବାଇଲ ଟାୱାରକୁ ଚୋରି କରି ନେଲେ ଚୋର । ଥାନାରେ ମାମଲା । ଅଧିକ ପଢନ୍ତୁ

Thieves stole the entire mobile tower
Thieves stole the entire mobile tower
author img

By ETV Bharat Odisha Team

Published : Dec 1, 2023, 2:10 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଘଟିଛି ଆଶ୍ଚର୍ଯ୍ୟଜନକ ଘଟଣା । ଚୋରି କରିବାର ସୀମା ଟପିଲେ ଚୋର । ପୁରା ମୋବାଇଲ ଟାଓ୍ବାରକୁ ଚୋରି କରି ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ । ଘଟଣାର 9 ମାସ ପରେ ଟାଓ୍ବାର କମ୍ପାନୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି କୌଶମ୍ବି ଜିଲ୍ଲାର ଉଜ୍ଜୟିନୀ ଗ୍ରାମରେ । ମୋବାଇଲ୍ ଟାୱାରର ସମସ୍ତ ଉପକରଣ ସମେତ ପୁରା ଟାଓ୍ବାରକୁ ଟେକି ନେଇଛନ୍ତି ଚୋର । ମୋବାଇଲ୍ ନେଟୱାର୍କ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ କମ୍ପାନୀର ପ୍ରାୟ 18ଟି ଟାୱାର ସ୍ଥାପନ କରାଯାଇଥିଲା । କମ୍ପାନୀର ଟେକ୍ନିସିଆନଙ୍କ ଅଭିଯୋଗ ଉପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସନ୍ଦିପନ ଘାଟ ପୋଲିସ ଷ୍ଟେସନର ଉଜ୍ଜୟିନୀ ଗ୍ରାମରେ ଏକ ଚାଷ ଜମିରେ ମୋବାଇ ଟାଓ୍ବାରଟିକୁ ସ୍ଥାପନ କରାଯାଇଥିଲା ।

ପ୍ରତାପଗଡ ଜିଲ୍ଲାର ରାଣୀଗଞ୍ଜ ପୋଲିସ ଷ୍ଟେସନର ବାସିନ୍ଦା ରାଜେଶ ଯାଦବ ଜିଟିଏଲ ଇନଫ୍ରାଷ୍ଟ୍ରକଚର ଲିମିଟେଡ କମ୍ପାନୀରେ ଟେକ୍ନିସିଆନ ଭାବରେ କାମ କରୁଥିଲେ । ମାର୍ଚ୍ଚ 31ରେ ଯେତେବେଳେ ରାଜେଶ ଟାଓ୍ବାର ଦେଖିବାକୁ ଉକ୍ତ କ୍ଷେତରେ ପହଞ୍ଚିଥିଲେ ସେଠାରେ ଟାୱାର ନଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ଜମି ମାଲିକଙ୍କୁ ପଚରାଉଚରା କରିଥିଲେ । କିନ୍ତୁ ସେ କିଛି ଜାଣିନଥିବା କହିଥିଲେ । ଏହାପରେ କମ୍ପାନୀର ଟେକ୍ନିସିଆନ ପୋଲିସ ଷ୍ଟେସନରେ ପହଞ୍ଚି ମୋବାଇଲ ଟାଓ୍ବାର ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ କମ୍ପାନୀର ମାଲିକ ଚିନ୍ତାରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Mobile Tower Stolen: ବିହାରରେ ଚୋରି କରିନେଲେ ମୋବାଇଲ ଟାଓ୍ବାର

ରାଜେଶ ଯାଦବଙ୍କ କହିବା ଅନୁଯାୟୀ, ମୋବାଇଲ୍ ସିଗନାଲ୍ ଫ୍ରିକ୍ୱେନ୍ସି ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ କମ୍ପାନୀ ପକ୍ଷରୁ 18ଟି ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି । ଗୋଟିଏ ଟାୱାର ଏବଂ ପୁରା ସେଟଅପର ମୂଲ୍ୟ ପ୍ରାୟ 8 ଲକ୍ଷ 52 ହଜାର 025 ଟଙ୍କା ଏବଂ WDV (ସେଟଅପ୍)ର ମୂଲ୍ୟ 4 ଲକ୍ଷ 26 ହଜାର 818 ଟଙ୍କା । ଟାଓ୍ବାର ଚୋରି ଘଟଣା ସମ୍ପର୍କରେ ରାଜେଶ ଯାଦବ କମ୍ପାନୀକୁ ଅବଗତ କରାଇଛନ୍ତି । ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୋଲିସକୁ କହିଛନ୍ତି। ଏନେଇ ପୋଲିସ ଷ୍ଟେସନ ଇନଚାର୍ଜ ଭୁବନେଶ ଚୌବେ କହିଛନ୍ତି ଯେ, ପୋଲିସ ଷ୍ଟେସନରେ ଜିଟିଏଲ କମ୍ପାନୀର ଜଣେ କର୍ମଚାରୀ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଅନୁସନ୍ଧାନ ପରେ ମୋବାଇଲ୍ ଟାୱାର ଏବଂ ପୁରା ସେଟଅପ୍ ଚୋରି ହୋଇଥିବା ଜଣାପଡିଛି। ଅଭିଯୋଗ ଆଧାରରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଚୋରି ମାମଲା ପଞ୍ଜିକୃତ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.