ETV Bharat / bharat

ପୋଲିସ ପାଟ୍ରୋଲିଂ ଗାଡିକୁ ବି ଛାଡିଲେନି ଚୋର, ମଦ ଦୋକାନ ଆଗରେ ଠାବ

author img

By

Published : Dec 16, 2022, 6:50 AM IST

ତେଲେଙ୍ଗାନାରେ ଚୋରି ହେଲା ପୋଲିସ ଯାନ (Thief stolen a Police vehicle in the Suryapeta )। ମଦ ଦୋକାନ ଆଗରେ ହେଲା ଠାବ । ଅଧିକ ପଢନ୍ତୁ

ତେଲେଙ୍ଗାନାରେ ପୋଲିସ ପାଟ୍ରୋଲିଂ ଯାନ ଚୋରି, ମଦ ଦୋକାନ ଆଗରେ ଠାବ

ହାଇଦ୍ରାବାଦ: ସାଧାରଣତଃ କାହାର ଗାଡ଼ି ଚୋରି ହେଲେ ସେ ପୋଲିସ ନିକଟରେ ଅଭିଯୋଗ କରେ । ହେଲେ ଯଦି ସମାନ ଘଟଣା ପୋଲିସ ସହିତ ଘଟିବ ତାହାଲେ ? ଏପରି ଘଟଣା ତେଲେଙ୍ଗାନା ସୁରୟାପେଟ ଅଞ୍ଚଳରେ ଘଟିଛି । ଏଠାରେ ପୋଲିସ ପାଟ୍ରୋଲିଂ ବ୍ୟବହାର କରୁଥିବା ଯାନକୁ କେହି ଚୋରି (Thief stolen a Police vehicle in the Suryapeta ) କରିନେଇଥିବା ବେଳେ ତାହା ଏକ ମଦ ଦୋକାନରେ ମିଳିଛି ।

କେହି ଅଜଣା ଦୁର୍ବୃତ୍ତ ଟାଉନ ପୋଲିସର ଯାନ (TS 09 PA 0658)କୁ ସୁରୟାପେଟ ବସଷ୍ଟାଣ୍ଡ ନିକଟରୁ ଚୋରି କରିଥିଲା । ଗତ ବୁଧବାର ଏହି ଘଟଣା ଘଟିଥିଲା । ଏହି ଯାନକୁ ଖୋଜିବା ଲାଗି ପୋଲିସ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଅନେକ ସମୟ ଯାଞ୍ଚ କରିବା ପରେ ପୋଲିସ କୋଡ଼ାଡା ଅଞ୍ଚଳରେ ଯାନକୁ ଠାବ କରିଛି । ଜିଲ୍ଲାରେ ଦ୍ବିତୀୟ ଥର ଲାଗି ଏଭଳି ଘଟଣା ଘଟିଥିବା ବେଳେ ଦୁର୍ବୃତ୍ତ ଧରିବା ଲାଗି ପୋଲିସ ଅଭିଯାନ ଜାରି ରଖିଛି ।

ଏହା ବି ପଢନ୍ତୁ- ୮ବର୍ଷ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ, ୧୪ବର୍ଷ ନାବାଳକ ଗିରଫ

କିଏ କେତେବେଳେ ପୋଲିସ ଯାନକୁ ଚୋରି କରିଛି ତାହା ଜଣାପଡ଼ିନାହିଁ । ଏଭଳି ଦୁଃସାହସିକ କାର୍ଯ୍ୟ କରିଥିବା ଦୁର୍ବୃତ୍ତକୁ ଖୋଜୁଛି ପୋଲିସ । ପୋଲିସ ଉକ୍ତ ଦୁର୍ବୃତ୍ତକୁ ଖୁବଶୀଘ୍ର ଗିରଫ ବୋଲି କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.