ETV Bharat / bharat

ଜନାଦେଶ ପ୍ରମାଣିତ କରିଛି ମୁଁ ଆତଙ୍କବାଦୀ ନୁହେଁ ଦେଶପ୍ରେମୀ: କେଜ୍ରିଓ୍ବାଲ

author img

By

Published : Mar 10, 2022, 4:27 PM IST

ଐତିହାସିକ ବିଜୟ ପରେ ପଞ୍ଜାବବାସୀଙ୍କୁ ଧନ୍ୟବାଦ ଦେଲେ କେଜ୍ରିଓ୍ବାଲ । କହିଲେ ଜନାଦେଶ ପ୍ରମାଣିତ କରିଛି କେଜ୍ରିଓ୍ବାଲ ଆତଙ୍କବାଦୀ ନୁହେଁ ବରଂ ଦେଶଭକ୍ତ । ନିର୍ମାଣ ହେବ ନୂଆ ଭାରତ । ଚିକିତ୍ସା ବିଜ୍ଞାନ ପଢିବା ପାଇଁ ଯିବାକୁ ପଡିବନାହିଁ ୟୁକ୍ରେନ । ଅଧିକ ପଢନ୍ତୁ

ଜନାଦେଶ ପ୍ରମାଣିତ କରିଛି ମୁଁ ଆତଙ୍କବାଦୀ ନୁହେଁ ଦେଶପ୍ରେମୀ: କେଜ୍ରିଓ୍ବାଲ
ଜନାଦେଶ ପ୍ରମାଣିତ କରିଛି ମୁଁ ଆତଙ୍କବାଦୀ ନୁହେଁ ଦେଶପ୍ରେମୀ: କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ପଞ୍ଜାବ ନିର୍ବାଚନରେ AAPର ଐତିହାସିକ ବିଜୟ ପରେ ଦଳର କର୍ମୀ ତଥା ସମର୍ଥକଙ୍କୁ ସମ୍ବୋଧିତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଏପରି ଜନାଦେଶ ପାଇଁ ସେ ପଞ୍ଜାବବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । କେଜ୍ରିଓ୍ବାଲ କହିଛନ୍ତି ଯେ AAP କୁ ଜନମତ ଦେଇ ବିରୋଧଙ୍କୁ ବଡ ବାର୍ତ୍ତା ଦେଇଛନ୍ତି ପଞ୍ଜାବବାସୀ । ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସମେତ କିଛି ବଡ ଚେହେରାଙ୍କୁ ପଞ୍ଜାବବାସୀଙ୍କ ପ୍ରତ୍ୟାଖାନ ନୂଆ ଧାରା ସୃଷ୍ଟି କରିଛି ।

ଆମେ ଏକ ଭାରତ ନିର୍ମାଣ କରିବୁ ଯେଉଁଠାରେ କୌଣସି ଛାତ୍ର ମେଡିସିନ୍ ପଢିବା ପାଇଁ ୟୁକ୍ରେନକୁ ଯିବାକୁ ପଡିବ ନାହିଁ । ଏହି ନର୍ବାଚନୀ ଫଳାଫଳରେ ପଞ୍ଜାବବାସୀ ଦର୍ଶାଇଛନ୍ତି ଯେ କେଜ୍ରିୱାଲ ଆତଙ୍କବାଦୀ ନୁହଁନ୍ତି ବରଂ ପ୍ରକୃତ ଦେଶ ଭକ୍ତ । ମହାନ ସ୍ବାଧୀନତା ସଂଗ୍ରାମୀ ଭାଗବତ ସିଂ କହିଥିଲେ ଯଦି ବ୍ରିଟିଶ ଯୁଗ ଶେଷ ହେବା ପରେ ଯଦି ସେହି ବ୍ରିଟିଶ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ନଆସେ ତେବେ କୌଣସି ସୁଫଳ ମିଳିବ ନାହିଁ । ଗତ 75 ବର୍ଷ ମଧ୍ୟରେ କ୍ଷମତାରେ ଥିବା ନେତାମାନେ ଦେଶକୁ ଲୁଟିଛନ୍ତି । ଏବେ ଆମ ଆଦମୀ ପାର୍ଟି(AAP) ଏହି ପୂର୍ବ ପରମ୍ପରାରେ ପରବର୍ତ୍ତନ ଆଣିବ ଓ ନୂଆ ଭାରତ ନିର୍ମାଣ କରିବ ବୋଲି କେଜ୍ରିଓ୍ବାଲ କହିଛନ୍ତି ।

AAP ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି, ଚଳିତ ଜନାଦେଶ ଏକ ଭିନ୍ନ ପରମ୍ପରା ସୃ୍ଷ୍ଟି କରିଛି । ସୁଖବୀର ସିଂ ବାଦଲ ହାରିଛନ୍ତି, କ୍ୟାପଟେନ ସାହେବ ହାରିଛନ୍ତି, ଚନ୍ନି ସାହାବ ହାରିଛନ୍ତି, ପ୍ରକାଶ ସିଂ ବାଦଲ , ନବଜୋତ ସିଂ ସିଦ୍ଧୁ , ବିକ୍ରମ ସିଂ ମଜିତିଆ ପ୍ରମୁଖ ହାରିଗଲେ । ଏହା ପଞ୍ଜାବବାସୀଙ୍କ ଚମତ୍କାର ଯେ ରାଜ୍ୟରେ ଆପ ସରକାର ଗଠନ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.