ETV Bharat / bharat

ଅଗଷ୍ଟ 15: ଦିଲ୍ଲୀ ଆକାଶରେ ଉଡିବନି ଅଣତାଲିକାଭୁକ୍ତ ବିମାନ

author img

By

Published : Aug 13, 2021, 6:20 PM IST

ଅଗଷ୍ଟ 15ରେ ଦିଲ୍ଲୀ ଆକାଶରେ ଉଡିବନି ଅଣତାଲିକାଭୁକ୍ତ ବିମାନ । ଅଧିକ ପଢନ୍ତୁ...

ଅଣତାଲିକାଭୁକ୍ତ ବିମାନ
ଅଣତାଲିକାଭୁକ୍ତ ବିମାନ

ନୂଆଦିଲ୍ଲୀ: ଅଗଷ୍ଟ 15 ପାଇଁ ଦିଲ୍ଲୀ ଆକାଶରେ ଉଡିବନି ଅଣତାଲିକାଭୁକ୍ତ ବିମାନ । ଏନେଇ ନିର୍ଦ୍ଦେଶନାମା ଜାରି କଲା ଦିଲ୍ଲୀ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନ ବନ୍ଦର । ନୋଟିସ ଅନୁସାରେ ସକାଳ 6 ଟାରୁ ସକାଳ 10ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ 4ଟାରୁ ସନ୍ଧ୍ୟା 7ଟା ପର୍ଯ୍ଯନ୍ତ ବିମାନର ଉଡାଣ ଓ ଅବତରଣରେ ରୋକ ଲଗାଯାଇଛି ।

ଏହି ସମୟରେ ତାଲିକାଭୁକ୍ତ ବିମାନ ସମେତ ଭାରତୀୟ ବାୟୁସେନା, ବିଏସଏଫ ଓ ସେନା ନିୟୋଜିତ ବିମାନର ଉଡାଣ ଓ ଅବତରଣକୁ ଅନୁମତି ମିଳିଛି । ଏହା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଏହି କଟକଣାରୁ ବାଦ ଦିଆଯାଇଛି । ଦିନକ ପରେ ସ୍ବାଧୀନତା ଦିବସ ଥିବାବେଳେ ଲାଲକିଲ୍ଲା ଅଞ୍ଚଳରେ ଆସନ୍ତା 15 ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି । ଦିଲ୍ଲୀର ନେତାଜୀ ସୁବାଷ ମାର୍ଗ, ଏସପି ମୁଖାର୍ଜୀ ମାର୍ଗ, ଚାନ୍ଦନିଚୌକ ରୋଡ, ନିଶାଦରାଜ ମାର୍ଗ, ଲୋଥିଆନ ରୋଡ ଓ ଏସପ୍ଲାନେଡ ଆଦି 8ଟି ପ୍ରମୁଖ ରୋଡରେ ଭୋର 4ଟାରୁ ସକାଳ 10ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଯାତାୟତରେ ବାରଣ କରାଯାଇଛି ।

ସେହିପରି ଲାଲକିଲ୍ଲା, ଦିଲ୍ଲୀ ମୁଖ୍ୟ ରେଳ ଷ୍ଟେସନ ଓ ଜୁମ୍ମା ମସଜିଦକୁ ଆସୁଥିବା ବସ ସେବାରେ ସକାଳ 10ଟା ପର୍ଯ୍ୟନ୍ତ ରୋକ ଯାଇଛି । ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 15ରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ ।

ଅଣତାଲିକାଭୁକ୍ତ ବିମାନ:

ବିନା ନିର୍ଦ୍ଧାରିତ ସମୟରେ ଉଭୟ ଯାତ୍ରୀ ଓ ପରିବହନ ସେବା ଯୋଗାଉଥିବା ବିମାନ ଏଥିରେ ଅନ୍ତର୍ଭୁକ୍ତ ଅଟନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.