ETV Bharat / bharat

‘ଟୀକାକରଣ କେନ୍ଦ୍ରରେ ଟ୍ରାନ୍ସଜେଣ୍ଡରଙ୍କ ପ୍ରତି ନହେଉ କୌଣସି ଭେଦଭାବ’

author img

By

Published : May 25, 2021, 7:39 AM IST

ଟୀକାକରଣ କେନ୍ଦ୍ର ଗୁଡିକରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ କୌଣସି ଭେଦଭାବ ନକରିବା ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ କହିଛି । ଅଧିକ ପଢନ୍ତୁ...

ଟୀକାକରଣ କେନ୍ଦ୍ରରେ  ଟ୍ରାନ୍ସଜେଣ୍ଡରଙ୍କ ପ୍ରତି କୌଣସି ଭେଦଭାବ କରାନଯାଉ : କେନ୍ଦ୍ର

ନୂଆଦିଲ୍ଲୀ: କୋରୋନା ବିରୋଧରେ ଲଢେଇ ପାଇଁ ଦେଶରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ତେବେ ଟୀକାକରଣ କେନ୍ଦ୍ର ଗୁଡିକରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ କୌଣସି ଭେଦଭାବ ନହେବା ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ କହିଛି ।

ସାମାଜିକ ମନ୍ତ୍ରାଳୟ ଓବଂ ସଶକ୍ତିକରଣ ମନ୍ତ୍ରାଳୟ ମଧ୍ୟ ରାଜ୍ୟମାନଙ୍କୁ ଏନେଇ ସଚେତନତା କରାଯାଉ ବୋଲି ଅନୁରୋଧ କରିଛି । ବିଶେଷ କରି ବିଭିନ୍ନ ଭାଷାରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟଙ୍କୁ ସେମାନଙ୍କ ନିକଟରେ ଟୀକାକରଣ ପ୍ରକ୍ରିୟା ବିଷୟରେ ଅବଗତ ଏବଂ ସଚେତନ କରାଯାଉ ବୋଲି କୁହାଯାଇଛି ।

ଏକ ବିବୃତ୍ତିରେ ମନ୍ତ୍ରାଳୟ କହିଛି ଯେ ଟୀକାକରଣ କେନ୍ଦ୍ରରେ ଟ୍ରାନ୍ସଜେଣ୍ଡରଙ୍କ ପ୍ରତି କୌଣସି ଭେଦଭାବ ନହେବା ପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଏକ ଚିଠି ଲେଖିଛି ।

ଏଥି ସହ ମନ୍ତ୍ରଣାଳୟ କହିଛି ଯେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ଟୀକାକରଣ ପାଇଁ ପୃଥକ ଟୀକାକରଣ କେନ୍ଦ୍ର କିମ୍ବା ବୁଥ୍ ଆୟୋଜନ କରିବାକୁ ରାଜ୍ୟମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.