ETV Bharat / bharat

UPA ବୋଲି କିଛି ନାହିଁ, ଦେଶକୁ ଆବଶ୍ୟକ ବିକଳ୍ପ: ମମତା - mamata meet NCP chief

ତୃଣମୂଳ କଂଗ୍ରେସ (TMC)ମୁଖ୍ୟ ମମତା ବାନାର୍ଜୀ ଓ NCP ମୁଖ୍ୟ ଶରଦ ପାଓ୍ବର ଭେଟଘାଟ । ତୃତୀୟ ସାମୁଖ୍ୟ ନେଇ ସୂଚନା ଦେଲେ ମମତା । କହିଲେ ବର୍ତ୍ତମାନ UPA ରା ନାହିଁ ଅସ୍ତିତ୍ବ । ଅଧିକ ପଢନ୍ତୁ

UPA ବୋଲି କିଛି ନାହିଁ, ଦେଶକୁ ଆବଶ୍ୟକ ଅଛି ବକଳ୍ପ: ମମତା

author img

By

Published : Dec 1, 2021, 10:07 PM IST

Updated : Dec 1, 2021, 10:40 PM IST

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (TMC) ଓ କଂଗ୍ରେସ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ UPAର ଅସ୍ତିତ୍ବ ନେଇ ପ୍ରଶ୍ନ ଉଠାଇଛନ୍ତି TMC ସୁପ୍ରିମୋ ମମତା ବାନାର୍ଜୀ । ମୁମ୍ବାଇରେ NCP ନେତା ଶରଦ ପାଓ୍ବରଙ୍କ ସହ ମମତାଙ୍କ ଭେଟଘାଟ ପରେ ଜାତୀୟ ରାଜନୀତିରେ ମମତାଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏତିକିବେଳ ମମତା ତୃତୀୟ ସାମୁଖ୍ୟ ପ୍ରସଙ୍ଗ ଉଠାଇବା ସହ UPAକୁ ଟାର୍ଗେଟ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ମମତା କହିଛନ୍ତି ଆଜି ଦେଶରେ ଫାସିବାଦ ଶାସନ ଚାଲିଛି । ଏହା ବିରୁଦ୍ଧରେ ଦେଶରେ ଏକ ଦୃଢ ବିକଳ୍ପ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ତେଣୁ ସେ ଏହି ପ୍ରକ୍ରିୟାକୁ ଏକାକି କରିଯାଇ ପାରିବନାହିଁ । ଯେଉଁମାନେ ଏହି ଫାସିବାଦୀ ଶାସନ ବିରୋଧରେ ସ୍ବର ଉଠାଉଛନ୍ତି ସେମାନଙ୍କୁ ଏକାଠି କରିବାକୁ ପଡିବ ବୋଲି ମମତା କହିଛନ୍ତି । ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟି ସାରିବା ପରେ ମମତାଙ୍କ ଏପରି ମନ୍ତବ୍ୟ ଭବିଷ୍ୟତର ତୃତୀୟ ସାମୁଖ୍ୟ ସମୀକରଣ ନେଇ ପୂର୍ବ ସୂଚନା ଦେଇଛି ।

କଂଗ୍ରେସକୁ ବାଦ ଦେଇ ଏକ ବିକଳ୍ପ ସମ୍ଭବ କି ନୁହେଁ ବୋଲି ଗଣମାଧ୍ୟମର ପ୍ରଶ୍ନରେ ମମତା କହିଛନ୍ତି, ବର୍ତ୍ତମାନର ଏହି ଫାସିବାଦୀ ଶାସନ ବିରୋଧରେ କଂଗ୍ରେସର ସ୍ବର ଶାଣିତ ନୁହେଁ ବୋଲି ସେ ଅନୁଭବ କରନ୍ତି । ସେହିପରି UPA ସମ୍ପର୍କରେ ମମତା କହିଛନ୍ତି ବର୍ତ୍ତମାନ ପରସ୍ଥିତିକୁ ଦେଖିଲେ UPA ବୋଲି କିଛି ମେଣ୍ଟର ଅସ୍ତିତ୍ବ ଥିବା ପରି ମଧ୍ୟ ଅନୁଭବ ହେଉନାହିଁ ।

ସେହିପରି NCP ମୁଖ୍ୟ ଶରଦ ପାଓ୍ବର କହିଛନ୍ତି ମମତାଙ୍କ ଉଦ୍ଦେଶ୍ୟ ହେଉଛି ସମାନ ଚିନ୍ତାଧାରାର ଦଳମାନଙ୍କୁ ଜାତୀୟ ସ୍ତରରେ ଏକାଠି କରି ଏକ ସାମୂହିକ ନେତୃତ୍ବ ଗଠନ କରିବା । ଯାହାକି ଆଗାମୀ ଦିନରେ ଦେଶରେ ବିକଳ୍ପ ଭାବେ ସାମ୍ନାକୁ ଆସିପାରିବ । ଏହା ଆଗକୁ ଆସୁଥିବା ନିର୍ବାଚନ ପାଇଁ ବୋଲି ମଧ୍ୟ ଶରଦ ପାଓ୍ବାର ସୂଚନା ଦେଇଛନ୍ତି । ସେହିପରି ବିନା କଂଗ୍ରେସରେ ବିକଳ୍ପ ମେଣ୍ଟ ସମ୍ଭବ କି ନୁହେଁ ପ୍ରଶ୍ନରେ ପାଓ୍ବାର କହିଛନ୍ତି ,ବିଜେପିକୁ ବିରୋଧ କରୁଥିବା ସମସ୍ତ ଦଳର ଉପସ୍ଥିତିକୁ ଆମେ ସ୍ବାଗତ କରିବୁ । କାହାକୁ ବାଦ ଦେବାର ପ୍ରଶ୍ନ ନାହିଁ ବୋଲି କହିଛନ୍ତି ପାଓ୍ବାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 1, 2021, 10:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.