ପୁନେ: କୋରୋନାର ଦ୍ବିତୀୟ ଲହରରେ ଦେଶବ୍ୟାପୀ ହାହାକାର ପଡିଯାଇଛି । ବର୍ତ୍ତମାନ ପ୍ରତିଦିନ ସଂକ୍ରମଣ ସଂଖ୍ୟା 4 ଲକ୍ଷରୁ ଅଧିକ ଚିହ୍ନଟ ହେଉଛନ୍ତି । ଏ ପରିସ୍ଥିତିରେ କେଉଁଠି ଅକ୍ସିଜେନ ସଙ୍କଟ ଦେଖାଦେଲାଣି ତ ଆଉ କେଉଁଠି ହସ୍ପିଟାଲରେ ବେଡ ସଂଖ୍ୟାର ଅଭାବ ଦେଖାଦେଲାଣି । ଏହି ସମୟରେ ଜଣେ ବ୍ୟକ୍ତି ଘରେ ଥିବା ଗହଣାକୁ ବିକ୍ରି କରି ହସ୍ପିଟାଲ ନିର୍ମାଣ କରିଥିବା ଦେଖିବାକୁ ମିଳିଛି ।
ମହାମାରୀର ଏ ମହାବିପତ୍ତି ସମୟରେ ଦେଶ ଠୁ ବିଦେଶର ବହୁ ଧନୀ ବ୍ୟକ୍ତି ସାହାଯ୍ୟର ହାତ ବଢାଉଛନ୍ତି । ମାତ୍ର ସାହାଯ୍ୟ କ୍ଷେତ୍ରରେ ଧନୀ ଗରିବର ତାରତମ୍ୟ ଭୁଲ୍ ବୋଲି ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ଉମେଶ ଚୌହ୍ବାନ । ସେ ତାଙ୍କ ମାଆ ଏବଂ ପତ୍ନୀଙ୍କ ସୁନା ଗହଣା ବିକ୍ରି କରି ପୁନେର ଏକ କୋଭିଡ ହସ୍ପିଟାଲ ନିର୍ମାଣ କରିଛନ୍ତି । ଯେଉଁଥିରେ 53 ବେଡ୍ ବ୍ୟବସ୍ଥା କରାଯାଇଛି । ଉମେଶଙ୍କ ଏପରି ଦାନକୁ ସବୁଠି ବେଶ୍ ପ୍ରଶଂସା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ