ETV Bharat / bharat

Kedarnath Snowfall: ଧଳା ଚାଦରରେ ଢାଙ୍କି ହୋଇଛି କେଦାରନାଥ - ସ୍ବର୍ଗପୁରୀ କେଦାରନାଥ

ବରଫରେ ଢାଙ୍କି ହୋଇଛି ସ୍ବର୍ଗପୁରୀ କେଦାରନାଥ । କେଦାରନାଥ ଧାମରେ ତୁଷାରପାତ ଆରମ୍ଭ ହୋଇଛି । ଦେଖନ୍ତୁ ଏହି ମନୋରମ ଦୃଶ୍ୟ । ଅଧିକ ପଢ଼ନ୍ତୁ

Kedarnath Snowfall
କେଦାରନାଥ ଧାମରେ ତୁଷାରପାତ
author img

By

Published : Jan 20, 2023, 9:32 AM IST

Updated : Jan 20, 2023, 9:43 AM IST

ଧଳା ଚାଦରରେ ଢାଙ୍କି ହୋଇଛି କେଦାରନାଥ

ଡେରାଡୁନ: ସ୍ବର୍ଗପୁରୀ କେଦାରନାଥ, ଉତ୍ତରାଖଣ୍ଡର କେଦାରନାଥ ଧାମରେ ତୁଷାରପାତ ଆରମ୍ଭ ହୋଇଯାଇଛି । ଧାମରେ ତିନିରୁ ଚାରି ଫୁଟ ବରଫ ଜମା ରହିଥିବା ଦେଖିବାକୁ ମିଳିଛି । ସମଗ୍ର ଅଞ୍ଚଳ ବରଫର ଏକ ଧଳା ଚାଦର ଦ୍ବାରା ଆଚ୍ଛାଦିତ ହୋଇ ରହିଛି । ତୁଷାରପାତ ଯୋଗୁଁ କେଦାରନାଥ ଧାମରେ ପ୍ରବଳ ଶୀତ ଅନୁଭୂତ ହେଉଛି ଏବଂ ଧାମର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: Mount Kilimanjaro: କୁନି ଝିଅ ସାଇନାଙ୍କ ମହତ ଲକ୍ଷ୍ୟ, ଦୁନିଆର ୪ର୍ଥ ଉଚ୍ଚ ଶିଖରରେ ଉଡାଇବେ ତ୍ରିରଙ୍ଗା

ସାରା ଦେଶରେ ଶୀତର ଲହରୀ ଜାରି ରହିଛି । ଥଣ୍ଡା ବଢ଼ିବା ସହ ପାଣିପାଗର ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ତୁଷାରପାତ ଆରମ୍ଭ ହୋଇଛି । ଫଳରେ ସ୍ବର୍ଗପୁରୀ କୁହାଯାଉଥିବା କେଦାରନାଥ ଧାମର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଯାଇଛି । ମନ୍ଦିର ଉପରେ ବରଫ ଆସ୍ତରଣ ଜମି ଯାଇଛି । ସତେ ଯେପରି ଧଳା ଚାଦରରେ ଘୋଡ଼େଇ ହୋଇଛି କେଦାରନାଥ ଧାମ । ସକାଳୁ ମଧ୍ୟାହ୍ନ ସମୟ ଯାଏ ଧାମରେ ବରଫ ପାତ ହେଉଛି । କେଦାରନାଥ ଧାମରେ ପ୍ରବାହିତ ମନ୍ଦିକିନି ନଦୀ ବରଫ ଜମି ଯାଇଛି । ଏପରିକି ଆଖ ପାଖ ଅଞ୍ଚଳ ତଥା ସମସ୍ତ ହୋଟେଲ, ଲଜ ଏବଂ ଧର୍ମଶାଳା ଗୁଡ଼ିକ ବରଫରେ ଆଚ୍ଛାଦିତ ହୋଇରହିଛି ।

ଏହା ମଧ୍ୟ ପଢ଼ନ୍ତୁ: Sabarimala Revenue Collection: ସାବରୀମାଳାରେ ରେକର୍ଡ, ୭ କୋଟି କଏନ ରାଜସ୍ବ ସଂଗ୍ରହ

ପ୍ରବଳ ଥଣ୍ଡା ଯୋଗୁଁ କେଦାରନାଥ ଧାମ ବନ୍ଦ ରହିଛି । ତୁଷାରପାତର ମନୋରମ ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି । ଗତ ଡିସେମ୍ବର ମାସ ପର୍ଯ୍ୟନ୍ତ ଏଠାରେ ତୁଷାରପାତ ପରିଲକ୍ଷିତ ହୋଇନଥିଲା । କିନ୍ତୁ ଚଳିତ ମାସ ଏଠାରେ ଲଗାତାର ତୁଷାରପାତ ଦେଖିବାକୁ ମିଳିଛି । ଏହା ସତ୍ତ୍ବେ ITBP ଯବାନ ଏବଂ ପୋଲିସ କର୍ମଚାରୀ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରବଳ ଥଣ୍ଡା ଯୋଗୁଁ କେଦାରନାଥରେ ଚାଲିଥିବା ନିର୍ମାଣକାର୍ଯ୍ୟ ବନ୍ଦ କରାଯାଇଛି ।

ରୁଦ୍ରପ୍ରୟାଗ ଜିଲ୍ଲା ଅଧିକାରୀ ମୟୂର ଦୀକ୍ଷିତ କହିଛନ୍ତି, "କେଦାରନାଥରେ ପ୍ରବଳ ତୁଷାରପାତ ହେଉଛି । ଏଭଳି ପରିସ୍ଥିତିରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି । ମାର୍ଚ୍ଚ ମାସରେ ପାଗ ଅନୁକୂଳ ହେଲେ ପୁନଃ କାର୍ଯ୍ୟ ଆରମ୍ଭ ହେବ । ସୁରକ୍ଷାକୁ ଦୃଷ୍ଟିରେ ରଖି ଧାମରେ ITBP ଯବାନ ଏବଂ ପୋଲିସ କର୍ମଚାରୀ ମୁତୟନ ଅଛନ୍ତି ।" ସେଠାରେ ସୁରକ୍ଷାକର୍ମୀଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି ।

Last Updated : Jan 20, 2023, 9:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.