ETV Bharat / bharat

ଆଖୁ ଚାଷୀଙ୍କ ପାଇଁ 3500 କୋଟି ସହାୟତାକୁ ମଞ୍ଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ

author img

By

Published : Feb 17, 2021, 7:59 PM IST

ଆଖୁ ଚାଷୀଙ୍କ ପାଇଁ 3500 କୋଟି ଟଙ୍କା ସହାୟତା କ୍ୟାବିନେଟ ଅନୁମୋଦନ କରିଛି । ଅଧିକ ପଢନ୍ତୁ...

ଆଖୁ ଚାଷୀଙ୍କ ପାଇଁ 3500 କୋଟି ସହାୟତାକୁ ମଞ୍ଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ
ଆଖୁ ଚାଷୀଙ୍କ ପାଇଁ 3500 କୋଟି ସହାୟତାକୁ ମଞ୍ଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ

ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ପାଇଁ 3500 କୋଟି ଟଙ୍କା ସହାୟତା କ୍ୟାବିନେଟ ଅନୁମୋଦନ କରିଛି । କ୍ୟାବିନେଟର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି (CCEA) ଆଖୁ ଚାଷୀଙ୍କ ପାଇଁ 3 ହଜାର 500 କୋଟି ଟଙ୍କା ସହାୟତା ଅନୁମୋଦନ କରିଛି । କ୍ୟାବିନେଟ ବୈଠକ ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି ।

ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଚାଷୀଙ୍କୁ ସେମାନଙ୍କ ଆକାଉଣ୍ଟରେ ସବସିଡି ଟଙ୍କା ଜମା କରି ସିଧାସଳଖ ସହାୟତା କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି । ଏଥିରେ ପାଞ୍ଚ କୋଟି କୃଷକ ଏବଂ ପାଞ୍ଚ ଲକ୍ଷ ଶ୍ରମିକ ଉପକୃତ ହେବେ ବୋଲି କହିଛନ୍ତି ପ୍ରକାଶ ଜାଭେଡକର ।

ଜାଭଡେକର କହିଛନ୍ତି ଯେ ଆନ୍ତରାଜ୍ୟ ଟ୍ରାନ୍ସମିସନ ଏବଂ ବିତରଣ ସିଷ୍ଟମକୁ ମଜବୁତ କରିବା ପାଇଁ 6 ଟି ରାଜ୍ୟ ପାଇଁ ଉତ୍ତର ପୂର୍ବାଞ୍ଚଳ ପାୱାର ସିଷ୍ଟମ ଉନ୍ନତି ପ୍ରକଳ୍ପର ସଂଶୋଧିତ ମୂଲ୍ୟ ଆକଳନକୁ ମଧ୍ୟଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି (CCEA) ଅନୁମୋଦନ କରିଛି । ଏହି ପ୍ରକଳ୍ପଗୁଡିକ ଉତ୍ତର ପୂର୍ବାଞ୍ଚଳର ଅର୍ଥନୈତିକ ବିକାଶ ତଥା ଏହି ଅଞ୍ଚଳରେ ଆନ୍ତରାଜ୍ୟ ପରିବହନ ଏବଂ ବିତରଣ ଭିତ୍ତିଭୂମିକୁ ସୁଦୃଢ କରିପାରିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରକାଶ ଜାଭେଡକର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.