ETV Bharat / bharat

ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଆରମ୍ଭ କରିବ ପଞ୍ଜାବ ସରକାର - global tender for the vaccine

ଗୋଟିଏ ପରେ ଗୋଟିଏ ରାଜ୍ୟ କୋଭିଡ ଟିକାର ଗ୍ଲାେବାଲ ଟେଣ୍ଡର ଆରମ୍ଭ କରିବାକୁ ଯାଉଛନ୍ତି । ଏହି କ୍ରମରେ ସାମିଲ ହୋଇଛି ପଞ୍ଜାବ । ଖୁବ ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଆରମ୍ଭ କରିବ ପଞ୍ଜାବ ସରକାର

author img

By

Published : May 20, 2021, 10:38 PM IST

ଚଣ୍ଡିଗଡ: ଦେଶରେ କୋରୋନା ଭୟଙ୍କର ସ୍ଥିତିରେ ଥିବାବେଳେ ଅତି ତ୍ବରିତ ବେଗରେ ଟୀକାକରଣର ଆବଶ୍ୟକତା ରହିଛି । ତେବେ କେନ୍ଦ୍ର ସରକାର ସମେତ ବିଭିନ୍ନ ରାଜ୍ୟ ତ୍ବରାନ୍ୱିତ ଭାବେ ଟୀକାକରଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି । ତେବେ ଦେଶରେ ପ୍ରସ୍ତୁତ ହେଉଥିବା ଦୁଇ ସ୍ବଦେଶୀ ଟିକାର ଉତ୍ପାଦନରେ ବିଳମ୍ବ ବା ଅଭାବ କାରଣରୁ ଟିକାକରଣ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହେବା ସ୍ଥିତି ଦେଖିବାକୁ ମିଳିଲାଣି । ଏପରି ସ୍ଥଳେ ବିଭିନ୍ନ ରାଜ୍ୟ ସରକାର ଟିକା ଆମଦାନୀ ପାଇଁ ଗ୍ଲାେବାଲ ଟେଣ୍ଡର ପ୍ରକ୍ରିୟାକୁ ଆପଣାଇଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ସାମିଲ ହୋଇଛି ପଞ୍ଜାବ ।

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟଟେନ ଅମରିନ୍ଦର ସିଂ । ରାଜ୍ୟରେ ଶୀଘ୍ର ଟିକା କ୍ରୟ ପାଇଁ ବିଶ୍ୱସ୍ତରୀୟ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଦେଖିବାକୁ ମିଳିଛି । ଖୁବ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବା ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ ସୂଚନା ରହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.