ETV Bharat / bharat

ସ୍ୱାଧୀନତା ଦିବସରେ ସ୍କୁଲରେ ନାରକୀୟ କାଣ୍ଡ; ଛାତ୍ରୀଙ୍କୁ ଟଏଲଟ୍‌ରେ ଦେଖାଇଲେ ଅଶ୍ଲୀଳ ଭିଡିଓ, ୨ଶିକ୍ଷକ ନିଲମ୍ବିତ - obscene photos and videos case

ସ୍କୁଲର ପ୍ରଧାନ ଶିକ୍ଷକ ମହେନ୍ଦ୍ରଭାଇ ଯାଦବ ସ୍କୁଲରେ ଏକ ମଦର ଆସର ଆୟୋଜନ କରିଥିଲେ । ଏହି ଆସରେ ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନ୍ୟ ଜଣେ ଶିକ୍ଷକ ରମେଶଭାଇ ପାନଞ୍ଚାଲ ମଦପିଇ ମାତାଲ ହୋଇଥିଲେ । ଅଧିକ ପଢନ୍ତୁ...

ଛାତ୍ରୀଙ୍କୁ  ଅଶ୍ଲୀଳ ଫଟୋ ଭିଡିଓ ଦେଖାଇବା ପଡିଲା ମହଙ୍ଗା, ୨ ଶିକ୍ଷକ ଗିରଫ

author img

By

Published : Aug 17, 2023, 10:59 PM IST

ଗାନ୍ଧୀନଗର: ପବିତ୍ର ଗୁରୁଶିଷ୍ୟ ସମ୍ପର୍କରେ ଲାଗିଲା ଦାଗ । ସ୍ବାଧିନୀତା ଦିବସରେ ସ୍କୁଲରେ ଆୟୋଜନ ହେଲା ମଦର ଆସର । ମଦ ପିଇ ପ୍ରଧାନ ଶିକ୍ଷକଙ୍କ ଉନ୍ମୁତ୍ତକାଣ୍ଡ । ଜଣେ ଶିକ୍ଷକ କିଛି ଛାତ୍ରୀଙ୍କୁ ଅଶ୍ଲୀଳ ଫଟୋ ଭିଡିଓ ଦେଖାଇଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଭଦୋଦରା ଜିଲ୍ଲାରେ ପାଦ୍ରା ତହସିଲ ଅନ୍ତର୍ଗତ ଆଭୋର୍‌ ପ୍ରାଥମିକ ବିଦ୍ୟାଳୟରେ ।

ସୂଚନାଯୋଗ୍ୟ ଗତ ମଙ୍ଗଳବାର (ଅଗଷ୍ଟ ୧୫) ଆଭୋର୍‌ ପ୍ରାଥମିକ ବିଦ୍ୟାଳୟରେ 77ତମ ସ୍ବାଧିନତା ଦିବସ ପାଳନ କରାଯାଇଥିଲା । ଏହି ଅବରରେ ଛାତ୍ରଛାତ୍ରୀ ମାନେ ଧୂମଧମରେ ସ୍ବାଧିନତା ଦିବସ କାର୍ଯ୍ୟକ୍ରମ ସାରି ଘରକୁ ଫେରିଥିଲେ କିନ୍ତୁ ଅଳ୍ପ କିଛି ଛାତ୍ରଛାତ୍ରୀ ସ୍କୁଲରେ ରହିଯାଇଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ମହେନ୍ଦ୍ରଭାଇ ଯାଦବ ସ୍କୁଲରେ ଏକ ମଦର ଆସର ଆୟୋଜନ କରିଥିଲେ । ଏହି ଆସରେ ସ୍କୁଲର ପ୍ରଧାନ ଶିକ୍ଷକ ମହେନ୍ଦ୍ରଭାଇ ଯାଦବ ଓ ଅନ୍ୟ ଜଣେ ଶିକ୍ଷକ ରମେଶଭାଇ ପାନଞ୍ଚାଲ ମଦପିଇ ମାତାଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ....ରସିକିଆ ସାର୍‌: ଛାତ୍ରୀଙ୍କୁ ଦେଇବସିଲେ ମନ, ରାଜି ନହେବାରୁ ଏବେ ଦେଉଛନ୍ତି ହତ୍ୟା ଧମକ

ଏହି ସମୟରେ ନିଶାଷକ୍ତ ଅବସ୍ଥାରେ ମହେନ୍ଦ୍ରଭାଇ ୩ ଜଣ ଛାତ୍ରୀଙ୍କୁ ଶୈଚାଳୟକୁ ଡାକିନେଇ ଅଶ୍ଲୀଳ ଫଟୋ ଓ ଭିଡିଓ ଦେଖାଇ ଥିଲେ । ଏହାକୁ ନେଇ ଛାତ୍ରୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସେମାନେ ସଙ୍ଗେ ସଙ୍ଗେ ସ୍କୁଲରୁ ଘରକୁ ଯାଇ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ପରିବାର ଲୋକେ ସ୍କୁଲରେ ପହଞ୍ଚି ନିଶାରେ ଥିବା ପ୍ରଧାନ ଶିକ୍ଷକ ମହେନ୍ଦ୍ରଭାଇ ଯାଦବ ଏବଂ ଅନ୍ୟ ଜଣେ ଶିକ୍ଷକ ରମେଶଭାଇ ପାନଞ୍ଚାଲ ନିର୍ଧୁମ ଛେଚି ଥିଲେ ।

ଏହା ପରେ ଘଟଣା ସ୍ଥଳରେ ଭାଡୁ ପୋଲିସ ପହଞ୍ଚି ଦୁଇ ଶିକ୍ଷକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା । ସ୍କୁଲର କମିଟି ଉକ୍ତ ଶିକ୍ଷକଙ୍କ ବିରୁଧରେ ଭାଡୁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଭିକ୍ତି କିରି ପ୍ରଧାନ ଶିକ୍ଷକ ମହେନ୍ଦ୍ରଭାଇ ଯାଦବ ଏବଂ ଅନ୍ୟ ଜଣେ ଶିକ୍ଷକ ରମେଶଭାଇ ପାନଞ୍ଚାଲ ନାଁରେ ପୋଲିସ ଏକ ମାମଲା ରୁଜୁ କରିଛି । ସମ୍ପୃକ୍ତ ଶକ୍ଷକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।

ପୂର୍ବରୁ ଉତ୍ତରପ୍ରଦେଶରେ ପିଲାଙ୍କ ସାମ୍ନାରେ ଉଲଗ୍ନ ହୋଇ କ୍ଲାସରୁମରେ ଶୋଇପଡିଥିଲେ ସାର୍ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଉତ୍ତର ପ୍ରଦେଶ ବହରାଇଚ ଜିଲ୍ଲାର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା । ଉକ୍ତ ପ୍ରଧାନ ଶିକ୍ଷକଙ୍କ ନାମ ଦୁର୍ଗାପ୍ରସାଦ ଜୈସୱାଲ । ସେ ମଦ ନିଶାରେ ଏଭଳି ଅଶୋଭନୀୟ କାର୍ଯ୍ୟ କରିଥିଲେ । ଘଟଣା ପ୍ରଘଟ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.