ETV Bharat / bharat

ସୀମା ପାର କଲେ ସୀମା, ଦୁଇ ଗୁଣା ବଢିଲା ରୁଦ୍ରାକ୍ଷ ମୂଲ୍ୟ !

ନେପାଳରୁ ଆମଦାନୀ ରୁଦ୍ରାକ୍ଷର ମୂଲ୍ୟରେ ବୃଦ୍ଧି । 20ଟଙ୍କାରେ ବିକ୍ରି ହେଉଥିବା ରୁଦ୍ରାକ୍ଷର ମୂଲ୍ୟ ଏବେ 45ରୁ 50 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଅଧିକ ପଢ଼ନ୍ତୁ

author img

By

Published : Aug 19, 2023, 6:51 AM IST

ରୁଦ୍ରାକ୍ଷ ମୂଲ୍ୟରେ 40 % ବୃଦ୍ଧି
ରୁଦ୍ରାକ୍ଷ ମୂଲ୍ୟରେ 40 % ବୃଦ୍ଧି

ଲକ୍ଷ୍ନୌ: ଭାରତ-ନେପାଳ ସୀମା ଦେଇ ପାକିସ୍ତାନର ସୀମା ହାଇଦର ବିନା ଭିସାରେ ଭାରତକୁ ପ୍ରବେଶ କରିବା ପରେ ସୀମା ସୁରକ୍ଷାକୁ କଡା଼କଡି଼ କରିଦିଆଯାଇଛି । ଏହାପରେ ଅନେକ ବିଦେଶୀ ନାଗରିକ ଭୁଲ ତଥ୍ୟ ଦେଇ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷା କର୍ମୀଙ୍କ ହାତରେ ଧରାପଡ଼ିଛନ୍ତି । ତେବେ ଭାରତ-ନେପାଳ ସୀମାରେ କଡା଼ ଯାଞ୍ଚର ପ୍ରଭାବ ବର୍ତ୍ତମାନ ନେପାଳ ଦେଇ ଭାରତକୁ ଆସୁଥିବା ସାମଗ୍ରୀ ଉପରେ ପଡ଼ୁଥିବାର ଦେଖିବାକୁ ମିଳୁଛି । ସବୁଠାରୁ ବଡ଼ ପ୍ରଭାବ ଭାରତକୁ ଆମଦାନୀ କରାଯାଉଥିବା ରୁଦ୍ରାକ୍ଷ ଉପରେ ପଡ଼ୁଛି । ଧର୍ମ ନଗରୀ ବାରଣାସୀକୁ ଅଧିକ ରୁଦ୍ରାକ୍ଷ ଆମଦାନୀ କରାଯାଏ ।

ବ୍ୟବସାୟୀଙ୍କ କହିବା ଅନୁସାରେ, ନେପାଳରୁ ବନାରସକୁ ଟନ୍‌ ଟନ୍‌ ରୁଦ୍ରାକ୍ଷ ଆସିଥାଏ । ନେପାଳ ସୀମାରେ କଠୋର କାରଣରୁ ବର୍ତ୍ତମାନ ରୁଦ୍ରାକ୍ଷର ମୂଲ୍ୟ 40 ପ୍ରତିଶତ ବୃଦ୍ଧି ପାଇଛି । 20 ଟଙ୍କାରେ ବିକ୍ରି ହେଉଥିବା ରୁଦ୍ରାକ୍ଷର ମୂଲ୍ୟ ଏବେ 45ରୁ 50 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ତେବେ ଜଣେ ରୁଦ୍ରାକ୍ଷ ବ୍ୟବସାୟୀଙ୍କ କହିବା ଅନୁସାରେ, ସୀମା ହାଇଦର ନେପାଳ ସୀମା ଦେଇ ଭାରତ ଭିତରକୁ ଆସି ଧରାପଡ଼ିବା ବ୍ୟବସାୟୀମାନଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ନେପାଳରି ଅଧିକ ପରିମାଣର ରୁଦ୍ରାକ୍ଷ ଭାରତକୁ ଆମଦାନୀ କରାଯାଉଥିଲା କିନ୍ତୁ ବର୍ତ୍ତମାନ ନେପାଳ ସୀମାରେ ଅଧିକ ପୋଲିସ ମୁତୟନ ଥିବାରୁ ଗୋଟିଏ ବ୍ୟାଗ ଆଣିବା ମଧ୍ୟ କଷ୍ଟକର ହୋଇପଡିଛି ।

ଏହା ମଧ୍ୟ ପଢ଼ନ୍ତୁ......Seema Haider Case: କର୍ତ୍ତବ୍ୟରେ ଅବହେଳା, ସୀମାରେ ନିୟୋଜିତ ୨ ଅଧିକାରୀ ନିଲମ୍ବିତ

ତେବେ ପୂର୍ବରୁ ଯେଉଁ ବେପାରୀମାନେ ବିନା ଯାଞ୍ଚରେ ଭାରତ ଆସୁଥିଲେ ସେମାନେ ଏବେ ଭାରତ ଭିତରକୁ ଆସିବା ମୁସ୍କିଲ ହୋଇପଡିଛି । ଏହାସହ ସମସ୍ତ ଖର୍ଚ୍ଚ ବଢ଼ିଯିବା କାରଣରୁ ଆମଦାନୀ ଦ୍ରବ୍ୟର ମୂଲ୍ୟ ମଧ୍ୟ 20ରୁ 25 ପ୍ରତିଶତ ବଢ଼ିଯାଇଛି । ତେବେ ନେପାଳରୁ ରୁଦ୍ରାକ୍ଷ ଆସିବା ପରେ ଏହା ବିହାର, ମହାରାଜଗଞ୍ଜ, ଗୋରଖପୁର ବାଟ ଦେଇ ବାରଣାସୀକୁ ଆସୁଥିବାରୁ ପରିବହନ ଏବଂ ଅନ୍ୟ ଖର୍ଚ୍ଚ ମିଶି ରୁଦ୍ରାକ୍ଷ ମୂଲ୍ୟରେ 40 ପ୍ରତିଶତ ବୃଦ୍ଧି ପାଇଛି । ତେବେ ପୂର୍ବରୁ 110 ଟଙ୍କାରେ ବିକ୍ରି ହେଉଥିବା ରୁଦ୍ରାକ୍ଷ ମାଳା ଏବେ 150 ଟଙ୍କାକୁ ବୃଦ୍ଧି ପାଇଛି । ଏହି କାରଣରୁ ବ୍ୟବସାୟୀ ମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ୁଛି । ସେହିପରି ଗ୍ରାହକମାନେ ମଧ୍ୟ ରୁଦ୍ରାକ୍ଷ କିଣିବା ପାଇଁ ପଛଘୁଞ୍ଚା ଦେଉଛନ୍ତି ।

ନେପାଳରେ ମିଳେ ଅଧିକ ରୁଦ୍ରାକ୍ଷ:

ନେପାଳର ପ୍ରାୟ ସବୁଆଡ଼େ ରୁଦ୍ରାକ୍ଷ ଗଛ ଦେଖିବାକୁ ମିଳେ । ବିଶ୍ବାସ କରାଯାଏ ଯେ, ଯେତେବେଳେ ମାତା ସତୀ ନିଜ ଶରୀରକୁ ଅଗ୍ନିରେ ତ୍ୟାଗ କରିଥିଲେ ସେତେବେଳେ ଭଗବାନ ଶିବ ତାଙ୍କ ଜଳନ୍ତା ଶରୀରକୁ ଧରି ପୃଥିବୀର ଭ୍ରମଣ କରୁଥିଲେ । ଏହି ସମୟରେ ଭଗବାନ ଶିବଙ୍କ ଆଖିର ଲୁହ ନେପାଳର ଜଙ୍ଗଲ ଗୁଡ଼ିକରେ ପଡ଼ିଥିଲା । ଫଳରେ ସେଠାରେ ରୁଦ୍ରାକ୍ଷ ଗଛ ବଢ଼ିଥିଲା । ସେଥିପାଇଁ ନେପାଳରୁ ଆସୁଥୁବା ରୁଦ୍ରାକ୍ଷକୁ ଅସଲି ବୋଲି ମନାଯାଏ ଓ ଏହାର ଚାହିଦା ଭାରତରେ ବେଶି ଦେଖିବାକୁ ମିଳେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.