ନୂଆଦିଲ୍ଲୀ: ଜର୍ମାନୀର ଚାନ୍ସସେଲର ଆଞ୍ଜେଲା ମାର୍କେଲଙ୍କ ସହ ଭିସି ଯୋଗେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦେଶ ମଧ୍ୟରେ କୂଟନୈତିକ ଭାଗିଦାରୀର 70 ବର୍ଷ ପୁର୍ତ୍ତି ଅବସରରେ ଉଭୟ ଦେଶର ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଏହି ଭିଡିଓ ଆଲୋଚନା ହୋଇଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।
ଆଜିର ଏହି ଆଲୋଚନାରେ ୟୁରୋପିଆନ ଗ୍ଲୋବାଲ ଷ୍ଟେଜରେ ମାର୍କେଲଙ୍କ ଦୃଢ ନେତୃତ୍ବକୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ତାଙ୍କ ନେତୃତ୍ବରେ ଭାରତ -ଜର୍ମାନୀ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ ହୋଇଥିବା ଦର୍ଶାଇ ମାର୍କେଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।
ବର୍ତ୍ତମାନ ସ୍ଥିତିରେ କୋରୋନା ମହାମାରୀ ସମୟରେ ଦୁଇ ଦେଶ ମୁକାବିଲା କ୍ଷେତ୍ରରେ ମଧ୍ୟ ପରସ୍ପର ସହଭାଗିତା, ଯୁରୋପ ୟୁନିୟନ ଓ ଭାରତର ସମ୍ପର୍କ, ପ୍ରମୁଖ ଗ୍ଲୋବାଲ ସମସ୍ୟା ଉପରେ ମଧ୍ୟ ଆଲୋଚନା କରିଛନ୍ତି ଦୁଇ ନେତା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ