ETV Bharat / bharat

କୃଷକଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ ଦେବ NDA ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି - ରାଷ୍ଟ୍ରୀୟ ଲୋକ ତାନ୍ତ୍ରୀକ ପାର୍ଟି

କୃଷକ ସଂଗଠନର ଭାରତ ବନ୍ଦ ଡାକରାକୁ ସମର୍ଥନ ଦେବ ଏନଡିଏର ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି । ପାର୍ଟି ମୁଖ୍ୟ ହନୁମାନ ବେନିଓ୍ବାଲ ଦେଲେ ସୂଚନା । ପଢନ୍ତୁ ଅଧିକ.....

କୃଷକଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ ଦେବ ଏନଡିଏ ସହଯୋଗୀ ରାଷ୍ଚ୍ରୀୟ ଲୋକତାନ୍ତ୍ରୀକ ପାର୍ଟି

author img

By

Published : Dec 6, 2020, 8:10 PM IST

ଜୟପୁର: ଆସନ୍ତା 8 ତାରିଖରେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଥିବାବେଳେ ଏହି ବନ୍ଦକୁ ସମର୍ଥନ ଦେବାକୁ ଘୋଷଣା କରିଛି ଏନଡିଏର ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି । ଏନେଇ ଦଳ ମୁଖ୍ୟ ତଥା ରାଜସ୍ଥାନରୁ ସାଂସଦ ଥିବା ହନୁମାନ ବେନିଓ୍ବାଲ ଘୋଷଣା କରିଛନ୍ତି । ତାହା ସହ ସେ ପ୍ରଧାନମନ୍ତ୍ରୀ ଏହି ଆଇନ ପ୍ରତ୍ୟାାହାର କିମ୍ବା ସଂଶୋଧନ କରିବା ଦିଗରେ ବିଚାର କରିବାର ଆବଶ୍ୟକତା ଥିବା କଥା ସେ ସ୍ପଷ୍ଟ କରିଛନ୍ତି ।

ତେବେ ଆସନ୍ତା 8 ତାରିଖ ପରେ ତାଙ୍କ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ଏନଡିଏର ସହଯୋଗୀ ଦଳ ହୋଇ ରହିବ କି ନାହିଁ ତାହା ଜଣାପଡିବ ବୋଲି ସେ ମତ ରଖିଛନ୍ତି ।

ତେବେ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ସଂସଦରେ ପାରିତ ହେବା ଠାରୁ ଏହାକୁ ନେଇ ବିବାଦ ବଢିବାରେ ଲାଗିଛି। ତେବେ ଉତ୍ତର ଭାରତରେ ତଥା ପଞ୍ଜାବ ଓ ହରିୟାଣାରେ ଏହାକୁ ଚାଷୀଙ୍କ ବିରୋଧ ଚରମ ସୀମାରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ପଞ୍ଜାବ ଓ ହରିୟାଣାର ଚାଷୀ ମାନେ ଏହାକୁ ବିରୋଧ କରି ଦିଲ୍ଲୀ ଅଭିମୁଖେ ଆସୁଥିବା ବେଳେ ତାଙ୍କୁ ଦିଲ୍ଲୀ- ହରିୟାଣା ସୀମାରେ ଅଟକାଇଥିଲା ପୋଲିସ । ଫଳରେ କୃଷକ ମାନେ ଜାତୀୟ ରାଜପଥକୁ ଅବରୋଧ କରି ସେହିଠାରେ ତାଙ୍କର ବିରୋଧ ପ୍ରଦର୍ଶନ କରିଆସୁଛନ୍ତି ।

କେନ୍ଦ୍ର ସରକାର ଓ କୃଷକ ମାନଙ୍କ ମଧ୍ୟରେ 5 ଥର ଆଲୋଚନା ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ନିର୍ଜାସ ବାହାରି ପାରିନଥିବା ବେଳେ ଆସନ୍ତା 8 ତାରିଖରେ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି ।ଏହାକୁ ଅନ୍ୟାନ୍ୟ କିଛି ସଂଗଠନ ସହ କିଛି ରାଜନୈତିକ ଦଳ ମଧ୍ୟ ସମର୍ଥନ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.