ETV Bharat / bharat

ଦିଲ୍ଲୀରେ ପହଞ୍ଚିଲା ଇସ୍ରାଏଲ ଆକ୍ରମଣରେ ମୃତ ଭାରତୀୟ ମହିଳାଙ୍କ ମୃତଦେହ

author img

By

Published : May 15, 2021, 7:15 PM IST

ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟ ମହିଳାଙ୍କ ମୃତଦେହ ଆଜି ଦିଲ୍ଲୀରେ ପହଞ୍ଚିଛି । ଅଧିକ ପଢନ୍ତୁ:

ଇସ୍ରାଏଲ ଭାରତୀୟ ମହିଳାଙ୍କ ମୃତ୍ୟୁ
ଇସ୍ରାଏଲ ଭାରତୀୟ ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଇସ୍ରାଏଲ ରକେଟ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟ ମହିଳା ସୌମ୍ୟା ସନ୍ତୋଷଙ୍କ ମୃତଦେହ ଆଜି ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି । ଆଜି (ଶନିବାର) ସକାଳେ ସୌମ୍ୟାଙ୍କ ମୃତଦେହ ପହଞ୍ଚିବା ପରେ ସେଠାରେ ବୈଦେଶିକ ରାଷ୍ଚ୍ରମନ୍ତ୍ରୀ ମୁରଲୀଧରନଙ୍କ ସମେତ ଇସ୍ରାଏଲ ଦୂତାବାସର ଅଧିକାରୀମାନେ ଶେଷ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ଏପରି ସମୟରେ ସୌମ୍ୟାଙ୍କ ପରିବାରକୁ ଇଶ୍ବର ଶକ୍ତି ଦିଅନ୍ତୁ ବୋଲି ଟ୍ବିଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ମୂରଲୀଧରନ । ଗତକାଲି ସୌମ୍ୟାଙ୍କ ମୃତଦେହ ତାଙ୍କ ଜନ୍ମସ୍ଥାନକୁ ଆଣାଯିବା ନେଇ ସୂଚନା ଦେଇଥିଲ ମୂରଲୀଧରନ । ତେବେ ଉଭୟ ଦେଶର ଦୂତାବାସର ମିଳିତ ସହଯୋଗରେ ସୌମ୍ୟାଙ୍କ ମୃତଦେହ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଜି ମୃତଦେହ ଦିଲ୍ଲୀରେ ପହଞ୍ଚିବା ପରେ ସୌମ୍ୟାଙ୍କ ନିଜ ରାଜ୍ୟ କେରଳ ଅଭିମୁଖେ ନିଆଯିବା ସହ ସେଠାରେ ତାଙ୍କର ଅନ୍ତିମ ସଂସ୍କାର ହେବ । ଗୁରୁବାର ଦିନ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ଆକ୍ରମଣରେ ସୌମ୍ୟା ପ୍ରାଣ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.