ନୂଆଦିଲ୍ଲୀ: ଦେଶରେ କ୍ୟାମ୍ପେନ ମୋଡରେ ଜାରି ରହିଛି ଟୀକାକରଣ । ଚତୁର୍ଥ ଦିନରେ ଭାରତରେ 54. 07 ଲକ୍ଷ ଡୋଜ ଟିକା ଦିଆଯାଇଥିବା ସ୍ବାସ୍ଥ୍ୟମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ଗୁରୁବାର ସୁଦ୍ଧା ଦେଶରେ 30.72 କୋଟି ଟୀକାକରଣ କରାଯାଇଥିବା ମଧ୍ୟ କୁହାଯାଇଛି । ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦିନକରେ ପ୍ରଥମ ଡୋଜ 35 ଲକ୍ଷ 44 ହଜାର 209 ଦିଆଯାଇଥିବା ବେଳେ 18ରୁ 44 ବର୍ଷ ହିତାଧିକାରୀଙ୍କୁ 67 ହଜାର 626 ଜଣଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଇଛି ।
ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଓଡିଶା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ରେ 10 ଲକ୍ଷରୁ ଅଧିକ 18-44 ବର୍ଷ ହିତାଧିକାରୀଙ୍କୁ କୋଭିଡ ଟିକାର ପ୍ରଥମ ଡୋଜ ଦିଆଯାଇଥିବା ମନ୍ତ୍ରଣାଳୟ କହିଛି। ତେବେ କୋଭିଡ ଟୀକାକରଣ ପାଇଁ କେନ୍ଦ୍ରର ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ସୋମବାର କ୍ୟାମ୍ପେନ ମୋଡ ଟୀକାକରଣର ପ୍ରଥମ ଦିନରେ 88 ଲକ୍ଷ ଡୋଜ ଟିକା ଦିଆଯାଇ ଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ