ETV Bharat / bharat

କେରଳରେ ଜୁନ୍ 9 ପର୍ଯ୍ୟନ୍ତ ବଢିଲା ଲକଡାଉନ

author img

By

Published : May 30, 2021, 9:09 AM IST

କୋରୋନା ସଂକ୍ରମଣ ବଢୁଥିବାରୁ କେରଳରେ ଜୁନ୍ 9 ତାରିଖ ପର୍ଯ୍ୟନ୍ତ ବଢିଲା ଲକଡାଉନ । ଅଧିକ ପଢନ୍ତୁ...

କେରଳରେ  ଜୁନ୍ 9 ପର୍ଯ୍ୟନ୍ତ ବଢିଲା ଲକଡାଉନ
କେରଳରେ ଜୁନ୍ 9 ପର୍ଯ୍ୟନ୍ତ ବଢିଲା ଲକଡାଉନ

ଥିରୁଅନନ୍ତପୁରମ: କେରଳରେ ଜୁନ୍ 9 ତାରିଖ ପର୍ଯ୍ୟନ୍ତ ବଢିଲା ଲକଡାଉନ । କୋରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି କେରଳ ସରକାର । ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ମାଲାପୁରମ୍ ଜିଲ୍ଲାରେ ଲାଗୁ ହୋଇଥିବା ସ୍ବତନ୍ତ୍ର କଠୋର ପ୍ରତିବନ୍ଧକ ମେ 30 ତାରିଖରୁ ବନ୍ଦ ହୋଇଯିବ । ଏହା ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ଲକଡାଉନ ପ୍ରତିବନ୍ଧକ ସମାନ ହେବ।

ତେବେ ଲକଡାଉନ ସମୟରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନ ଏବଂ ଉତ୍ପାଦନ କେନ୍ଦ୍ର ଗୁଡିକ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଟ୍ବଟ କରି ସୂଚନା ଦେଇଛନ୍ତି । ମାଲାପୁରାମରେ ଟ୍ରିପଲ୍ ଲକଡାଉନ 30 ମେ'ରେ ଶେଷ ହୋଇଯିବ । କେରଳରେ ଏପର୍ଯ୍ୟନ୍ତ 2ଲକ୍ଷ, 38 ହଜାର, 210 କୋରନା ସକ୍ରିୟ ମାମଲା ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତରଫରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.