ମୁମ୍ବାଇ: କୋରୋନାର ଭୟାବହତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଆଉ 15 ଦିନ ବଢିଲା ଲକଡାଉନ । ଏନେଇ ମହାରାଷ୍ଟ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଟୋପ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଲକଡାଉନକୁ 15 ଦିନ ବଢାଯିବା ସହ ଜୁନ୍ 1ରୁ ନୂତନ ନିର୍ଦ୍ଦେଶାବଳୀ ଜାରୀ କରାଯିବ ।
ଏହା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁରୁବାର କହିଥିଲେ ଯେ ପର୍ଯ୍ୟାୟ କ୍ରମେ ରାଜ୍ୟରେ ତାଲା ପକାଇବ ହଟାଯିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବିଶ୍ବାସ କରୁଛନ୍ତି ଯେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ବର୍ତ୍ତମାନ ସମୟରେ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ ।
ଗତ 10ରୁ 15 ଦିନ ହେବ ରାଜ୍ୟରେ ସଂକ୍ରମଣ ହାର କମ ରହିଛି । ଏହା ବ୍ୟତିତ ବ୍ଲାକ ଫଙ୍ଗସ ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୁକ୍ରବାର ମହାରାଷ୍ଟ୍ରରେ 20 ହଜାରରୁ ଉର୍ଦ୍ଧ୍ବ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 56 ଲକ୍ଷ, 92 ହଜାର 920ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ