ETV Bharat / bharat

ବାମପନ୍ଥୀ, ତୃଣମୂଳ କଂଗ୍ରେସ, ବିଜେପି ଏବଂ ବଙ୍ଗଳାର ଶିଳ୍ପ ପ୍ରହେଳିକା - Bengal politics

ଗତ 10 ବର୍ଷ ଭିତରେ ମମତା ବାନାର୍ଜୀ ସରକାରଙ୍କ ଦ୍ବାରା ଆୟୋଜିତ ‘ବେଙ୍ଗଲ ଗ୍ଲୋବାଲ ବିଜନେସ୍‌ ସମିଟ୍‌’ ଶୀର୍ଷକ ବିଭିନ୍ନ ଶିଳ୍ପ ସମ୍ମିଳନୀ ପରେ ମଧ୍ୟ ଶିଳ୍ପାୟନ କ୍ଷେତ୍ରରେ ଅଗ୍ରଗତିର କୌଣସି ଚିହ୍ନ ପରିଲକ୍ଷିତ ହୋଇନାହିଁ ।

ବିଜେପି ଏବଂ ବଙ୍ଗଳାର ଶିଳ୍ପ ପ୍ରହେଳିକା
ବିଜେପି ଏବଂ ବଙ୍ଗଳାର ଶିଳ୍ପ ପ୍ରହେଳିକା
author img

By

Published : Feb 24, 2021, 7:52 PM IST

ପ୍ରାୟତଃ ଏହା 2011ର ପୁନରାବୃତ୍ତି ସଦୃଶ !

ପଶ୍ଚିମବଙ୍ଗ ନିର୍ବାଚନର କିଛିଦିନ ପୂର୍ବରୁ ପୁଣି ଚର୍ଚ୍ଚାର ପରିସରକୁ ଫେରିଛି ଶିଳ୍ପ ପ୍ରସଙ୍ଗ । ଏଥର ବିଜେପି ସୌଜନ୍ୟରୁ । ଅତୀତରେ, 2011 ମସିହାରେ ଏହା ହିଁ ଥିଲା, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଓ ମମତା ବାନାର୍ଜୀଙ୍କ ମଧ୍ୟରେ ସଂଘଟିତ ତୀବ୍ର ପ୍ରତିଯୋଗିତାର ମୂଳକଥା । ଏବେ ଏହାକୁ ନେଇ ନରେନ୍ଦ୍ର ମୋଦି ଓ ମମତା ବାନାର୍ଜୀଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି । ଏବଂ ନିଜ ନିଜର ଲକ୍ଷ୍ୟଭେଦ ପ୍ରୟାସରେ ରଣାଙ୍ଗନ ରୂପେ ହୁଗୁଳିକୁ ବାଛି ନେଇଛନ୍ତି ଉଭୟ ତୃଣମୂଳ କଂଗ୍ରେସ ଓ ବିଜେପି।

ସେଇ ହୁଗୁଳି ଜିଲ୍ଲା, ଯେଉଁଥିରେ ସିଙ୍ଗୁର ଅବସ୍ଥିତ । ଟାଟା ମୋଟର୍‌ସ ପଶ୍ଟିମବଙ୍ଗ ଛାଡ଼ି ଚାଲିଯିବାର 11 ବର୍ଷ ବିତିଯାଇଥିଲେ ହେଁ ବଙ୍ଗଳାର ପରିଚିତିରେ ଏବେ ବି ଏକ ଶିଳ୍ପ-ବିରୋଧୀ ରାଜ୍ୟର ସଂଙ୍କେତ ବିଦ୍ୟମାନ । ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ଶିଳ୍ପ ସମ୍ମିଳନୀର ପ୍ରତିଟି ସଂସ୍କରଣରେ ନିର୍ମାଣ ଶିଳ୍ପ ପ୍ରତି ବଙ୍ଗଳାର ବିମୁଖତାକୁ ସୂଚାଉଥିବା ନକାରାତ୍ମକ ଛାପ ଆଜିଯାଏଁ ଅପସୃତ ହୋଇପାରିନାହିଁ ।

ଗତ 10 ବର୍ଷ ଭିତରେ ମମତା ବାନାର୍ଜୀ ସରକାରଙ୍କ ଦ୍ବାରା ଆୟୋଜିତ ‘ବେଙ୍ଗଲ ଗ୍ଲୋବାଲ ବିଜନେସ୍‌ ସମିଟ୍‌’ ଶୀର୍ଷକ ବିଭିନ୍ନ ଶିଳ୍ପ ସମ୍ମିଳନୀ ପରେ ମଧ୍ୟ ଶିଳ୍ପାୟନ କ୍ଷେତ୍ରରେ ଅଗ୍ରଗତିର କୌଣସି ଚିହ୍ନ ପରିଲକ୍ଷିତ ହୋଇନାହିଁ । ଯଦିଓ ବିଭିନ୍ନ ସରକାରୀ ସଂଖ୍ୟା ଓ ପରିସଂଖ୍ୟାନ ଭିତ୍ତିକ ତଥ୍ୟ ଆଧାରରେ ରାଜ୍ୟରେ ଏକ ଶିଳ୍ପ ଅନୁକୂଳ ପରିବେଶ ରହିଛି ବୋଲି ଉପସ୍ଥାପନ କରିବାକୁ ସରକାର ଆକୁଳ ପ୍ରୟାସ କରିଆସୁଛନ୍ତି, ତଥାପି ଏହି ସବୁ ତଥ୍ୟର ପ୍ରାମାଣିକତା ସଂପର୍କରେ ସରକାରୀ ମହଲରୁ ହିଁ ପ୍ରଶ୍ନ ସମ୍ବଳିତ ଅନେକ ସ୍ବର ଶୁଣିବାକୁ ମିଳିଛି ।

ବିଜେପି ସୌଜନ୍ୟରୁ, ଏବେ ପୁଣି ବଙ୍ଗଳାକୁ ଫେରିଛି ସେହି ଶିଳ୍ପାୟନର ପଥ ଅବରୋଧ ପ୍ରସଙ୍ଗ । ସାରା ରାଜ୍ୟରେ ମୋଦି ଏହି ପ୍ରସଙ୍ଗକୁ ଆକ୍ଷରିକ ଅର୍ଥରେ ଉପସ୍ଥାପନ କରୁଛନ୍ତି ଏବଂ ‘ପୋରିବର୍ତ୍ତନେର ପୋରିବର୍ତ୍ତନ’ (ପରିବର୍ତ୍ତନର ପରିବର୍ତ୍ତନ) ସ୍ଲୋଗାନ ଦେବାରେ ଲାଗିଛନ୍ତି । ତାଙ୍କର ନିର୍ବାଚନୀ ପ୍ରତିଶ୍ରୁତି ହେଲା ଯେ, ରାଜ୍ୟରେ ଯଦି ବିଜେପି ଶାସନ କ୍ଷମତାକୁ ଆସେ, ତେବେ ବଙ୍ଗଳାରେ ଶିଳ୍ପାୟନ କ୍ଷେତ୍ରରେ ଏକ ଅନୁକୂଳ ପରିବେଶ ପୁନସ୍ଥାପିତ ହେବ, ଯୁବପିଢ଼ୀକୁ ଚାକିରି ମିଳିବ ଏବଂ ଏକ ନୂତନ ବଙ୍ଗଳାର ଅଭ୍ୟୁଦୟ ଘଟିବ ।

ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ହିଁ, ସେ ରାଜ୍ୟରେ ଏମିତି ଜଣେ ମୁଖ୍ୟମନ୍ତ୍ରୀଙ୍କ ରୂପରେ ଉଭା ହୋଇଥିଲେ, ଯିଏ ନବୀକୃତ ଶକ୍ତି ଓ ସାମର୍ଥ୍ୟର ପରିଚୟ ଦେଇ ରାଜ୍ୟରେ ପୁଞ୍ଜିନିବେଶ ନିମନ୍ତେ ସମସ୍ତ ପ୍ରୟାସ କରିଥିଲେ । ବଙ୍ଗଳାର ଶିଳ୍ପ କ୍ଷେତ୍ରକୁ ଆଗେଇ ନେବା ପାଇଁ ଭଟ୍ଟାଚାର୍ଯ୍ୟ ବିଭିନ୍ନ ରାଜ୍ୟକୁ ଏବଂ ବିଦେଶକୁ ଘନଘନ ଗସ୍ତ କରିଥିଲେ । ସେ ସମୟରେ ପଶ୍ଚିମ ବଙ୍ଗର ‘ରାଇଟର୍‌ସ ବିଲ୍‌ଡିଙ୍ଗ’ (ତତ୍‌କାଳୀନ ସଚିବାଳୟ)ରେ କେବଳ ଦୁଇଟି ଶବ୍ଦ ଗୁଞ୍ଜରିତ ହେଉଥିଲା- ଶିଳ୍ପ ଏବଂ ପୁଞ୍ଜିନିବେଶ ।

କିନ୍ତୁ, ବାସ୍ତବିକତା ଥିଲା ସଂପୂର୍ଣ୍ଣ ଭିନ୍ନ । ଭଟ୍ଟାଚାର୍ଯ୍ୟଙ୍କ ସ୍ବପ୍ନ ଆଦୌ ସାକାର ହୋଇପାରିଲା ନାହିଁ । କୌଣସି ପ୍ରମୁଖ ଶିଳ୍ପ ସଂସ୍ଥା ଆସିଲେ ନାହିଁ । ଅଧିକନ୍ତୁ, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ହିଁ ସିଙ୍ଗୁର ଓ ନନ୍ଦିଗ୍ରାମର ଅପବାଦ ମୁଣ୍ଡାଇବାକୁ ପଡ଼ିଲା ଏବଂ କ୍ରମଶଃ ସେ ଦୃଶ୍ୟପଟ୍ଟରୁ ଉଭେଇ ଯାଇ ବିସ୍ମୃତିରେ ରହିଗଲେ । ଅନୁରୂପ ଭାବେ, ବାମ ସାମ୍ମୁଖ୍ୟ ମଧ୍ୟ ବଙ୍ଗଳାର ରାଜନୈତିକ ଇତିହାସର ଏକ ବିସ୍ମୃତ ଅଧ୍ୟାୟରେ ପରିଣତ ହେବାରେ ଲାଗିଲା ।

ବଙ୍ଗଳାରେ ବାମପନ୍ଥୀଙ୍କ ମଥାରେ ଲାଗିଥିବା ଶିଳ୍ପ-ବିରୋଧୀ କଳଙ୍କକୁ ଲିଭାଇ ଦେବାକୁ ଚାହୁଁଥିଲେ ଭଟ୍ଟାଚାର୍ଯ୍ୟ । ସେ ଚାହୁଁଥିଲେ ଯେ ‘କୃଷି ଆମର ଭିତ୍ତି ଏବଂ ଶିଳ୍ପ ଆମର ଭବିଷ୍ୟତ’ ବୋଲି ଲୋକମାନେ ଏବଂ ତାଙ୍କ ନିଜ ଦଳ ବୁଝିନେବା ଦରକାର । ହେଲେ ସେ ବିଫଳ ହେଲେ । ବାସ୍ତବରେ, ତାଙ୍କର ଏହି ପ୍ରୟାସର ବିପରୀତ ଫଳ ମିଳିଲା ଏବଂ ଅନେକ କହନ୍ତି ଯେ ଏକ ‘ଲାଲ’ ଗୋଲକଧନ୍ଦାରେ ପଡ଼ିଥିବା ରାଜ୍ୟର ସେନାପତି ହୋଇଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ।

2011ରେ ମମତା ମଧ୍ୟ ତାଙ୍କର ବହୁଳ ପ୍ରଚାରିତ ‘ପୋରିବର୍ତ୍ତନ’ (ପରିବର୍ତ୍ତନ) ବାର୍ତ୍ତାର ପ୍ରଚାର କରି ବଙ୍ଗଳାରେ ଅନେକ ଶିଳ୍ପ ପ୍ରତିଷ୍ଠା କରିବା କଥା କହୁଥିଲେ । ଏଥିପାଇଁ ଶିଖର ସମ୍ମିଳନୀ, ସମ୍ମିଳନୀ, ସଭା, ଗସ୍ତ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବାରେ ଲାଗିଲା । ହେଲେ ଏହି ସବୁ ଅଭିଯାନ ବଳରେ, ଗତ 10 ବର୍ଷ ଭିତରେ କେତେ ଶିଳ୍ପ ପ୍ରତିଷ୍ଠା ହେଲା ବା ସେଥିରୁ କେତେ ଲୋକ ଚାକିରି ପାଇଲେ, ତାହା ଯେ କେହି ଅନୁମାନ କରିପାରିବେ । ଟାଟା କମ୍ପାନି ସିଙ୍ଗୁର ଛାଡ଼ି ଚାଲିଯିବା ପରେ ଚଷୀମାନେ ସେମାନଙ୍କ ଜମି ଫେରିପାଇବେ ବୋଲି ମମତା ବାନାର୍ଜୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଅନେକ ଆଇନଗତ ପ୍ରତିବନ୍ଧକ ଦୂର ହେବା ପରେ, ଚାଷୀମାନେ ସେମାନଙ୍କ ଜମି ଫେରିପାଇଲେ ସତ, ହେଲେ ସେତେବେଳକୁ ସିଙ୍ଗୁର ନିର୍ମାଣସ୍ଥଳୀରେ ରହିଥିବା ଜମିର କାୟାକଳ୍ପ ସ୍ଥାୟୀ ଭାବରେ ବଦଳି ଯାଇଥିଲା । ଏବେ ସେହି ଜମିକୁ ନେଇ କ’ଣ କରିବେ ବୋଲି ଚାଷୀମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି । ଏସବୁ ପ୍ରକରଣ ଭିତରେ ପୁଣି ଏକ ନବ ଶିଳ୍ପାୟନର ଆହ୍ବାନ ଶୁଭିଛି । ଏବଂ ଏଥର ଏକ ତୃତୀୟ ସତ୍ତା ପକ୍ଷରୁ- ବିଜେପିରୁ ।

ବର୍ତ୍ତମାନ ସ୍ଥିତିରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠେ ଯେ, ଯଦିବା ବଙ୍ଗଳାରେ ସରକାର ବଦଳିଯାଏ, ତଥାପି ପ୍ରକୃତରେ କ’ଣ ନିକଟ ଭବିଷ୍ୟତରେ କୌଣସି ଶିଳ୍ପ ସଂସ୍ଥା ଗଢ଼ି ଉଠିବ ? ଏହାର ଉତ୍ତରରେ ଗୈରିକ ଦଳର ସମର୍ଥକମାନେ ହଁ ଭରନ୍ତି ଏବଂ ଗୁଜରାଟକୁ ଉଦାହରଣ ରୂପେ ତୋଳି ଧରନ୍ତି । ଏମିତି ଏକ ରାଜ୍ୟ, ଯାହାର ମୁଖ୍ୟମନ୍ତ୍ରୀ ଆଜିର ପ୍ରଧାନମନ୍ତ୍ରୀ । ଏମିତି ଏକ ରାଜ୍ୟ, ଯାହାକି ସେମାନଙ୍କ କହିବା ଅନୁସାରେ, କେବେହେଲେ କୌଣସି ଶିଳ୍ପପତିଙ୍କୁ ଫେରାଇ ଦେଇନାହିଁ । ଗୁଜରାଟ ମଡେଲ ଆଧାରରେ ଶିଳ୍ପାୟନର ସ୍ବପ୍ନ ନେଇ ନରେନ୍ଦ୍ର ମୋଦି ବଙ୍ଗଳାର ପ୍ରାକ୍‌ ନିର୍ବାଚନୀଦୃଶ୍ୟପଟ୍ଟରେ ଅବତରିଛନ୍ତି ।

କିନ୍ତୁ, ଏହା କ’ଣ ଏତେ ସହଜ ହେବ ? ପଶ୍ଚିମବଙ୍ଗରେ ଜମିଜମା ମାଲିକାନା ସ୍ବତ୍ବର ଢାଞ୍ଚାରେ ହିଁ ଏ ପ୍ରଶ୍ନର ଉତ୍ତର ରହିଛି । ଅନେକ ବିଶେଷଜ୍ଞଙ୍କ ମତରେ, ରାଜ୍ୟରେ ଏକା ଥରକରେ ଅନେକ ବଡ଼ବଡ଼ ଜମି ଖଣ୍ଡ ଉପଲବ୍ଧ ହେବା ବସ୍ତୁତଃ ଅସମ୍ଭବ । ଏହି କାରଣରୁ ରାଜ୍ୟରେ ସାମଗ୍ରୀ ନିର୍ମାଣ ଶିଳ୍ପ ଦୁଃସ୍ଥିତିରେ ରହିଛି । କେବଳ ଟାଟା ନୁହେଁ, ବଡ଼ବଡ଼ ଜମି ଖଣ୍ଡ ଉପଲବ୍ଧ ନହେବା କାରଣରୁ ଲାର୍‌ସନ ଆଣ୍ଡ ଟ୍ୟୁବ୍ରୋ କମ୍ପାନୀ ମଧ୍ୟ ରାଜ୍ୟରେ ଏକ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ ପ୍ରସ୍ତାବରୁ ଓହରି ଯାଇଥିଲା ।

ତୃଣମୂଳ କଂଗ୍ରେସର ନୀତି ହେଉଛି ଯେ, ଶିଳ୍ପ ସଂସ୍ଥା ପାଇଁ କୌଣସି ଜମି ଅଧିଗ୍ରହଣ କରାଯାଇପାରିବ ନାହିଁ। ବିଶେଷଜ୍ଞମାନେ କହନ୍ତି ଯେ, ଭୂସଂସ୍କାର ପରବର୍ତ୍ତୀ ସମୟରେ ଯଦି ରାଜ୍ୟ ସରକାର ତାଙ୍କର ଜମି ଅଧିଗ୍ରହଣ ନୀତିରେ ପରିବର୍ତ୍ତନ କରନ୍ତି ନାହିଁ, ତେବେ ପୁଞ୍ଜିନିବେଶକୁ ଆକର୍ଷିତ କରିବା ତ ଦୂରର କଥା, ପଶ୍ଚିମବଙ୍ଗରେ ବଡ଼ବଡ଼ ଶିଳ୍ପ ସଂସ୍ଥା ସ୍ଥାପନ ଦିଗରେ କୌଣସି ବ୍ୟାବହାରିକ ଉପାୟ ମିଳିବ ନାହିଁ ।

ଯଦି ବଙ୍ଗଳା ନିର୍ବାଚନରେ ବିଜୟୀ ହୋଇ ତୃଣମୂଳ କଂଗ୍ରେସ ପୁଣି ଶାସନ କ୍ଷମତାକୁ ଫେରିଆସେ, ତେବେ ରାଜ୍ୟରେ ଜମି ଅଧିଗ୍ରହଣ କ୍ଷେତ୍ରରେ ସୃଷ୍ଟ ଅଚଳାବସ୍ଥା ଆହୁରି ଆଗକୁ ବଢ଼ିବ । ଯଦି ବିଜେପି ମମତାଙ୍କୁ ପରାସ୍ତ କରେ, ତେବେ ସେମାନେ କ’ଣ ରାତିକ ଭିତରେ ସବୁ କିଛି ବଦଳାଇ ଦେଇପାରିବେ ? ସେମାନେ କ’ଣ ସେତେ ବେଶୀ ସାମର୍ଥ୍ୟ ଓ ଇଚ୍ଛାଶକ୍ତି ପ୍ରଦର୍ଶନ କରିପାରିବେ ?

ବଙ୍ଗଳାରେ ତରବରିଆ ଭାବେ କୌଣସି କାର୍ଯ୍ୟ କରାଗଲେ ତା’ର ଫଳାଫଳ କ’ଣ ହୁଏ, ତାହା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ରାଜନୈତିକ ଭାଗ୍ୟଫଳରୁ ସ୍ପଷ୍ଟ ବାରିହୁଏ । ସ୍ପଷ୍ଟତଃ, ବିଜେପି ସେହି ରାସ୍ତାରେ ଯିବାକୁ ଚାହିଁବନି । ତା’ହେଲେ, ମୋଦି-ଶାହଙ୍କ ଶିଳ୍ପାୟନ ନାଦର ପରିଣତି କ’ଣ ହେବ ? ପରିଶେଷରେ ଏହା ଏକ ପ୍ରହେଳିକାରେ ରୂପାନ୍ତରିତ ହେବ ନାହିଁ ତ ? ଏହି ପ୍ରଶ୍ନ ଏବେ ବି ଅନୁତ୍ତରିତ ଅବସ୍ଥାରେ । ଏସବୁର ଉତ୍ତର ପାଇବାକୁ ପ୍ରତୀକ୍ଷାର ଅବଧି କେବଳ କମିବାରେ ଯାହା ଲାଗିଛି ।

ଶୀର୍ଷେନ୍ଦୁ ଚକ୍ରବର୍ତ୍ତୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.