ETV Bharat / bharat

ଇସ୍ରାଏଲ ଦେଖିବ The Kashmir Files

ଇସ୍ରାଏଲରେ ମୁକ୍ତିଲାଭ କରିବାକୁ ଯାଉଛି କାଶ୍ମୀର ଫାଇଲ୍ସ ଚଳଚ୍ଚିତ୍ର । ଖୁସି ପ୍ରକାଶ କରିବା ସହ ସୂଚନା ଦେଲେ ନିର୍ମାତା ବିବେକ ଅଗ୍ନିହୋତ୍ରୀ । ଅଧିକ ପଢନ୍ତୁ

28 ରେ ଇସ୍ରାଏଲରେ ରିଲିଜ ହେବ କାଶ୍ମୀର ଫାଇଲ୍ସ ଚଳଚିତ୍ର

author img

By

Published : Apr 20, 2022, 9:50 PM IST

ନୂଆଦଲ୍ଲୀ: ରିଲିଜ ହେବା ପରେ ସମଗ୍ର ଦେଶରେ ଚହଳ ପକାଇବା ସହ ଜବରଦସ୍ତ ବ୍ୟବସାୟିକ ସଫଳତା ପାଇଥିବା ବାସ୍ତବଧର୍ମୀ ଚଳଚିତ୍ର ‘ ଦି କାଶ୍ମୀର ଫାଇଲ୍ସ’ ଇସ୍ରାଏଲରେ ମୁକ୍ତିଲାଭ କରିବାକୁ ଯାଉଛି । ଅନ୍ୟ କିଛି ଦେଶରେ ମୁକ୍ତିଲାଭ କରିସାରିଥିବା ଏହି ବହୁଚର୍ଚ୍ଚିତ ଚଳଚ୍ଚିତ୍ର ଚଳିତମାସ 28 ତାରିଖରେ ଇସ୍ରାଏଲରେ ମୁକ୍ତିଲାଭ କରିବ । ଏନେଇ ଚଳଚ୍ଚିତ୍ରର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

ବିବେକ ଟ୍ବିଟରରେ ଲେଖିଛନ୍ତି ଦର୍ଶକଙ୍କ ଡିମାଣ୍ଡ ନେଇ କାଶ୍ମୀର ଫାଇଲ୍ସ ଚଳଚ୍ଚିତ୍ର ଇସ୍ରାଏଲରେ ରିଲିଜ ହେବାକୁ ଯାଉଛି । ଏହା ଆମ ପାଇଁ ଏକ ବଡ ସଫଳତା ସହ ଆତଙ୍କବାଦୀ ବିରୋଧୀ ଓ ମାନବବାଦୀ ଚିନ୍ତାଧାରାକୁ ଚଳଚ୍ଚିତ୍ର ମାଧ୍ୟମରେ ଆଗକୁ ନେବାକୁ ଏକ ବଡ ପ୍ରତ୍ସାହନ ।

ମାର୍ଚ୍ଚ 11 ତାରିଖରେ ଭାରତରେ ମୁକ୍ତିଲାଭ କରିଥିଲା ଏହି ବହୁଚର୍ଚ୍ଚିତ ଚଳଚ୍ଚିତ୍ର । ଏକ ବାସ୍ତବଧର୍ମୀ ତଥା ସମ୍ବେଦନଶୀଳ ଘଟଣାକୁ ନେଇ ଗତିଶୀଳ ଏହି ସିନେମାକୁ ନେଇ ପ୍ରଥମ ଦିନରୁ ଚର୍ଚ୍ଚା, ଆଦୃତି ଓ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ରାଜନୀତି ମଧ୍ୟ ଜୋର ଧରିଥିଲା । ବିରୋଧୀ ଏହାକୁ ଅର୍ଦ୍ଧ୍ବସତ୍ୟ ସିନେମା କହି ବିରୋଧ କରିବା ସହ ବିଜେପି ଶାସିତ ରାଜ୍ୟମାନେ ସିନେମାକୁ ଟାକ୍ସଫ୍ରୀ ଘୋଷଣା କରିଥିଲେ । ମଧ୍ୟପ୍ରଦେଶ ସରକାର ପୋଲିସ ଅଧିକାରୀଙ୍କୁ ସିନେମା ଦେଖିବା ପାଇଁ ସରକାରୀ ଛୁଟି ମଧ୍ୟ ଘୋଷଣା କରିଥିଲେ ।

କୋରୋନା ସଂଙ୍କଟ ପରେ ବଡ ପରଦାରେ 250 କୋଟି ବ୍ୟବସାୟ କରିଥିବା ପ୍ରଥମ ଚଳଚିତ୍ର ଥିଲା କାଶ୍ମୀର ଫାଇଲ୍ସ । ପୂର୍ବରୁ ଏକାଧିକ ଭାଷା ସହ ବିଦେଶରେ ମଧ୍ୟ ରିଲିଜ ହୋଇ ସାରିଥିବା ଏହି ମୁଭି ବର୍ତ୍ତମାନ ଇସ୍ରାଏଲରେ ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.