ନୂଆଦିଲ୍ଲୀ: ପୁଣି ୟୁକ୍ରେନର ରାଜଧାନୀ କିଭ୍ରୁ ଚାଲିବ ଭାରତୀୟ ଦୂତାବାସ । ଆସନ୍ତା ୧୭ ମଇ ତାରିଖରୁ କିଭ୍ରୁ ଭାରତୀୟ ଦୂତାବାସ କାର୍ଯ୍ୟ ଆରମ୍ଭ କରିବ । ତେବେ ଋଷ ଓ ୟୁକ୍ରେନ ଯୁଦ୍ଧ କାରଣରୁ ଭାରତୀୟ ଦୂତାବାସ କିଭ୍ରୁ ୧୩ ମାର୍ଚ୍ଚ ୨୦୨୨ରେ ସ୍ତାନନ୍ତରିତ ହୋଇ ଅସ୍ଥାୟୀ ଭାବେ ପୋଲାଣ୍ଡର ୱାର୍ସରୁ କାର୍ଯ୍ୟ ପରିଚାଳନା କରାଯାଉଥିଲା ।
ମାତ୍ର ଯୁଦ୍ଧ ବୀଭଷୀକା ଟିକେ ଥମିବା ପରେ ପୁଣି କିଭ୍ରୁ ଦୂତାବାସ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଜି (ଶୁକ୍ରବାର) ଏନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
@ANI