ETV Bharat / bharat

ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ସାମିଲ ହେବ ପ୍ରଥମ C-295 ବିମାନ - ସି 295 ପରିବହନ ବିମାନ

ଆହୁରୀ ସଶକ୍ତ ହେବ ଭାରତୀୟ ବାୟୁସେନା । ବାୟୁସେନାରେ ସାମିଲ ହେବ ପ୍ରଥମ C-295 ମେଗାଓ୍ବାଟ ପରିବହନ ବିମାନ । ଉତ୍ତରପ୍ରଦେଶର ଗାଜିଆବାଦଠାରେ ଅବସ୍ଥିତ ହିଣ୍ଡନ ଏୟାରବେସ୍ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବିଧିବଦ୍ଧଭାବେ C-295କୁ ସେନାରେ ସାମିଲ କରିବେ ।

ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା
ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା
author img

By ETV Bharat Odisha Team

Published : Sep 25, 2023, 9:08 AM IST

ନୂଆଦିଲ୍ଲୀ: ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା । କାରଣ ବାୟୁସେନାରେ ବିଧିବଦ୍ଧ ଭାବେ ସାମିଲ ହେବାକୁ ଯାଉଛି ପ୍ରଥମ ସି-295 ମେଗାଓ୍ବାଟ ପରିବହନ ବିମାନ । ଆଜି(ସୋମବାର) ଏହାକୁ ଔପଚାରିକ ଭାବେ ବାୟୁସେନାରେ ସାମିଲ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଉତ୍ତରପ୍ରଦେଶର ଗାଜିଆବାଦଠାରେ ଅବସ୍ଥିତ ହିଣ୍ଡନ ଏୟାରବେସ୍ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ C-295 ମେଗାଓ୍ବାଟ ପରିବହନ ବିମାନକୁ ଭାରତୀୟ ବାୟୁସେନାରେ ସାମିଲ କରାଯିବ । ଏଥିଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଭାରତୀୟ ବାୟୁସେନାର ପ୍ରଥମ ସି-295 ମେଗାଓ୍ବାଟ ପରିବହନ ବିମାନକୁ ଆଜି(ସୋମବାର) ବାୟୁସେନାରେ ଔପଚାରିକ ଭାବେ ସାମିଲ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ତେବେ ସ୍ପେନରୁ ଅଣାଯାଇଥିବା ଏହି ବିମାନ ଭାରତୀୟ ବାୟୁସେନାର ବଳକୁ ଆହୁରି ବୃଦ୍ଧି କରିବ । ଦୀର୍ଘ 1960 ମସିହାରୁ ଭାରତୀୟ ବାୟୁସେନାକୁ ଅଦମ୍ୟ ସାହାସ ଯୋଗାଉଥିବା ଆଭରୋ-748(Avro-748) ସ୍ଥାନ ନେବ ଏହି ବିମାନ । ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ମିଶନ ପାଇଁ ନିଜକୁ ପ୍ରସ୍ତୁତ ରଖିପାରେ C-295 ମେଗାଓ୍ବାଟ ବିମାନ ।

ତେବେ ବାୟୁସେନାକୁ ଆହୁରୀ ଶକ୍ତିଶାଳୀ କରିବା ପାଇଁ 2 ବର୍ଷ ପୂର୍ବେ ସ୍ପେନ ସହ ଚୁକ୍ତି କରିଥିଲେ ଭାରତ ସରକାର । ସ୍ପେନର "ଏୟାର ଡିଫେନ୍ସ ଆଣ୍ଡ ସ୍ପେସ୍" କମ୍ପାନୀଠାରୁ 56ଟି C-295 ପରିବହନ ବିମାନ କିଣିବାକୁ ଚୁକ୍ତି କରିଥିଲେ ସରକାର । ଏଥିପାଇଁ 21, 935 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ତେବେ ଏହି ଚୁକ୍ତି ଅନୁଯାୟୀ, 2025 ମସିହା ଭିତରେ ଫ୍ଲାଇ-ଓବେ ଅର୍ଥାତ ଉଡାଣ ପାଇଁ ପ୍ରସ୍ତୁତ ସ୍ଥିତିରେ 16ଟି C-295 ବିମାନ ଭାରତକୁ ଦେବା ପାଇଁ ଚୁକ୍ତି କରିଛି ଏହି କମ୍ପାନୀ । ଏହାପରେ ବାକି 40ଟି ବିମାନର ନିର୍ମାଣ ଓ ସାମିଲ ପ୍ରକ୍ରିୟା ଭାରତରେ ହିଁ କରାଯିବ । ଗୁଜରାଟର ଭଦୋଦରା ସ୍ଥିତ "ଟାଟା ଆଡଭାନ୍ସ ସିଷ୍ଚମ୍ସ ଲିମିଟେଡ"( ଟିଏଏସଏଲ)ଦ୍ୱାରା ଏହି ବିମାନ ନିର୍ମାଣ କାର୍ଯ୍ୟ କରାଯିବ। ଏହି ଦୁଇ କମ୍ପାନୀ ମଧ୍ୟରେ ଏକ ଶିଳ୍ପ ଭାଗିଦାରୀର ଅଂଶ ଭାବରେ ଏହା କରାଯିବ |

ଏହାମଧ୍ୟ ପଢନ୍ତୁ.. ଭାରତୀୟ ବାୟୁସେନାକୁ ମିଳିଲା ବାହୁବଳୀ C-95, ଏକାଧିକ ଅପରେସନରେ ହୋଇପାରିବ ସାମିଲ

ତେବେ ଚଳିତ ସେପ୍ଟେମ୍ବରରେ 13ରେ ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶାଲ ବିବେକ ରାମ ଚୌଧୁରୀଙ୍କୁ ଏହି ବିମାନ ହସ୍ତାନ୍ତର କରିଥିଲା ସ୍ପେନ କମ୍ପାନୀ । ବିମାନଟି ସେପ୍ଟେମ୍ବର 15ରେ ସ୍ପେନରୁ ଉଡାଣ ଭରି କରି ସେପ୍ଟେମ୍ବର 20ରେ ଗୁଜରାଟରେ ପହଞ୍ଚିଥିଲା । ଏହି ସମୟ ମଧ୍ୟରେ ମାତ୍ର 3ଟି ସ୍ଥାନ ଅର୍ଥାତ ମାଲ୍ଟା, ମିଶର ଓ ବାହାରିନରେ ଅଟକିଥିଲା C-295 । ବିମାନକୁ ସ୍ପେନରୁ ଭାରତ ଆଣିଥିଲେ ଗ୍ରୁପ କ୍ୟାପଟେନ ପି.ଏମ ନେଗି ।

ତେବେ ଅକ୍ଟୋବର 8 ତାରିଖ ଦିନେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହେବାକୁ ଥିବା ବାୟୁସେନା ଦିବସ ପରେଡରେ ଭାଗ ନେଇପାରେ ଏହି ବିମାନ । ଚଳିତ ବର୍ଷ 91ତମ ପ୍ରତିଷ୍ଠା ଦିବସ ପାଳନ କରିବ ଭାରତୀୟ ବାୟୁସେନା ।

ବିମାନର ବିଶେଷତ୍ୱ: ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁଯାୟୀ,

  • ଏହି ବିମାନ 5-10 ଟନ୍‌ କ୍ଷମତାଶାଳୀ ଏହି ବିମାନ ସବୁ ସ୍ଥିତିରେ ଭିନ୍ନ ଭିନ୍ନ ମିଶନରେ ନିଜକୁ ସାମିଲ କରିପାରିବ ।
  • 11ଘଣ୍ଟା ପର୍ଯ୍ୟନ୍ତ ଉଡ଼ାଣ ଭରିବା ସହ ଅଳ୍ପ ସ୍ଥାନରେ ଲ୍ୟାଣ୍ଡିଂ ମଧ୍ୟ କରିପାରିବ C-295 ।
  • ଏହି ବିମାନ ନିୟମିତ ଭାବେ ମରୁଭୂମିଠାରୁ ଆରମ୍ଭ କରି ସମୁଦ୍ର ଯାଏ, ଦିନ ଓ ରାତିରେ ଯୁଦ୍ଧ ଅଭିଯାନରେ ନିଜକୁ ସାମିଲ କରିପାରିବ ।
  • C-295, ଏକ ସମୟରେ 71ଜଣ ଯବାନଙ୍କୁ ନେବାରେ ସକ୍ଷମ ଅଟେ ।
  • ପ୍ରତିଘଣ୍ଟାକୁ 480 କିମି ବେଗରେ ଗତି କରି ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ ଏହି ବିମାନ ।

ବାୟୁସେନା ଅଧିକାରୀଙ୍କ କହିବାନୁଯାୟୀ,ଏହି C-295 ବିମାନ ବାୟୁସେନାକୁ ଆହୁରି ସଶକ୍ତ କରିବ । ଭାରତ-ଚୀନ ସୀମା ମଧ୍ୟରେ ଥିବା ଅଧିକ ବିବାଦୀୟ ସ୍ଥାନଗୁଡିକରେ ନିୟୋଜିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.