ETV Bharat / bharat

'ପ୍ରାଇଭେସି ପଲିସି ଯୋଗୁଁ ବ୍ୟକ୍ତିଗତ ଅଧିକାର କ୍ଷୂର୍ଣ୍ଣ ହେଲେ ଡିଲିଟ କରିଦିଅ ହ୍ୱାଟ୍ସଆପ'

author img

By

Published : Jan 18, 2021, 5:45 PM IST

ହ୍ୱାଟ୍ସଆପ ପ୍ରାଇଭେସି ପଲିସିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି । ଯଦି ଆପଣଙ୍କର ବ୍ୟକ୍ତିଗତ ଅଧିକାର ପ୍ରଭାବିତ ହେଉଛି ତେବେ ହ୍ବାଟ୍ସଆପ ଡିଲିଟ କରିଦେବାକୁ କହିଛନ୍ତି କୋର୍ଟ । ଅଧିକ ପଢନ୍ତୁ...

'ପ୍ରାଇଭେସି ପଲିସି ଯୋଗୁଁ ବ୍ୟକ୍ତିଗତ ଅଧିକାର କ୍ଷୂର୍ଣ୍ଣ ହେଲେ ଡିଲିଟ କରିଦିଅ ହ୍ୱାଟ୍ସଆପ'
'ପ୍ରାଇଭେସି ପଲିସି ଯୋଗୁଁ ବ୍ୟକ୍ତିଗତ ଅଧିକାର କ୍ଷୂର୍ଣ୍ଣ ହେଲେ ଡିଲିଟ କରିଦିଅ ହ୍ୱାଟ୍ସଆପ'

ନୂଆଦିଲ୍ଲୀ: ହ୍ୱାଟ୍ସଆପ ପ୍ରାଇଭେସି ପଲିସିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ହୋଇଛି ଶୁଣାଣି । ଏହି ଶୁଣାଣିରେ ଆବେଦନକାରୀ ଅପିଲ କରିଥିଲେ ଯେ ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଯୋଗୁଁ ବ୍ୟକ୍ତିଗତ ଅଧିକାର କ୍ଷୂର୍ଣ୍ଣ ହେଉଛି । ଏଥିପାଇଁ ସରକାର ଏହା ଉପରେ ଖୁବ ଶିଘ୍ର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।

ଆବେଦନକାରୀଙ୍କ ଦାବି ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ କଡା ଟିପ୍ପଣୀ କରି କହିଛନ୍ତି, ଏହା ଏକ ପ୍ରାଇଭେଟ ଆପ୍‌ । ଯଦି ଆପଣଙ୍କର ବ୍ୟକ୍ତିଗତ ଅଧିକାର ପ୍ରଭାବିତ ହେଉଛି ତେବେ ହ୍ବାଟ୍ସଆପ ଡିଲିଟ କରିଦେବାକୁ କହିଛନ୍ତି କୋର୍ଟ ।

ହାଇକୋର୍ଟ ଏହି ମାମଲାରେ କୌଣସି ନୋଟିସ ଜାରି ନ କରି କହିଛନ୍ତି ଏହା ଉପରେ ବିସ୍ତୃତ ଶୁଣାଣିର ଆବଶ୍ୟକତା ରହିଛି । ତେବେ ବର୍ତ୍ତମାନ ଏହି ମାମଲାର ଶୁଣାଣି ଜାନୁଆରୀ 25ରେ ହେବ ।

ଆବେଦନକାରୀ ଅଦାଲତରେ କହିଛନ୍ତି, ହ୍ବାଟ୍ସଆପ ଯେଉଁ ନୂଆ ପ୍ରାଇଭେସି ପଲିସି ଆଣିଛି ଏହା ଉପରେ ସରକାରଙ୍କୁ କଡା ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହା ଜନସାଧାରଣଙ୍କ ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ । ଆବେଦନକାରୀ କହିଛନ୍ତି, ପ୍ରାଇଭେସି ପଲିସି ଜରିଆରେ ପ୍ରାଇଭେଟ ଆପ ସାଧାରଣ ଲୋକଙ୍କ ସହ ଜଡିତ ବ୍ୟକ୍ତିଗତ ତଥ୍ୟ ସେୟାର କରୁଛି । ଏହା ଉପରେ ତୁରନ୍ତ ରୋକ ଲଗାଯିବା ଜୁରୁରୀ ବୋଲି ସେ କହିଛନ୍ତି ।

ଏହା ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ କଡା ଟିପ୍ପଣୀ ଦେଇ କୁହାଯାଇଛି ଯେ ଯଦି ବ୍ୟକ୍ତିଗତ ଅଧିକାର ପ୍ରଭାବିତ ହେଉଥାଏ, ତେବେ ଆପଣ ହ୍ବାଟ୍ସଆପ ଡିଲିଟ କରିଦିଅନ୍ତୁ । ଏହା ଏକ ପ୍ରାଇଭେଟ ଆପ । ଏହାକୁ ରଖିବା କି ନରଖିବା ୟୁଜର ନିଷ୍ପତ୍ତି ନେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.