ETV Bharat / bharat

ହୃଦୟବିହୀନ ସୁରକ୍ଷାକର୍ମୀ: ମହିଳା ରୋଗୀଙ୍କୁ 300 ମିଟର ଘୋଷାଡି ବାହାରେ ଛାଡିଲେ - Khargone hospital guard dragged woman

ମଧ୍ୟପ୍ରଦେଶସ୍ଥିତ ଏକ ଡାକ୍ତରଖାନାରେ ମହିଳାଙ୍କୁ ସୁରକ୍ଷାକର୍ମୀଙ୍କ ଅମାନବୀୟ ବ୍ୟବହାରର ଦୃଶ୍ୟ ସୋସିଆଲ ମିଡିଆରେ ହେଉଛି ଭାଇରାଲ । ଅଧିକ ପଢନ୍ତୁ...

ଡାକ୍ତରଖାନାରେ ମହିଳାଙ୍କୁ ସୁରକ୍ଷାକର୍ମୀଙ୍କ ଅପବ୍ୟବହାରର ଭିଡିଓ ଭାଇରାଲ

author img

By

Published : Feb 20, 2021, 8:48 PM IST

ଭୋପାଲ: ମଧ୍ୟପ୍ରଦେଶ ଖରଗୋନ ଜିଲ୍ଲା ହସ୍ପିଟାଲରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ହସ୍ପିଟାଲର ଜଣେ କର୍ମଚାରୀ ରୋଗୀଙ୍କ ପ୍ରତି ଅମାନବୀୟ ବ୍ୟବହାର କରୁଥିବା ସମୟର ଫଟୋ ଭାଇରାଲ ହେଉଛି ।

ସୂଚନା ଅନୁଯାୟୀ ମଧ୍ୟପ୍ରଦେଶ ଖରଗୋନ ଜିଲ୍ଲା ହସ୍ପିଟାଲରେ ଜଣେ ମହିଳାଙ୍କୁ ସୁରକ୍ଷାକର୍ମୀ ଡାକ୍ତରଖାନା ପରିସରରୁ 300 ମିଟରକୁ ଘୋଷାରି ଘୋଷାରି ଆଣି ବାହାରେ ଛାଡି ଦେଉଥିବା ଦୃଶ୍ୟ ଭାଇରାଲ ହେଉଛି । ଘଟଣା ପରେ ମାନବିକତାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା ହସ୍ପିଟାଲରେ ଏପରି ଏକ ଘଟଣା ଘଟିଥିବା ଜଣାପଡିଛି ​​।

ଏବେ ଦେଖିବାକୁ ବାକି ରହିଲା, ଏହି ଅମାନୁଷିକ କାର୍ଯ୍ୟ କରୁଥିବା ସୁରକ୍ଷାକର୍ମୀଙ୍କ ଉପରେ କେତେ ଦୂର କାର୍ଯ୍ୟାନୁଷ୍ଠାନ ହେଉଛି । ମହିଳାଙ୍କ ନ୍ୟାୟ ମିଳିପାରୁଛି କି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.