ETV Bharat / bharat

ଚାଷୀଙ୍କୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଅପିଲ; ଆନ୍ଦୋଳନ ଛାଡ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ

author img

By

Published : Nov 27, 2020, 9:26 PM IST

ଦିଲ୍ଲୀ ମାର୍ଚ କରୁଥିବା ଚାଷୀଙ୍କୁ ଆନ୍ଦୋଳନର ରାସ୍ତା ଛାଡିବାକୁ ଅପିଲ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଅଧିକ ପଢନ୍ତୁ...

ଚାଷୀଙ୍କୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଅପିଲ; ଆନ୍ଦୋଳ ଛାଡ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ମୋଦି ସରକାରଙ୍କ ଆଣିଥିବା କୃଷି ଆଇନକୁ ବିରୋଧ କରି ନିଜ ଦାବି ପୂରଣ ନେଇ ଅଡି ବସିଛନ୍ତି ଦେଶର ଚାଷୀ । ଅନ୍ୟପକ୍ଷେ ପ୍ରଦର୍ଶନର ରାସ୍ତା ଛାଡି ଆଲୋଚନା ପାଇଁ ଚାଷୀଙ୍କୁ ମନାଇବାକୁ ପ୍ରୟାସ ଜାରି ରଖିଛନ୍ତି ସରକାର । ସେପଟେ ବିରୋଧି ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ରାଜନୀତିର ରୋଟି ସେକିବା ଆରମ୍ଭ କରିଛନ୍ତି ।

ଏହି ମଧ୍ୟରେ ନୂଆ କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ ପାଇଁ ଦିଲ୍ଲୀ ମାର୍ଚ କରୁଥିବା ଚାଷୀଙ୍କୁ ଆନ୍ଦୋଳନର ରାସ୍ତା ଛାଡିବାକୁ ଅପିଲ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ସେ କହିଛନ୍ତି, ସମସ୍ତ ସମସ୍ୟା ଉପରେ ସରକାର ଚାଷୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛନ୍ତି ।

ଏହା ପୂର୍ବରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ମଧ୍ୟ ପ୍ରଦର୍ଶନକାରୀ ଚାଷୀଙ୍କୁ ସିଧାସଳଖ ଆଲୋଚନା ପାଇଁ ପରାମର୍ଶ ଦେଇଥିଲେ । ଖଟ୍ଟର ଅପିଲ କରି କହିଥିଲେ ଯେ କେନ୍ଦ୍ର ସରକାର ଆଲୋଚନା ପାଇଁ ସର୍ବଦା ରାଜି ଅଛନ୍ତି । ସମସ୍ତ ବୈଧ ସମସ୍ୟା ପାଇଁ କେନ୍ଦ୍ର ସରକାରଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ଚାଷୀ ଭାଇମାନଙ୍କୁ ଅପିଲ କରିଥିଲେ ଖଟ୍ଟର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.